ଜୁଲାଇ ୨୯ରେ ବାହାରିବ ମାଟ୍ରିକ ରେଜଲ୍ଟ । କେମିତି ଦେଖିବେ ଏବଂ କେତେଟା ସମୟରେ ବାହାରିବ ଜାଣନ୍ତୁ

0

ଆଜ୍ଞା ହଁ ଆପଣ ମାନେ ଜାଣିଥିବେ ଯେ କରୋନା ମହାମାରୀ ପାଇଁ ସବୁ ବ୍ୟବସ୍ଥା ବିଗିଡି ଯାଇଛି l ଖାଲି ଯେ ଶିକ୍ଷl ବ୍ୟବସ୍ଥା ଭୁଶୁଡି ପଡିଛି ତାହା ନୁହେଁ ବରଂ ସମସ୍ତ ବାଣିଜ୍ୟ ବ୍ୟାପାର ମଧ୍ୟ ଠପ ହୋଇ ଗଲାଣି l ପରିସ୍ଥିତି ଅଧିକ ବିପଦ ପୁର୍ଣ ହେବାରେ ଲାଗିଲାଣି l ତେବେ ସବୁ ବ୍ୟବସ୍ଥା ଭିତରୁ ଶିକ୍ଷl ବ୍ୟବସ୍ଥା ଉପରେ ଟିକେ ଏବେ ଗୁରୁତ୍ୱ ଦିଅl ଯାଇଛି l ଚଳିତ ବର୍ଷ ହୋଇ ଥିବା ସମସ୍ତ ପରୀକ୍ଷାର ରେଜଲ୍ଟ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି l ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ l

କିଛି ମାସ ଧରି କରୋନା ମହାମରୀ ପାଇଁ ଚାରିଆଡେ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ପରୀକ୍ଷା ଖାତା ଠିକ ଭାବରେ ଦେଖା ଯାଇ ପାରୁନି l ତେଣୁ ପରୀକ୍ଷା ଫଳ ଆସିବାରେ ବିଳମ୍ବ ହେଉଛି l ତେବେ ଏନେଇ ଏବେ କିଛି ଦୃଢ ନିଷ୍ପତି ନେବାକୁ ଯାଉଛନ୍ତି ସରକାର l

ରାଜ୍ୟରେ ମୋଟ 20 ଟି ଜିଲ୍ଲାର ସଟଡାଉନ ବ୍ୟବସ୍ଥା ଥିବାରୁ ଶିକ୍ଷକ ମାନେ ଖାତା ଦେଖିବା ପାଇଁ କେନ୍ଦ୍ର କୁ ଆସି ପାରୁ ନାହାନ୍ତି l ତେଣୁ ଖାତା ଦେଖିବାରେ କିଛିଟା ବିଳମ୍ବ ଘଟିଥିଲା l ହେଲେ ଏବେ ଗଣ ଶିକ୍ଷl ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଯାହା ହେଲେ ବି ମାଟ୍ରିକ ପରୀକ୍ଷା ଫଳ ବାହାରିବାରେ ଆଉ ବିଳମ୍ବ ହେବ ନାହିଁ l

ଏହି ଚଳିତ ବର୍ଷ ମୋଟ ଉପରେ 5.7 ଲକ୍ଷ୍ୟ ମାଟ୍ରିକ ପରୀକ୍ଷାର୍ତି ପରୀକ୍ଷା ଦେଇଥିଲେ l ମୋଟ 2 ହଜାର 888 ଟି ପରୀକ୍ଷା କେନ୍ଦ୍ର ଚୟନ କରା ଯାଇଥଲା l ଏହି ସବୁ ପରୀକ୍ଷା ସି ସି ଟିଭି କେମେରାରେ ତତ୍ୱାବଧାନରେ ହୋଇ ଥିଲା l ତେବେ ସେମାନଙ୍କର ଉଚ ଶିକ୍ଷl ପାଇଁ ଏବେ ତାଙ୍କ ପରୀକ୍ଷା ଫଳ ବାହାରିବl ନିହାତି ଦରକାର l

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଚଳିତ ମାସ ୨୯ ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।ଦିନ ସାଢେ ୧୧ ଟା ରୁ ଛାତ୍ର ଛାତ୍ରୀ ମାନେ ରେଜଲ୍ଟ ଦେଖି ପାରିବେ ।

ତେବେ ଅପେକ୍ଷାର ଅନ୍ତ ଘଟିଛି । ଚଳିତ ମାସ ୨୯ ତାରିଖରେ ରେଜଲ୍ଟ ବାହାରିବ ବୋଲି ସୂଚନା ଦିଆଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି । ବୋର୍ଡ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । ବୋର୍ଡର ୨ଟି ୱେବ୍‌ସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ ।  www.bseodisha.ac.in; www.bseodisha.nic.in । 5676750 ଏସ୍‌ଏମ୍‌ଏସ୍‌ ଜରିଆରେ ବି ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।

Leave A Reply

Your email address will not be published.