ଯଦି ଆପଣ ଏହି ୫ଟି ଅଭ୍ୟାସ ରଖିଛନ୍ତି ତେବେ ଏହି ବଡ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି

0

ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଯଥେଷ୍ଟ ଆବଶ୍ୟକତା ରହିଛି l ଏହି ରୋଗ ପ୍ରତିଷେଧକ ଶକ୍ତି ଆମକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ l ପ୍ରତ୍ୟେକ ମଣିଷ ଶରୀରରେ ଏହି ରୋଗ ପ୍ରତି ଷେଧକ yଶକ୍ତି କମ ବେଶି ପରିମାଣରେ ରହିଥାଏ l

ଯାହା ଦେହରେ ଯେତେ ଅଧିକ ରୋଗ ପ୍ରତିଷେଧକ ଶକ୍ତି ଥାଏ l ତାକୁ ସେତେ କମ ପରିମାଣରେ ରୋଗ ହୋଇଥାଏ l ତେବେ ଆପଣଙ୍କର ଏପରି କିଛି ଅଭ୍ୟାସ ପାଇଁ ଆପଣଙ୍କ ଶରୀରରେ ରୋଗ ପ୍ରତି ରୋଧକ ଶକ୍ତି ବହୁ ପରିମାଣରେ ହ୍ରାସ ପାଇଥାଏ l ତେବେ ସେ ସବୁ କିଛି ଅଭ୍ୟାସକୁ ନେଇ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ l ତେବେ ଆସନ୍ତୁ ଜାଣିବା l l

ପ୍ରଥମ ଅଭ୍ୟାସ :

ଯଦି ଆପଣ ଅତ୍ୟଧିକ ମାତ୍ରାରେ ଆଲକୋହଲ ଗ୍ରହଣ କରୁଥିବେ, ତେବେ ତାହାକୁ ଜଲଦି ତ୍ୟାଗ କରନ୍ତୁ l ଏହି ଆଲକୋହଲ ଆପଣଙ୍କ ଶରୀରରେ ବହୁ ପରିମାଣରେ ରୋଗ ପ୍ରତିଷେଧକ ଶକ୍ତି କମାଇ ଦେବ l

ଏକ ଆଲକୋହଲ ରିସର୍ଚ୍ଚ ଜର୍ଣ୍ଣାଲ ରିପୋର୍ଟ ଅନୁଯାଇ ଯଦି ଜଣେ ବ୍ୟକ୍ତି ମଦ ପାନ କିମ୍ବା କୌଣସି ପ୍ରକାର ଆଲକୋହଲ ଟେକ ଅପ କରୁଥିବେ, ତାହେଲେ ସେହି ବ୍ୟକ୍ତିଙ୍କ ପାଖରେ ଦୀର୍ଘ ଦିନ ଧରି ରୋଗ ପ୍ରତି ଷେଧକ ଶକ୍ତି ହ୍ରାସ ହୋଇ ରହିବ l ତେଣୁ ଏହି ଆଲକୋହଲକୁ ପ୍ରଥମେ ବର୍ଜନ କରନ୍ତୁ l l

ଦ୍ୱିତୀୟ ଅଭ୍ୟାସ :

ଯଦି ଆପଣ ଖାଦ୍ୟରେ ଅଧିକ ପରିମାଣରେ ଲୁଣ ବ୍ୟବହାର କରୁଥିବେ ତାହେଲେ ଏହାର ମାତ୍ରାକୁ ଖୁବ ଶୀଘ୍ର କମାଇ ଦିଅନ୍ତୁ l ନଚେତ ଆପଣଙ୍କ ଶରୀରରୁ ରୋଗ ପ୍ରତିଷେଧକ ଶକ୍ତି କମି ଯିବ l ତେଣୁ ଆପଣ ଯଥା ସମ୍ଭବ ଖୁବ ଅଳ୍ପ ପରିମାଣରେ ଲୁଣ ବ୍ୟବହାର କରି ପାରିବେ l l

ତୃତୀୟ ଅଭ୍ୟାସ :

ଚିନି ମଧ୍ୟ ଆପଣଙ୍କ ଶରୀରର ରୋଗ ପ୍ରତି ଷେଧକ ଶକ୍ତି କମାଇ ଦେବ l ଯଦି ଆପଣ ଅଧିକ ମାତ୍ରlରେ ଚିନି ଖାଉଥିବେ ତାହେଲେ ଆପଣ ଏହାକୁ କମ କରିବା ପାଇଁ ଚେଷ୍ଟା କରନ୍ତୁ l ନଚେତ ଆପଣକୁ ଯେ କୌଣସି ରୋଗ ହଠାତ ଆକ୍ରମଣ କରି ପାରିବ l l

ଚତୁର୍ଥ ଅଭ୍ୟାସ :

ଆପଣ ଯଦି ପ୍ରତିଦିନ ଚାହା କିମ୍ବା କଫି ପିଉଥିବେ l ତାହେଲେ ତାହାକୁ ମଧ୍ୟ ଜଲଦି ତ୍ୟାଗ କରନ୍ତୁ l କାରଣ ଆପଣ ପିଉଥିବା ଚାହା ଆପଣଙ୍କ ରକ୍ତର ଗତିକୁ ବଢ଼ାଇ ଏକ ପ୍ରେସର ସୃଷ୍ଟି କରିଥାଏ l ଯାହା ଫଳରେ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବହୁତ ଶୀଘ୍ର କମି ଯାଇଥାଏ l ତେଣୁ ଏହାକୁ ମଧ୍ୟ ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ l l

ପଞ୍ଚମ ଅଭ୍ୟାସ :

ଆପଣଙ୍କ ନିଦ ଯଦି ଠିକ ହେଉନଥିବ, ତେବେ ତାହା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ l କାହିଁକିନା ନିଦ ଯଦି ଠିକ ଭାବରେ ନ ହେବ ଶରୀର ଅସୁସ୍ଥ ରହିବ l ଶରୀର ଅସୁସ୍ଥ ରହିଲେ ରୋଗ ପ୍ରତି ଷେଧକ ଶକ୍ତି ଆପେ ଆପେ କମିବାକୁ ଲାଗିବ l l

ତେବେ ଉପରୋକ୍ତ ଅଭ୍ୟାସ ଗୁଡିକୁ ବର୍ଜନ କରନ୍ତୁ ଏବଂ ଆପଣଙ୍କ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇ ଦିଅନ୍ତୁ l ଯାହା ଫଳରେ ଆପଣଙ୍କୁ ହଠାତ କୌଣସି ରୋଗ ଆକ୍ରମଣ କରି ପାରିବ ନାହିଁ l l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.