ଯଦି ଆପଣଙ୍କର ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି ? ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ନିଶ୍ଚୟ ଜାଣି ରଖନ୍ତୁ

0

ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବୁ। ଯାହା ଦ୍ଵାରା ଆପଣ ଅନେକ ଅଜଣା ନିୟମ ଏବଂ ତଥ୍ୟ ବିଷୟରେ ସୂଚନା ପାଇ ପାରିବେ। ଆପଣ ଜାଣିଛନ୍ତି ଅନେକ ଲୋକ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରଖିଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଆକାଉଣ୍ଟ ଟଙ୍କା ପଇସାର ନେଣ ଦେନ କାରଣରୁ ସକ୍ରିୟ ରହିଥିବା ବେଳେ ଆଉକିଛି ଆକାଉଣ୍ଟ ରେ ଟ୍ରାଞ୍ଜାକ୍ସନ୍ ନହେବା କାରଣରୁ ବନ୍ଦ ହୋଇ ଯାଇଥାଏ ବା ନିଷ୍କ୍ରିୟ ହୋଇ ପଡ଼ି ରହିଥାଏ।

ତେବେ ସେହି ସବୁ ନିଷ୍କ୍ରିୟ ଆକାଉଣ୍ଟ୍ ମାନଙ୍କୁ ଯଥାଶୀଘ୍ର ବନ୍ଦ୍ କରି ଦିଅନ୍ତୁ ନହେଲେ ବ୍ୟାଙ୍କ କର୍ମଚାରୀ ଙ୍କ ସହ ଯୋଗାଯୋଗ କରି ତାକୁ ସକ୍ରିୟ କରିବା ପାଇଁ ତଥ୍ୟ ଗ୍ରହଣ କରନ୍ତୁ।

ଯଦି ଆପଣ ସେମିତି କିଛି କରୁ ନାହାନ୍ତି ଏବଂ ଯଦି ଆପଣଙ୍କ ଆକାଉଣ୍ଟରେ ଶୂନ ଟଙ୍କା ଅଛି, ତେବେ ବ୍ୟାଙ୍କ ଆପଣଙ୍କ ଠାରୁ ଟଙ୍କା ନେଇଯିବ।ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ଏବଂ ସେହି ସମୟରେ ଆକାଉଣ୍ଟରୁ ଟଙ୍କା କଟିଯିବ।

ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ଆପଣ ଆପଣଙ୍କର ଆକାଉଣ୍ଟକୁ ଚାଲୁ ରଖିବାରେ ଅସମର୍ଥ ହେଉଛନ୍ତି ସେତେବେଳେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଚାର୍ଜ କରେ ଏବଂ ପରେ ଏହାକୁ କାଟିଥାଏ।ତେଣୁ ଆପଣ ଯଦି ଏହି ଆକାଉଣ୍ଟ୍ କୁ ଚାଲୁ ରଖିବାକୁ ଚାହାନ୍ତି ତେବେ ଆପଣ ଆକାଉଣ୍ଟ୍ ରେ ଟଙ୍କାର ସନ୍ତୁଳନ ରକ୍ଷା କରନ୍ତୁ।

ଯଦି ଆପଣ ଆକାଉଣ୍ଟ୍ କୁ ଆଉ ଚାଲୁ ରଖିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଏହି ଆକାଉଣ୍ଟ୍ ସହ ଜଡ଼ିତ ସମସ୍ତ ଡକୁମେନ୍ତ କୁ ଆକାଉଣ୍ଟ ରେ ପ୍ରଥମେ ଲିଙ୍କ କରି ଦିଅନ୍ତୁ କାରଣ ବ୍ୟାଙ୍କ ଆକାଉଣ୍ଟରେ ନିବେଶ, ଋଣ, ବାଣିଜ୍ୟ, କ୍ରେଡିଟ କାର୍ଡ ଦେୟ ଏବଂ ବୀମା ସହିତ ଲିଙ୍କ ରହିଛି ।ଏହାସହ ଆକାଉଣ୍ଟକୁ ନଗଦ ଅର୍ଥ ହିସାବରେ କେବଳ ୨୦ ହଜାଇ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଇ ପାରିବ।

ଆପଣଙ୍କ ଚାହିଁଲେ ଏହି ଟଙ୍କାକୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ମଧ୍ୟ କରି ପାରିବେ।ଯଦି ଆପଣଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ଅଛି, ତେବେ ଆକାଉଣ୍ଟ୍ ବନ୍ଦ କରିବା ପୂର୍ବରୁ ଏହାକୁ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରି ସାରିବା ପରେ ଯାଇ ଖାତାକୁ ବନ୍ଦ କରନ୍ତୁ।

ଏହା ଜାଣି ରଖନ୍ତୁ ଯେ କୌଣସି ବ୍ୟାଙ୍କ ଖାତା ଖୋଲିବାର ୧୪ ଦିନ ଭିତରେ ଆକାଉଣ୍ଟ୍ ବନ୍ଦ ହେବାକୁ ନେଇ କୌଣସି ଶୁଳ୍କ ନେଇ ନଥାଏ। ଦୀର୍ଘଦିନ ଧରି ଏହା ଚାଲି ରହିଲେ, ଆପଣ ଆକାଉଣ୍ଟ୍ ରେ କୌଣସି ଟ୍ରାନଜାକ୍ସନ୍ ନହେଲେ, ବର୍ଷରୁ ଅଧିକ ସମୟ ଏହିଭଳି ଭାବରେ ଆକାଉଣ୍ଟ୍ ନିଷ୍କ୍ରିୟ ରହିଲେ ଯାଇ ବ୍ୟାଙ୍କ ଏଥିପାଇଁ ଶୁଳ୍କ ନେଇଥାଏ। ଏଥିପାଇଁ ଆପଣ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଆକାଉଣ୍ଟରେ ଟଙ୍କାର ସନ୍ତୁଳନ ରକ୍ଷା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.