କଳା ସୁତା ଏହାକୁ ଶରୀରରେ ଧାରଣ କଲେ ଖାଲି ନଜର ଦୋଷ ଦୂର ହୋଇ ନଥାଏ ବରଂ ଗୃହରେ ଧନର ବର୍ଷା ହୋଇ ଥାଏ

ଆପଣ ମାନେ ଜାଣିଥିବେ କଳା ସୁତା ହେଉଛି ଶନିଦେବଙ୍କର ପ୍ରତୀକ । ଏହା ନଜର ଦୋଷ ବା ଅଶୁଭ ଦୃଷ୍ଟି ପଡିବାରୁ ରକ୍ଷା କରିଥାଏ ଅବା ନାକାରାତ୍ମକ ଶକ୍ତି କୁ ଶରୀର ଓ ଗୃହକୁ ପ୍ରବେଶ କରିବାକୁ ଦେଇନଥାଏ । ଶରୀର ଏବଂ ଗୃହରେ ବାସ କରୁଥିବା ନାକରାତ୍ମକ ଶକ୍ତିକୁ ତଡି ଦେଇଥାଏ । କଳା ସୁତା ଶରୀରେ ବାନ୍ଧିବା ଦ୍ବାରା ବଡ ଲୋକ ଏବଂ ଛୋଟ ପିଲା ଙ୍କୁ ନଜର ଲାଗେ ନାହିଁ ।

ଏଣୁ ଏହି ନଜର ଦୋଷରୁ ରକ୍ଷା ପାଇବା ପାଇିଁ ଯଦି କଳା ସୂତା ଧାରଣ କରନ୍ତି ତେବେ ନଜର ଦୃଷ୍ଟିରୁ ମୁକ୍ତ ହୋଇ ପାରିବେ । ଅନେକ ଲୋକ କଳା ସୁତା ଆଣି ପାଦରେ ବାନ୍ଧି ଦେଇଥାନ୍ତି କିନ୍ତୁ ଏହାର ପ୍ରକୃତ ନିୟମ କାହାରିକୁ ଜଣା ନଥାଏ ଯାହା ଅଲଗା କିଛି ହୋଇଥାଏ ।

ଯଦି ପାଦରେ କଳା ସୁତା ବାନ୍ଧୁଛନ୍ତି ତେବେ ଏହା ମଙ୍ଗଳବାର ଏବଂ ଶନିବାର ଦିନ ବାନ୍ଧିବା ଆବଶ୍ୟକ ହୋଇଥାଏ । କାରଣ ଏହି ଦିନ ଏହାର ସାକାରତ୍ମକ ଗୁଣ ଦୁଇ ଗୁଣିତ ହୋଇଥାଏ ।

ଏହାକୁ ଅତ୍ୟନ୍ତ କ୍ଷମତା ଶୀଳ କରିବା ପାଇିଁ ଏହି କଳା ସୁତା ରେ ଯଦି ଗୋଟିଏ କଉଡି କଣା କରି ସେହି କଳା ସୁତା ଗୁନ୍ଥି ବନ୍ଧା ଯାଏ ତେବେ ଏହା ଅତ୍ୟନ୍ତ କ୍ଷମତା ଶୀଳ ହୋଇଥାଏ । ଯଦି ବାରମ୍ବାର ଶରୀର ଖରାଫ୍ ହେଉଥାଏ ଅବା ମନରେ ଅଶାନ୍ତି ଆସୁଥାଏ ତେବେ ମଙ୍ଗଳବାର ଦିନ ଶନିବାର ଦିନ ହନୁମାନ ମନ୍ଦିର ରେ ହନୁମାନଙ୍କର ଦକ୍ଷିଣ ପାଦ ତଳେ ସମର୍ପଣ କରିବେ । ଏବଂ ହନୁମାନଙ୍କର ଟିକିଏ ସିନ୍ଦୂରେ ସେଥିରେ ଲଗାଇବେ ।

ଏହି କଳା ସୂତା ବାନ୍ଧିବା ଦ୍ବାରା ଶନି ଗ୍ରହ ଦୃଷ୍ଟିରୁ ମୁକ୍ତି ମିଳିଥାଏ କିନ୍ତୁ ଏହାକୁ ପାଦରେ ଧାରଣ କରିବା ଉଚିତ୍ ନୁହେଁ । ଏହି ସୁତାକୁ ଆପଣ ବେକରେ ଏବଂ ହାତରେ ପିନ୍ଧି ପାରିବେ ଯଦି ଆପଣଙ୍କର ଶରିରରେ କିଛି ରୋଗ ଭଲ ହେଉନଥାଏ ତେବେ ଆପଣ ପାଦର ବୁଡା ଆଙ୍ଗୁଳିରେ ଏବି କଳା ସୁତା ଧାରଣ କରିପାରିବେ ।

ଯଦି ଆପଣଙ୍କ ର ପରିବାରରେ ସର୍ବଦା ଅଶାନ୍ତି ଲାଗି ରହୁଛି ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଲାଗି ରହୁଥାଏ ତେବେ ମଙ୍ଗଳ ବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିରକୁ ଏକ କଳା ସୁତା ଟିଏ ନେଇ ଯାଆନ୍ତୁ ଏବଂ ସେହି କଳା ସୁତାରେ ନଅ ଗୋଟିଏ ଗଣ୍ଛି ପକାଇ ଦିଅନ୍ତୁ ।

ସେହି ସୁତା କୁ ହନୁମାନଙ୍କର ଦକ୍ଷିଣ ପାଦରେ ସମର୍ପିତ କରି ଏବଂ ହନୁମାନଙ୍କର ସିନ୍ଦୂର ସେହି ସୁତା ରେ ଲଗାଇ ଆପଣ ନିଜ ଘରର ମୁଖ୍ୟ ଦ୍ବାରରେ ବାନ୍ଧି ଦିଅନ୍ତୁ ଏହା କରିବା ଦ୍ବାରା ଘରର ସମସ୍ତ ସମସ୍ୟା ଦୂର ହେବ ଏବଂ ଧନର ଆଗମନ ହେବ । ଏହା ସହିତ ନଜର ଦୋଷ ଏବଂ ଧନର ଅଭାବକୁ ଦୂର କରେ ।

ଆପଣଙ୍କର ଘରେ ଧନ ସମ୍ବନ୍ଧୀୟ ସମସ୍ୟା ଲାଗି ରହିଥାଏ ତେବେ ଆଫଣ ସେହି ପବିତ୍ର କଳା ସୁତା କୁ ଆପଣ ନିଜର ସିନ୍ଧୁକ ରେ ରଖିଦେବେ ଏହା କରିବା ଦ୍ବାରା ଆପଣଙ୍କର ଘରେ ଧନର ବର୍ଷା ହୋଇଥାଏ । ତେବ ଆପଣ ମଙ୍ଗଳ ବାର ଦିନ ଆପଣ କାଳୀ ମନ୍ଦିର ରେ ମଧ୍ୟ ଏହି ଉପାୟ ଅବଲମ୍ବନ କରିପାରିବେ । ଏବଂ ସେମାବାର ଦିନ ଶିବଙ୍କ ମନ୍ଦିରରେ ଏହି ଉପାୟ ବା କାର୍ଯ୍ୟ କରିପାରିବେ ।

ଏହା କରିବା ଦ୍ବାରା ଆପଣ ଙ୍କର ଘରର ଧନର ଆଗମନ ଏତେ ମାତ୍ରାରେ ହୋଇଥାଏ ଯାହା ଆପଣ ବିଶ୍ବାସ କରିପାରିବେ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।