ଏହି ସବୁ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ତାରିଖ ସମୟସୀମା ବୃଦ୍ଧି କରାଗଲା, ଜାଣନ୍ତୁ….

ଆମେରିକା, ଇଟାଲୀ, ସ୍ପେନ ଭଳି ଅନେକ ଉନ୍ନତ ରାଷ୍ଟ୍ର ମାନେ ଆଜି କରନା କବଳ ରୁ ନିଜକୁ ରକ୍ଷା କରି ପାରୁ ନାହାଁନ୍ତି କାରଣ ସେମାନେ ଲକ୍ ଡାଉନ୍ ଭଳି ଉଚିତ୍ ପଦକ୍ଷେପ କୁ ଆଗୁଆ ଗ୍ରହଣ କରି ନାହାନ୍ତି। ଏହି ମହାମାରୀ ଗତ କିଛି ଦଶନ୍ଧିର ସବୁଠାରୁ ବଡ ଦୁଃଖଦ ଘଟଣା ପାଲଟିଯାଇଛି । କରୋନା ଭାଇରସ୍ ବିସ୍ତାରକୁ ଏଡାଇବା ପାଇଁ ଅନେକ ଦେଶ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତାର କଡା ନିୟମ ଲାଗୁ କରିଛନ୍ତି ।

ଏଥିପାଇଁ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜ ର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଇରାଣ ହେଉଛନ୍ତି। ଉଚ୍ଚ ଶିକ୍ଷା ସହିତ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି।

ଲକ୍ ଡାଉନ୍ କାରଣରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହାକୁ ଲକ୍ଷ୍ୟ କରି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ବିଭିନ୍ନ  ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଦାଖଲ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି। ଆସନ୍ତୁ ଜାଣିବା ଏହି ସବୁ ଆବେଦନ ଓ ସମୟ ସୀମା ସମ୍ବନ୍ଧରେ।

ମେ ୧ ଭିତରେ ଯେଉଁ ସବୁ ଗୁରୁତ୍ଵ ପୂର୍ଣ୍ଣ ଫର୍ମ ର ଆବେଦନ ସମୟ ଶେଷ ହେବାର ଥିଲା ସେସବୁକୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।ନ୍ୟାସନାଲ କାଉନସିଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ JEE 2020, ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟିର ପିଏଚଡି ଏବଂ ଓପେନମାଟ୍ (ଏମବିଏ), ଭାରତୀୟ କୃଷି ଅନୁସନ୍ଧାନ (ଆଇସିଆର) ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ମାନଙ୍କରେ ଥିବା ଆବେଦନ ର ସମୟ ସୀମା କୁ ବୃଦ୍ଧି କରା ଯାଇଛି।

ଏଥି ନିମନ୍ତେ NTA ତରଫରୁ ସଂପୂର୍ଣ୍ଣ ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି। ଏହି ସବୁ ପରୀକ୍ଷା ବ୍ୟତୀତ ଅନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ବିବରଣୀ ଉଲ୍ଲେଖ କରାଯାଇଛି।NTA ତରଫରୁ ମିଳିଥିବା ସୂଚନା ଅନୁସାରେ ଏକ ପ୍ରେସ ବିବୃତି ରେ ଏହା ମଧ୍ୟ କୁହା ଯାଇଛି ଯେ ଅଲ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା  ।

ଯାହାର ଆବେଦନ ର ଶେଷ ତାରିଖ ସରିଥିବା ବେଳେ ପୁନଃ ନିଷ୍ପତ୍ତି ନିଆଯାଇ ଏହାର ଆବେଦନକୁ ପୁଣି ବୃଦ୍ଧି କରାଯାଇଛି। ଜୁନ ୫ ତାରିକ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା ନିମିତ୍ତ ଆପଣ ମାନେ ଆବେଦନ କରି ପାରିବେ।

ଯେହେତୁ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ଗୁଡ଼ିକୁ ମଧ୍ୟ କରନା ଭାଇରସ ପାଇଁ ସ୍ତଗୀତ କରି ରଖା ଯାଇଛି ତେବେ ପରିସ୍ଥିତି କୁ ଲକ୍ଷ୍ୟ କରି ମେ ମାସ ୧୫ ତାରିଖ ପରେ ଆଡମି ଟ୍ କାର୍ଡ ର ଡାଉନଲୋଡ୍ ଏବଂ ପରୀକ୍ଷଣ ସଂଶୋଧିତ ତାରିଖ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ।

କାରଣ ସେହି ସମୟର ସ୍ଥିତି ଉପରେ ଏହା ନିର୍ଭର କରେ ଯେ କେବେ ଏହାର ପରୀକ୍ଷା କରିବା ଠିକ୍ ହେବ। ଏହାର ସଂପୂର୍ଣ୍ଣ ବିଜ୍ଞପ୍ତି ଓ ବିବରଣୀ ଏହି ୱେବ୍ ସାଇଟ୍ www.nta.ac.in ରେ ପୃଥକ ଭାବରେ ପ୍ରକାଶ ପାଇବ। ଏହିଠାରୁ ହିଁ ଛାତ୍ର ଛାତ୍ରୀ ମାନେ ସୂଚନା ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।