ଯଦି ମଦ ପିଇ ଅଫିସ ଯାଉଛନ୍ତି ତେବେ ସାବଧାନ ହେଇଯାଆନ୍ତୁ, ଚାକିରିଆ ମାନଙ୍କ ପାଇଁ ଓଡିଶା ସରକାର କଲେ ନୂଆ ନିୟମ…..

ଓଡ଼ିଶା ବିଧାନ ସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବେ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି।ବିଧାନସଭାକୁ ପାନ ମନା । ଓଡିଶା ବିଧାନସଭା ଭିତରକୁ ପଶି ପାରିବନି ପାନ, ଗୁଟଖା । ଏମିତି କି ପାନ, ଗୁଟଖା ସହ ସିଗାରେଟ ବି ଖାଇବା ମନା । କୌଣସି କର୍ମଚାରୀ କିମ୍ବା ବିଧାୟକ ଯଦି ପାନ ଖାଇଥାନ୍ତି କିମ୍ବା ଗୁଟଖା ଖାଇଥାନ୍ତି ତେବେ ସେମାନଙ୍କ ପ୍ରବେଶ ଉପରେ ରୋକ ଲକାଇ ଯାଇଛି । ଏହିଭଳି ଭାବରେ, ନିଶାସକ୍ତ ହୋଇ କେହିବି ବିଧାନସଭା ଗୃହ କୁ ପ୍ରବେଶ କରି ପାରିବେ ନାହିଁ।

ଏହା ଏକ ବଡ଼ ନିଷ୍ପତି ନିଶ୍ଚିତ ଭାବରେ କାରଣ ଭାରତର ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଙ୍କ ସହିତ ସମସ୍ତ ରାଜ୍ୟ ର ବାଚସ୍ପତି ମାନଙ୍କର ଭିଡିଓ କନଫରେନ୍ସ ପରେ ବାଚସ୍ପତି ଶ୍ରୀ ପାତ୍ର ଏହି ନିଷ୍ପତ୍ତି ନେଇଥିବା ଜଣା ପଡିଛି।

ଏବେ କରନା ର ମୁକାବିଲା ପାଇଁ ସମସ୍ତ ପ୍ରକାର ର ପଦକ୍ଷେପ ମାନ ଗ୍ରହଣ କରାଯାଉଛି। ଏହାରି ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ମାନ ମଧ୍ୟ ସରକାରଙ୍କ ଦ୍ଵାରା ନିଆଯାଉଛି। ତାହାରି ଭିତରେ ବିଧାନସଭା କୁ ବିଶୋଧନ ମଧ୍ୟ କିଛି ଦିନ ତଳେ କରା ଯାଇଥିଲା। ଏହାପରେ ପୁଣି ବିଧାନସଭା ର ବାଚସ୍ପତି କହିଛନ୍ତି ଜେ ବିଧାନସଭାକୁ ସାମ୍ପୂର୍ଣ୍ଣ ଭାବରେ ନିଶା ମୁକ୍ତ କରାଯିବ।

କୌଣସି ଲୋକ ପାନ ଖାଇ ବିଧାନସଭା ପରିସରକୁ ପଶିପାରିବେନି ବୋଲି ସିଧା ସିଧା ମନା କରିଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏଥିସହ ବିଧାନସଭା ପରିସରରେ କେହି ଛେପ ବି ପକାଇ ପାରିବେନି ବୋଲି ବାରଣ କରିଛନ୍ତି ବାଚସ୍ପତି ।

ତେବେ ସବୁଠାରୁ ବଡ କଥା ହେଉଛି ବିଧାନସଭାକୁ କେହି ମଦ ପିଇ ଆସିଲେ ବରଦାସ୍ତ କରାଯିବନି । ଯଦି କୌଣସି କର୍ମଚାରୀ ମଦ୍ୟ ପାନ କରି ଆସନ୍ତି ତେବେ ସଙ୍ଗେ ସଙ୍ଗେ ସେମାନଙ୍କୁ ଚାକିରିରୁ ବିଦା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ବାଚସ୍ପତି । ଏହା ଏକ ଗୁରୁତ୍ବପୂର୍ଣ୍ଣ ଓ ବଡ଼ ନିଷ୍ପତି ନିଶ୍ଚିତ ଭାବରେ।

କାରଣ ବିଧାନସଭା ଭଳି ଏକ ଗୁରତ୍ତ୍ୱପୂର୍ଣ ଗୃହ କୁ ଏଇଭଳି ଅବସ୍ଥା ରେ ପ୍ରବେଶ କରିବା ଉଚିତ୍ ନୁହଁ ଏବଂ ଏହା ଏକ ଦଣ୍ଡନୀୟ ଅପରାଧ ମଧ୍ୟ। ତେଣୁ ଯଦି କୌଣସି ସଦସ୍ୟ କୁ ଏହି ଭଳି ଭାବରେ ଦେଖିବାକୁ ମିଳେ ତେବେ ସେମାନଙ୍କୁ ୱାର୍ଣିଂ ଦିଆଯିବା ସହିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଦରକାର୍ ପଡ଼ିଲେ ଚାକିରି ରୁ ବାଦ୍ ମଧ୍ୟ କରାଯିବ।

କରୋନା ମୁକାବିଲା ପାଇଁ ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲାଙ୍କ ଭିଡିଓ କନଫରେନ୍ସିରେ ବିଧାନସଭା ବାଚସ୍ପତି ଶ୍ରୀ ପାତ୍ରଙ୍କ ସହ ବିଭିନ୍ନ ରାଜ୍ୟର ବାଚସ୍ପତି ସାମିଲ ହୋଇଥିଲେ । ଭୁବନେଶ୍ୱରର ଥିବା ଜାତୀୟ ବିଜ୍ଞାନ ସୂଚନା କେନ୍ଦ୍ର ଅଫିସରେ ଏହି ଭିଡିଓ କନଫରେନ୍ସି ହୋଇଥିଲା । ଦେଶର ସବୁ ରାଜ୍ୟର ବିଧାନସଭା ବାଚସ୍ପତିଙ୍କ କରୋନା ନେଇ ଆଲୋଚନା କରିଛନ୍ତି ଲୋକସଭା ବାଚସ୍ପତି ।

ଏହା ସହ ବିଭିନ୍ନ ରାଜ୍ୟର ବିଧାନସଭାର କାର୍ଯ୍ୟକଳାପ ଉପରେ ଆଲୋଚନା କରିବା ସହ କରୋନା ମୁକାବିଲାରେ ବିଧାୟକଙ୍କ ଭୂମିକା କଣ ହେବା ଆବଶ୍ୟକ ସେ ନେଇ ଆଲୋଚନା ହୋଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।