Loading...

ପିଆଜ ସଙ୍କଟ ବେଳେ ଆମର ଏହି ପଡୋଶୀ ଦେଶ ପଠାଇଲା ପିଆଜ ଭର୍ତ୍ତି ଟ୍ରକ

Loading...

ବର୍ତ୍ତମାନ ବାଜରରେ ପିଆଜର ଦାମ୍ ଆକାଶ ଛୁଆଁ ରହିଛି . ପିଆଜ ଦାମ୍ 50 ରୁ 80 କୁ ବୃଦ୍ଦି ପାଇବାରେ ଲାଗିଲାନି . ସେପ୍ଟମ୍ବର ମାସ ପାଖରୁ ବଜାରରେ ପିଆଜର ରେଟ୍ ଅଧିକ ମାତ୍ରାରେ ରହିଆସିଛି ଏହାକୁ ନେଇ ମାର୍କେଟରେ ବେପାରି ମାନେ ଡୁପିଲିକେଟ୍ ପିଆଜ ଆଣି ଗ୍ରାହକ ମାନଙ୍କୁ ପ୍ରଯ୍ୟାପ୍ତ ପରିମାଣର ଟଙ୍କା ନେଉଛନ୍ତି । ପିଆଜ ବର୍ତ୍ତମାନ ମାର୍କେଟ ଖାଉଛି । ଗତ ମାସ ତଥା ଅଗଷ୍ଟ ମାସ ଏବଂ ଜୁଲାଇ ମାସରେ ପିଆଜ କିଲୋ ପ୍ରତି 15 ଟଙ୍କା ରେ ମିଳୁଥିବା ସ୍ତଳେ ଏବେ କିଲୋ ପ୍ରତି 50 ଟଙ୍କା 70 ଟଙ୍କାକୁ ବୃଦ୍ଧି ପାଇବାକୁ ବସିଛି । ଏମିତି ଘଡିସନ୍ଦି ମୁହୂର୍ତ୍ତରେ ଲୋକ ମାନେ ପିଆଜ କିଣିବା ପାଇିଁ ଅସମର୍ଥ ।

ଆଫଗାନୀସ୍ତାନର ପିଆଜ ଭର୍ତ୍ତି ଟ୍ରକ ଅଟାରୀ ଦେଇ ଭାରତକୁ ଆସୁଛନ୍ତି । ଭାରତର ଇଣ୍ଟିଗ୍ରେଟେଡ୍‌ ଚେକ୍‌ ପୋଷ୍ଟ ନିକଟରେ ଅନ୍ୟାନ୍ୟ ଡ୍ରାଇ ଫ୍ରୁଟସ୍‌ ସହ ପିଆଜ ଭର୍ତ୍ତି ଟ୍ରକ ପହଞ୍ଚୁଛି । ସୋମବାର ଓ ମଙ୍ଗଳବାରରେ ୪ଟି ଟ୍ରକ ପିଆଜ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଆହୁରି ପିଆଜ ଭର୍ତ୍ତି ଟ୍ରକ ଏଠାରେ ପହଞ୍ଚିବ । ଖୁବଶୀଘ୍ର ଆଫଗାନୀସ୍ତାନର ପିଆଜ ପଞ୍ଜାବର ବିଭିନ୍ନ ପିଆଜ ମଣ୍ତିରେ ଉପଲବ୍ଧ ହେବ ।

ବଜାର ଦର ଅନୁସାରେ ପିଆଜର ଦରଦାମ୍ ଏତେ ବୃଦ୍ଧି ହେବା ଦେଖି ଆମ ପୋଡେଶୀ ରାଷ୍ଟ୍ର ଆଫଗାନିସ୍ତାନ ସହଯୋଗର ହାତ ବଡାଇ ଆମ କୁ ଏପରି ଏକ ଘଡିସନ୍ଦି ମୁହୂର୍ତ୍ତରୁ ମୁକ୍ତି ଦେଇଛି । ଆମର ଅତି ନିକଟବର୍ତ୍ତୀ ବନ୍ଧୁ ପୋଡଶୀ ଦେଶ ଆଫଗାନିସ୍ତାନ ଭାରତରେ ପିଆଜର ଅଭାବକୁ ପରିଲିଖିତ କରି କାଲି ପିଆଜର ଭର୍ତ୍ତି ଟ୍ରକ ଦେଇ ସହଯୋଗର ହାତ ବଡାଇଛି । ଏହା ବର୍ତ୍ତମାନ ଭାରତ ପାଇିଁ ଗୋଟିଏ ଗୁରୁତ୍ବ୍ପୂର୍ଣ୍ଣ ବିଷଯ କାରଣ ଆଫଗାନିସ୍ତାନ ଭଳି ରାଷ୍ଟ୍ର ଆଜି ଭାରତ ପାଇିଁ ଗୋଟିଏ ଉଦାହରଣ ପାଲଟିଛି ।

ପୂର୍ବରୁ ପାକିସ୍ତାନରୁ ବହୁ ପରିମାଣରେ ପିଆଜ ଆମଦାନୀ କରାଯାଉଥିଲା । ମାତ୍ର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ସହ ସମସ୍ତ ବ୍ୟବସାୟ ବନ୍ଦ ହୋଇଯାଇଛି । ସେଥିପାଇଁ ପରିବା ବ୍ୟବସାୟୀମାନେ ଆଫଗାନୀସ୍ତାନର ପିଆଜ ମଗାଉଛନ୍ତି ।

ସୋମବାର ଏବଂ ମଙ୍ଗଳବାର ଦିନ ଆଫଗନୀସ୍ତାନ ପକ୍ଷରୁ 4 ଟ୍ରକ ପିଆଜ ଆସିଥିବା ସ୍ଥଳେ ଆଉ ପର୍ଯ୍ୟାପ୍ତ ପରିମାଣରେ ପିଆଜ ମଣ୍ଡି ଆସିବାର ସୂଚନା ଜାରି ହୋଇଛି . ତେବେ ଏହି ଆଫଗାନୀସ୍ତାନ ପକ୍ଷରୁ ରପ୍ତାନୀ ହୋଇଥିବା ପିଆଜ ପଞ୍ଜାବର ଶୀତଳ ଭଣ୍ଡାରରେ

ଏହା ସ୍ଥିରିକୃତ ହେବ ବୋଲି ଇଣ୍ଡିଆ ଫାଷ୍ଟ ନ୍ୟୁଜ୍ ପକ୍ଷରୁ ଘୋଷଣା ହୋଇଛି । ଆଫଗାନୀସ୍ତାନରୁ ଆଗରୁ ପିଆଜ ଏହି ପରିମାଣରେ ଆସୁଥିଲା ମାତ୍ର ମୋଦୀ ସରକାର ଙ୍କର କାଶ୍ମୀର ଠାରୁ ଧାରା —370 ଉଛେଦ ହେବା ପରେ ପିଆଜର ରେଟ୍ ଆକାଶ ଛୁଆଁ ହୋଇଥିଲା ।

ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...