ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଠିକ ନା ଭୁଲ ? ନିଶ୍ଚୟ ଜାଣି ରଖନ୍ତୁ ନଚେତ ପସ୍ତେଇବେ

0

ଆଜି ଆମେ ଆପଣ ମାନଙ୍କୁ , ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରହିଲେ , ଭଲ ନା ଖରାପ ସେ ବିଷୟରେ କହିବା ପାଇଁ ଯାଉଛୁ । ସ୍ୱାମୀ ସ୍ତ୍ରୀ ଙ୍କର ମିଳନ ହେବା ଫଳରେ ସ୍ତ୍ରୀ ଗର୍ଭବତୀ ହୋଇଥାଏ । ମାତ୍ର ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିବା ମହିଳା ମାନେ ଜାଣି ନଥାନ୍ତି , ଗର୍ଭାବସ୍ଥାରେ ସେମାନେ ଶାରୀରିକ ସମ୍ପର୍କ ରଖିବେ ନା ନାହିଁ । ଏହା ଫଳରେ ବହୁ ସମସ୍ୟା ମାନ ଦେଖାଦେଇଥାଏ ।

ଆସନ୍ତୁ ଜାଣିବା , ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖି ପାରିବା କି ନାହିଁ ? ଏହାର ଉତ୍ତର ହେଉଛି ହଁ । ଆପଣ ସମ୍ପର୍କ ରଖି ପାରିବେ ଯଦି ଆପଣଙ୍କ ଗର୍ଭାବସ୍ଥାରେ କୌଣସି ଅସୁବିଧା ନାହିଁ । ଅର୍ଥାତ କେତେକ ସ୍ପେସିଆଲ କେସ କୁ ଛାଡିଦେଲେ ଆପଣ ଆପଣଙ୍କ ପାର୍ଟନର ଙ୍କ ସହ ଶାରୀରିକ ସମ୍ପର୍କ ରଖି ପାରିବେ ।

ଆସନ୍ତୁ ଜାଣିବା , ଗର୍ଭବତୀ ହେବାର କେତେଦିନ ପରେ ସମ୍ପର୍କ ରଖିବା ? ମହିଳା ଗର୍ଭବତୀ ହେବାର ପ୍ରଥମ ୩ ମାସ ଯାଏ ବାନ୍ତି ନ ଲାଗେ ,ମୁଣ୍ଡ ବୁଲାଇବା , ମନ ଭଲ ନ ଲାଗିବା ଆଦି ସମସ୍ୟା ଦେଖାଯାଏ । ଏମିତି ହେଲେ ମହିଳା ମାନେ ସମ୍ପର୍କ ରଖିବା ପାଇଁ ଇଚ୍ଛା କରନ୍ତି ନାହିଁ ।

ତେଣୁ ଗର୍ଭବତୀ ହେବାର ପ୍ରଥମ ୩ ମାସ ଯାଏ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହଁ । ତଥାପି ଯଦି ଉଭୟ ପାର୍ଟନର ଙ୍କୁ ସମ୍ପର୍କ ରଖିବା ପାଇଁ କିଛି ଅସୁବିଧା ନଥାଏ , ତାହେଲେ ସେମାନେ ସମ୍ପର୍କ ରଖି ପାରିବେ । ଏହା ଆପଣ ଙ୍କ ଗର୍ଭାବସ୍ଥାରେ କିଛି ପ୍ରଭାବ ପକାଏନି।

କିନ୍ତୁ ଗର୍ଭାବସ୍ଥାର ୩ ରୁ ୬ ମାସ ମଧ୍ୟରେ ବାନ୍ତି ଲାଗିନଥାଏ । ଏବଂ ଗର୍ଭାଶୟ ର ଆକାର ବଡ ହୋଇ ନ ଥାଏ ତେଣୁ ମହିଳା ମାନେ ଏ ସମୟରେ ଆରାମରେ ସମ୍ପର୍କ ରଖିପାରିବେ।

କିନ୍ତୁ ଗର୍ଭାବସ୍ଥାର ୬ ରୁ ୯ ମାସ ମଧ୍ୟରେ ,ମହିଳାଙ୍କ କ୍ଷେତ୍ରରେ ବହୁ ସମସ୍ୟା ଆସିଥାଏ ଏବଂ ଗର୍ଭାଶୟ ର ଆକାର ବଢିବାକୁ ଲାଗିଥାଏ । ତେଣୁ ମହିଳାଙ୍କ ପାଇଁ ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ସେତେଟା ଆରାମ ଦାୟକ ହେଇ ନଥାଏ । କିନ୍ତୁ ଆପଣଙ୍କୁ ମନେ ରଖିବା ପାଇଁ ପଡିବ ଯେ , ଏହି ସମୟରେ ଯଦି ଉଭୟ ପାର୍ଟନର ରାଜି ଥାନ୍ତି ତାହେଲେ ସମ୍ପର୍କ ରଖିବାରେ କୌଣସି ଅସୁବିଧା ନାହିଁ ।

ବହୁତ ଲୋକ ଭାବନ୍ତି, ଗର୍ଭ ଧାରଣ ର ୩ ମାସ ଭିତରେ ଶାରୀରିକ ସମ୍ପର୍କ ରଖିଲେ , ମିଶକେରେଜ ହେବାର ସମ୍ଭାବନା ଥାଏ। ଏହା ଭୁଲ ଅଟେ। ମାତ୍ର ଏହି ସମୟରେ ଟିକିଏ ସାବଧାନ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ।

କିଛି ଗବେଷଣା ରୁ ଜଣା ଯାଇଛି କି, ସମ୍ପର୍କ ରଖିବା ସମୟରେ କିଛି ହରମୋନ ବାହାରିଥାଏ । ଯାହା ଗର୍ଭାଶୟ ରେ କଣ୍ଟ୍ରାକ୍ସନ କରିଥାଏ। କିନ୍ତୁ ଏହା ପାଇଁ ଲାବର ଯନ୍ତ୍ରଣା ଆରମ୍ଭ ହୋଇ ନଥାଏ । ମାତ୍ର ଯଦି ଲାବର ଆରମ୍ଭ ହୋଇଥାଏ , ତାହେଲେ କିଛି ଅସୁବିଧା ହୁଏନାହିଁ ।

ଗର୍ଭାବସ୍ଥାରେ ଯଦି ଆପଣ ଆପଣଙ୍କର ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି, ତାହେଲେ କେବଳ ସାଇଡ ଟୁ ସାଇଡ ପୋଜିସନରେ ସମ୍ପର୍କ ରଖନ୍ତୁ । ଏବଂ ଫ୍ଲାଟ ପୋଜିସନରେ ସମ୍ପର୍କ ରଖିବା ଅନୁଚିତ। ମାତ୍ର ଧ୍ୟାନ ରଖନ୍ତୁ, ଯେମିତି ମହିଳାଙ୍କ ଗର୍ଭାଶୟ ଉପରେ କୌଣସି ପ୍ରେସର ନ ପଡେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.