ଭାଇରାଲ ଭିଡିଓ ରେ ଦାବି ହେଉଛି କି ମୁସଲିମ ମାନେ ଲକ୍ ଡାଉନ୍ କୁ ମାନୁ ନାହାନ୍ତି, ଭିଡ଼ିଓ ହେଲା VIRAL

କିଛି ସମୟରେ ଏହା ଦେଖାଯାଉଛି କି କିଛି ଲୋକେ ସରକାରଙ୍କ ଦ୍ଵାରା କରନା ସହ ଲଢେଇ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ କୁ ଉଲ୍ଲଂଘନ କରୁଛନ୍ତି। ଏହାକୁ ନିଜେ ଭାଙ୍ଗିବା ସହ ଅନ୍ୟ ମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ତେବେ ନିୟମ ବିରୋଧରେ ଯାଇ ଏହି ଲୋକ ମାନେ ନିଜକୁ ବିପଦରେ ପକାଇବା ସହିତ ଅନ୍ୟମାନଙ୍କୁ ବି ବିପଦରେ ପକାଉଛନ୍ତି।

ତେବେ ଲକ୍ ଡାଉନ୍ ଯୋଗୁଁ ସରକାର କିଛି ମାତ୍ରାରେ ସଂକ୍ରମଣକୁ ରୋକିବାକୁ ଚାହୁଁଥିବା ବେଳେ ଏହା କୁ କଡ଼ା କଡ଼ି ଭାବରେ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏସବୁ ଭିତରେ ବି କିଛି ଗୁଜବ ଯୋଗୁଁ ଲୋକେ ଦ୍ଵନ୍ଦ ରେ ରହୁଛନ୍ତି ଏବଂ ଏହାର ସତ୍ୟତା କୁ ଅନୁସନ୍ଧାନ ନକରି ଏହାକୁ ବିଶ୍ୱାସ କରୁଛନ୍ତି ଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି। ସେହିପରି ଏକ ଖବର ଆସିଛି କି ଗୁଜରାଟ ର ମୁସଲିମ ମାନେ ଏହି ଲକ୍ ଡାଉନ୍ କୁ ନମାନି ଏହାକୁ ଉଲ୍ଲଂଘନ କରୁଛନ୍ତି।

ଏଠାରେ ମୁସଲମାନ ସମ୍ପ୍ରଦାୟ ର ଲୋକେ ସମାଗମ ସୃଷ୍ଟି କରି ମସଜିଦ କୁ ମଧ୍ୟ ଯାଉଛନ୍ତି। ଲକ୍ ଡାଉନ୍ ରେ ଏମିତି ପ୍ରକାରର ଆଇନ୍ ଉଲଂଘନ ଖବର ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି।

ସେୟାର ହେଉଥିବା ଭିଡିଓ ରେ ଏହା କୁହାଯାଉଛି କି ଏହି ଘଟଣାଟି ହେଉଛି ଅହମଦାବାଦ ସ୍ତିତ ଜମାଟପୁର ମସଜିଦ ର। ଏଠାରେ ଲକ୍ ଡାଉନ୍ ଚାଲିଥିବା ବେଳେ ମୁସଲିମ ମାନେ ଏହାକୁ ନ ମାନି ମସଜିଦ ଯାଉଛନ୍ତି ଓ ଏକତ୍ରିତ ହେଉଛନ୍ତି। ଏହାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି।

ଯେତେବେଳେ ମୁସଲିମ ମାନେ ନମାଜ ପାଠ ସାରି ମସଜିଦ ରୁ ବାହାରକୁ ବାହାରୁ ଛନ୍ତି। ଏହା ନିକଟରେ ୨୬ ଏପ୍ରିଲ୍ ରେ ଘଟିଛି ବୋଲି କୁହାଯାଉଛି। ଏହା ସହିତ ମସଜିଦ ରୁ ବାହାରିବା ସମୟରେ ମଧ୍ୟ ଜଣେ ପୋଲିସ କର୍ମୀ ଏମାନଙ୍କ ସହ କଥା ହେଉଛନ୍ତି।

କିନ୍ତୁ ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ ଏହି ଖବର ର ପ୍ରକୃତ ସ୍ଥାନ ଅହମଦାବାଦ ନୁହଁ। ଏହା ହେଉଚି ମହାରାଷ୍ଟ୍ର ବା ମୁମ୍ବାଇ ର ଘଟଣା।ଏକ ସାମାଜିକ ଗଣମାଧ୍ୟମ ରେ ପ୍ରକାଶ ପାଇଥିବା ଖବର ଅନୁସାରେ ଏହି ଘଟଣା ସମ୍ପର୍କରେ ଅବଗତ କରା ଯାଇଥିଲା। ଏହି ଘଟଣା ହେଉଛି ମୁମ୍ବାଇର ସୁନି ସଫି ମସଜିଦ।

ଏହି ଘଟଣା ଘଟିଥିଲା ଜନତା କର୍ଫ୍ୟୁ ର ପରଦିନ। ମୋଦି ଦେଶରେ ୨୨ ତାରିଖରେ ଜନତା କର୍ଫ୍ୟୁ ର ଡାକରା ଦେଇଥିବା ବେଳେ ଏହାକୁ ଦେଶବାସୀ ପାଳନ କରିଥିଲେ।

ଠିକ୍ ଏହାର ପରଦିନ ମୁମ୍ବାଇରେ ସୁନି ସଫୀ ମସଜିଦ ରେ ୪୦ ରୁ ୫୦ ଜଣ ମୁସଲିମ ନମାଜ ପାଠ କରି ଆସିଥିଲେ ଓ ଏହା ସୋସିଆଲ ମିଡିଆରେ ସେୟାର ହେବା ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ଏହା ଏକ ଦଣ୍ଡନୀୟ ଅପରାଧ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।