କରୋନା ଯାଗୁଁ ଘର ମାଲିକ ଶବକୁ ରଖିବାକୁ ଜାଗା ନଦେବାରୁ ଶ୍ମଶାନରେ ରାତି କାଟିଲା ଅସହାୟ ଝିଅ, ତା ପରେ ଯାହା ହେଲା…..

ପ୍ରକୃତପକ୍ଷେ କରୋନା ସଂକ୍ରମଣ ଯୋଗୁଁ ବଦଳି ଯାଇଛି ଦେଶ ର ବାସ୍ତବ ରୂପ ରେଖ।ସାରା ଦେଶରେ ବ୍ୟାପିଥିବା କରନା ଭୂତାଣୁ ସଂକ୍ରମଣ ଏକ ପ୍ରକାର ଭୟ ସମସ୍ତଙ୍କ ମନରେ ସୃଷ୍ଟି କରିଛି। ଲୋକମାନଙ୍କୁ ଏହି ଭଳି ମହାମାରୀ ଦାଉ ରୁ ରକ୍ଷା କରିବା ସରକାର ବିହିତ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ସେଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ସାରା ଦେଶରେ ଏକ ପ୍ରକାରର ବନ୍ଦ୍ ପରିସ୍ଥିତି ସୃଷ୍ଟି କରିଛନ୍ତି ଯାହାକୁ ଲକ୍ ଡାଉନ୍ ଭାବରେ ସାରା ଦେଶରେ ପାଳନ କରାଯାଉଅଛି।

ଶୃଙ୍ଖଳା ର ସହ ଏହାକୁ ପାଳନ କରିବା ଦ୍ବାରା ଦେଶ ରେ ଆଉ ରାଜ୍ୟ ମାନଙ୍କରେ ସରକାର ଙ୍କୁ ସଫଳତା ମିଳିବା ପରେ ଏବେ ସବୁ ଆଡେ ଏହି ଲକ୍ ଡାଉନ୍ କୁ କଡ଼ା କଡ଼ି ଭାବରେ ପାଳନ କରାଯାଉଛି ଓ ଏହାକୁ ଅନୁଧ୍ୟାନ ମଧ୍ୟ କରାଯାଉଛି।

ତେବେ ବିଡମ୍ବନା ର ବିଷୟ ହେଉଚି ଯେ ଅନେକ କ୍ଷେତ୍ରରେ ଏହାକୁ ନେଇ ମିଥ୍ୟା ଗୁଜବ ସହିତ ଅଯଥା ଭୟ ସୃଷ୍ଟି କରାଯାଉଛି। ଯାହା ଫଳରେ ହଇରାଣ ହେଉଛନ୍ତି ସାଧାରଣ ଜନତା। ମିଛ ସତ ର ବାସ୍ତବ ଉଦ୍ଦେଶ୍ୟ ଓ କାରଣ ନଜାଣି ଲୋକେ ଏହାକୁ ନେଇ ଏକ କୋକୁଆ ଭୟ ସୃଷ୍ଟି କରିବା ସହ ଏହାକୁ ସାମାଜିକ ଜୀବନରେ ମଧ୍ୟ ପ୍ରତିଫଳିତ କରୁଛନ୍ତି।

ସେଇଭଳି ଘଟଣା ଘଟିଛି ଭବନେଶ୍ୱର ର ଏକ ଯୁବତୀଙ୍କ ସହ।କରୋନା ସନ୍ଦେହରେ ଚିକିତ୍ସା ନ କରି ଦୁଇଟି ଡାକ୍ତରଖାନା ଫେରାଇବା ପରେ ଆଖି ବୁଜିଲେ ଭୁବନେଶ୍ୱର ବାସିନ୍ଦା, ଘର ମାଲିକ ଶବକୁ ରଖିବାକୁ ଜାଗା ନଦେବାରୁ ଶ୍ମଶାନରେ ରାତି କାଟିଲା ଅସହାୟ ଝିଅ ଙ୍କ ର। ଏହା ଏକ ସମ୍ବେଦନଶୀଳ ଘଟଣା ନିଶ୍ଚିତ ଭାବରେ।

ଘଟଣାକ୍ରମ ଏହା ଥିଲା ଯେ ୨୭ ଏପ୍ରିଲ୍ ଅଧ ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିଲେ ଭୁବନେଶ୍ୱର ର ରସୁଲଗଡ଼ ର ବାସୁଦେବପୁର ଅଞ୍ଚଳରେ ରହୁଥିବା ଏକ ବ୍ୟକ୍ତି ଜଣକ। ଯିଏ କି ବିଏସଏନଏଲର ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର କୁମାର ନାୟକ ଅଟନ୍ତି।

ଝିଅ ସମନ୍ଵିତା ଏହାକୁ ଦେଖି ଆମ୍ବୁଲାନ୍ସ କୁ ଫୋନ କରିଥିଲେ।୧୦୮ ଆମ୍ବୁଲାନ୍ସ ନ ଆସିବାରୁ ପ୍ରାଇଭେଟ୍ ଆମ୍ବୁଲାନ୍ସ ରେ ଡାକ୍ତରଖାନା ନେଇଥିଲେ ତାଙ୍କ ଝିଅ। ଡାକ୍ତରଖାନା ରେ ପହଞ୍ଚିବା ପରେ ଯୁବତୀ ଜଣଙ୍କ ବମିଖାଲ ଅଞ୍ଚଳରୁ ଆସିଥିବାର ଜାଣି ଫେରାଇ ଦେଇଥିଲେ ଡାକ୍ତରଖାନା।

ଏହିଭଳି ଭାବରେ ୨ ଟି ଡାକ୍ତରଖାନା ତାଙ୍କୁ କରନା ସଂକ୍ରମିତ ଅଞ୍ଚଳରୁ ଆସିଥିବାର ଜାଣି ଚିକିତ୍ସା କରିବାକୁ ମନା କରି ଫେରାଇ ଦେଇଥିଲେ।୨ ଟି ଡାକ୍ତରଖାନା ରୁ ଫେରିବା ପରେ ଆଉ ଏକ ହସ୍ପିଟାଲ୍ କୁ ଯାଉଥିବା ରାସ୍ତାରେ ଆଖି ବୁଜିଥିଲେ ତାଙ୍କର ବାପା। ଏହା ଏକ କରୁଣ କାହାଣୀ।

ଶେଷରେ ରାସ୍ତା କଡ଼ରେ ବସି ରହି ଶ୍ମଶାନ ରେ ରାତି କାଟିଲେ ଝିଅ ଓ ତାଙ୍କ ସ୍ତ୍ରୀ।ମାଆଙ୍କ ଉପସ୍ଥିତିରେ ଗତ ୨୮ ତାରିଖରେ ସତ୍ୟନଗର ଶ୍ମଶାନ ଘାଟରେ ବାପାଙ୍କ ମୁହଁରେ ମୁଖାଗ୍ନୀ ଦେଇଥିଲେ ଝିଅ ସମନ୍ୱିତା।

ତାଙ୍କ ପୁଅ ତାଙ୍କୁ ଦେଖିବାକୁ ମଧ୍ୟ ସୁଯୋଗ ପାଇ ନଥିଲେ। ସ୍ତ୍ରୀ ଓ ଝିଅ ଆଖିରୁ ଏବେବି ଲୁହ ସୁଖୁନି। କିନ୍ତୁ ଏହି ପ୍ରଶ୍ନ ଉଠୁଚି ଯେ ସତରେ କଣ ହଜି ଯାଇଛି ମଣିଷ ପଣିଆ। inspair post from sambad.in ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।