ହୋଇପାରନ୍ତି ମାରାତ୍ମକ ରୋଗର ଶିକାର ଯଦି ଫ୍ରିଜ୍ ରେ ରଖି ଏହି ଜିନିଷ ଖାଉଛନ୍ତି

ଆଜିକାଲି ବ୍ୟକ୍ତି ନିଜକୁ ସ୍ଵସ୍ଥ ରଖିବା ପାଇଁଁ ଓ ମଜବୁତ୍ କରି ରଖିବା ପାଇଁଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛି। ବ୍ୟାୟାମ କରିବା ପାଖରୁ ଆରମ୍ଭ କରି ଯିମ୍ ଯିବା, ଯୋଗ ଧ୍ୟାନ କରିବା, ଉପଯୁକ୍ତ ଖାଦ୍ୟ ର ଆହରଣ କରିବା, ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ନେବା, ଖାଦ୍ୟ ରେ ସବୁଜ ପନିପରିବା କୁ ଯୋଗ କରିବା ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି। କିନ୍ତୁ ତା ଭିତରେ ସାମାନ୍ୟ ସଚେତନତା ବା ସତର୍କ ନହୋଇ ଆମେ ଏମିତି କିଛି କାର୍ଯ୍ୟ କରିଥାଉ ଯାହା ଆମକୁ ସମସ୍ୟା ରେ ପାକାଇ ଥାଏ ଓ ନାନା ପ୍ରକାର ରୋଗ ତିଆରି କରିଥାଏ।

ଯେମିତି କି ଆମେ ରୁଟି କରିବା ପାଇଁ ଚକଟି ଥିବା ଅଟା ବେଶି ହୋଇଗଲା ପରେ ତାକୁ ଫ୍ରିଜ ରେ ରଖି ଦେଇଥାଉ ଓ ପୁଣି ପରଦିନ ଏହାକୁ ବ୍ୟବହାର କରିଥାଉ। ଏହା ଦ୍ବାରା ଆମେ କେବେବି ଜାଣି ନଥାଉ ଯେ ଆମେ ରୋଗ କୁ ଆମନ୍ତ୍ରଣ କରୁଛୁ।

ଆସନ୍ତୁ ଜାଣିବା ସେହି ସମ୍ବନ୍ଧୀୟ ସ୍ବାସ୍ଥ୍ୟ ର ରୋଗ।ଏହା ଦ୍ବାରା କଣ ସବୁ ରୋଗ ହେବାର ଆଶଙ୍କା ରହିଛି ଓ କଣ ଘଟିପାରେ?

କବଜ,କଷ୍ଟ କାଠିନ୍ୟ- ଯଦି ଆପଣ ଚକଟା ହୋଇଥିବା ଅଟା କୁ ବେଶି ହେଇଗଲା ପରେ ତା ପରଦିନ ପୁଣି ବ୍ୟବହାର କରୁଛନ୍ତି,ତେବେ କବଜ ସମସ୍ୟା ବଢ଼ିଥାଏ।ତେବେ ଏହି ରୋଗ ଥିବା ଲୋକ ଏହାକୁ ଖାଇବା ସଂପୂର୍ଣ୍ଣ ଭାବରେ ଅନୁଚିତ୍ ଅଟେ।

ପାଚନ କ୍ରିୟା- ଯଦି ଆପଣ ବେଶି ହୋଇଥିବା ବାସି ଅଟା କୁ ଫ୍ରୀଜ୍ ରେ ରଖି ଏହାର ବ୍ୟବହାର କରୁଛନ୍ତି ବା ଖାଉଛନ୍ତି ତେବେ ପାଚନ କ୍ରିୟା ଖରାପ୍ ହୋଇଥାଏ ଓ ଏହା କାରଣରୁ ହଜମ ଶକ୍ତି ଦୁର୍ବଳ ମଧ୍ୟ ହୋଇଥାଏ।ତେଣୁ ଏହାର ବ୍ୟବହାର କୁ ନକରିବା ଆପଣଙ୍କ ପାଇଁ ବହୁତ୍ ଭଲ।

ଗ୍ୟାସ୍ ସମସ୍ୟା- ବହୁତ୍ ବ୍ୟକ୍ତି ଙ୍କ ପାଖରେ କଷ୍ଟ କାଥିନ୍ୟ ସାଙ୍ଗକୁ ଏସିଡିତି ମଧ୍ୟ ଦେଖା ଦେଇଥାଏ। ତା ସହ ଗ୍ୟାସ୍ ସମସ୍ୟା ମଧ୍ୟ ଲାଗି ରହିଥାଏ। ଅଟା ର ଫ୍ରିଜ ରେ ରଖି ପୁନଃ ବ୍ୟବହାର ଦ୍ବାରା ଆପଣଙ୍କର ଗ୍ୟାସ୍ ସମସ୍ୟା ଆହୁରି ବଢି ଯାଇଥାଏ।ତେଣୁ ଯଦି ଆପଣ ଏହି ରୋଗ ରେ ଆକ୍ରାନ୍ତ ତେବେ ,ଭୁଲରେ ବି ବାସି ଚକଟା ରେ ପ୍ରସ୍ତୁତ ରୁଟି ଖାଆନ୍ତୁ ନାହିଁ।

ବାସି ଭାତ, ପଖାଳ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ୍ ହୋଇଥାଏ। ଅଧିକ ସମୟ ରନ୍ଧା ଭାତକୁ ରଖି ଖାଇବା ଦ୍ଵାରା ଆପଣ ମଧ୍ୟ ଅନେକ ରୋଗରେ ପଡି ଥାଆନ୍ତି। ଅନେକ ସମୟରେ ଦେଖା ଯାଇଥାଏ  ଲୋକେ ଥଣ୍ଡା ହୋଇ ଯାଇଥିବା ଭାତକୁ ପୁଣି ଗରମ କରି ଖାଇଥାନ୍ତି ଏହାଦ୍ବାରା ସେଥିରେ ଥିବା ହାନିକାରକ ଜୀବାଣୁ ଅଧିକ ସକ୍ରିୟ ହୋଇ ଥାଆନ୍ତି ଓ ଏହା କୁ ସେବନ କରିବା ଦ୍ୱାରା ବାନ୍ତି, ପେଟ ଯନ୍ତ୍ରଣା ଓ ଡାଇରିଆ ଭଳି ରୋଗ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।