ଖରାପ ହେଲା ଜିନପିଙ୍ଗଙ୍କ ଅବସ୍ଥା । ନିଜ ଦେଶରେ ଉଠିଲା ବିରୋଧୀ ଙ୍କ ସ୍ୱର । ଜିନପିଙ୍ଗ ତୁମେ ଗାଦି ଛାଡ…..

0

ଚୀନ୍ ର ରାଷ୍ଟ୍ରପତି ଜିନପିଙ୍ଗ କୁ ନେଇ ଏବେ ସମସ୍ତ ଦେଶ ବିରୋଧ ଓ ବିଦ୍ରୋହ କରିବାରେ ଲାଗିଛନ୍ତି। ଏହାର କାରଣ ହେଉଛି ଯେ ଜିନପିଙ୍ଗ ଙ୍କ ର ଦିନକୁ ଦିନ ହିଂସାତ୍ମକ ନୀତି ବଢ଼ିବାରେ ଲାଗିଛି।ଏହି ବିଦ୍ରୋହୀ ରାଷ୍ଟ୍ରପତି ଙ୍କୁ ଏବେ ସବୁ ମହଲରୁ ନିନ୍ଦା କରିବା ଆରମ୍ଭ ହୋଇଛି। ପ୍ରଥମେ କରନା ଭାଇରସ ର ଉତ୍ପତ୍ତି ସ୍ଥଳ ଭାବରେ ଚୀନ୍ ଉପରେ ସମସ୍ତ ଦେଶ ତାଙ୍କର ଆକ୍ରୋଶ ବାହାର କରିଥିଲେ ପରେ ଭାରତ ସହ ସୀମା ବିବାଦ ଓ ସଂଘର୍ଷ କାରଣରୁ ଚୀନ୍ କୁ ସମସ୍ତେ ନିନ୍ଦା କରିବା ଆରମ୍ଭ କରିଥିଲେ।

ଏହା ପରେ ପୁଣି ଚିନ ର ହୀନ କୂଟନୀତି ଏବଂ ଚୀନ୍ ର ପଡୋଶୀ ରାଷ୍ଟ୍ର ମାନଙ୍କ ସହ ସୀମା ବିବାଦ କାରଣରୁ ଏବେ ଚୀନ୍ କୁ ସମସ୍ତେ ଘୃଣା କରିବା ଆରମ୍ଭ କଲେଣି।

ସମସ୍ତ ପ୍ରକାର ପ୍ରତିବାଦ ଓ ନିନ୍ଦା ଭିତରେ ମଧ୍ୟ ଚିନ ତାର ହୀନ କାର୍ଯ୍ୟକଳାପ ରୁ ବୀରତି ନେଇ ନାହିଁ।ଏବେ ପୁଣି ଚିନ ତାଇୱାନ ସହ ଲାଗିବା ଆରମ୍ଭ କରି ଦେଇଛି।ବହୁତ୍ ସମୟରେ ଏହା ଦେଖା ଯାଇଛି କି ଚୀନ୍ ନିଜେ ଭୁଲ୍ କରି ମଧ୍ୟ ତାର ପଡୋଶୀ ଛୋଟ ଦେଶ ମାନଙ୍କୁ ନାଲି ଆଖି ଦେଖାଇ ଥାଏ। ସେମାନଙ୍କୁ ଡରେଇ ଧମକେଇ ରଖିବାକୁ ଚେଷ୍ଟା କରେ।

କୂଟନୀତି ଓ ଶସ୍ତା ମାନସିକତା ପ୍ରଦର୍ଶନ କରି ଚୀନ୍ ସମସ୍ତଙ୍କ ଉପରେ ରାଜୁତି କରି ଶକ୍ତି ଶାଳୀ ହେବାକୁ ଚେଷ୍ଟା କରେ। ତେବେ ଚୀନ୍ ଏବେ ସମାନ କାର୍ଯ୍ୟ ତାଇୱାନ ସହ କରିବାକୁ ଯାଇଛି ଏବଂ ତାଇୱାନ କୁ ହାସଲ କରିବାକୁ ଉଦ୍ୟମ କରୁଚି।

କିନ୍ତୁ ଏହି କ୍ଷେତ୍ରରେ ଚାଇନା ଗୋଟିଏ ପଟେ ତାଇଓ୍ବାନକୁ ସେନା ଶକ୍ତି ଦେଖାଇ ହାସଲ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ କିନ୍ତୁ ତାଇଓ୍ବାନ ମୁଣ୍ଡ ନଇଁବା ଭଳି ଲକ୍ଷ୍ୟ କରା ଯାଉନାହିଁ। ତାଇଓ୍ବାନ ସେନା କହିଛି ସେ କାହା ସହ ଶତ୍ରୁତା କରିବାକୁ ଚାହୁଁ ନାହିଁ କିନ୍ତୁ କେହି ତାଙ୍କୁ ଆକ୍ରମଣ କଲେ ସେ ଏହାର କଡା ଜବାବ ଦେବ।

ତେବେ ଏହା ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଏମିତି ଖବର ଆସିଥିଲା କି ଚାଇନା ସାଉଥ୍‌ ଚାଇନା ସି’ରେ ତାଇଓ୍ବାନ ପଟକୁ କବଜା କରିବାକୁ ଯୁଦ୍ଧାଭ୍ୟାସ ନାଁରେ ହଜାର ସେନାଙ୍କୁ ମୁତୟନ କରିଥିଲା।

ଏହା ଜାଣିବା ପରେ ଏହାର ଜବାବରେ ତାଇଓ୍ବାନ ମଧ୍ୟ ପାଖାପାଖି ୨୦୦ ମରିନ କମାଣ୍ଡୋଙ୍କ ଏକ ଦଳ ପ୍ରସାର ଦ୍ୱୀପକୁ ପଠାଇ ଥିଲା। ତାଇଓ୍ବାନ ସେନା ନିକଟରେ ଟୁଇଟରରେ ଏକ ଭିଡିଓ ଶେୟାର କରିଛି। ଯାହା ସ୍ପଷ୍ଟ କରୁଛି କି ଶତ୍ରୁକୁ କଡା ଜବାବ ଦେବାକୁ ତାଇଓ୍ବାନା ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଅର୍ଥାତ୍‌ ଚାଇନା ଯଦି ଆଗୁଆ କିଛି ପଦକ୍ଷେପ ନିଏ ତେବେ ଏହାର କଡା ଜବାବ ଦେବ ତାଇଓ୍ବାନ। ଯେଉଁ କାରଣରୁ ଏହା କୁହାଯାଇ ପାରେ ଯେ ଚୀନ୍ ର ଆଉ ଏକ ଶତ୍ରୁ ଭାବେ ଓ ବିରୋଧୀ ରାଷ୍ଟ୍ର ଭାବେ ତାଇୱାନ ଉଭା ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.