ଭାଇରାଲ ଭିଡିଓ। ପୋଲିସ ଲକ୍ ଡାଉନ୍ ଉଲ୍ଲଂଘନ ଯୋଗୁଁ ସପ୍ନା ଚୌଧୁରୀ ଙ୍କ ଗୀତରେ ନଚାଇଲା ଏବଂ ଏହି ନଗ୍ନ କାମ କରିବାକୁ ମଧ୍ୟ ପଛେଇଲେ ନାହିଁ

ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଯାଇ ସୁରକ୍ଷା କର୍ମୀ ମାନେ ଯଦିଓ ନାକେଦମ ହୋଇ ଗଲେଣି ତଥାପି କିଛି ଅଭ୍ୟାସ ଗତ ବଦମାସ୍ ଓ ଆଇନ୍ ଉଲ୍ଲଂଘନ କାରୀ ମାନଙ୍କ ମୁଣ୍ଡରେ ଏବେ ପର୍ଯ୍ୟନ୍ତ ଚେତା ପଶୁନି।ସାମାଜିକ ଦୁରତ୍ଵ ରକ୍ଷା କରିବା ଏବଂ ସରକାରଙ୍କ ପଦକ୍ଷେପ କୁ ଗ୍ରହଣ କରିବା ସହିତ ଘରେ ସୁରକ୍ଷିତ ନିଜେ ରହିବା ସହ ନିଜ ପରିବାର କୁ ମଧ୍ୟ ସୁରକ୍ଷିତ ରଖିବା ସବୁଠାରୁ ବଡ଼ ବିକଳ୍ପ କରନା ସହ ଲଢେଇ କରିବା ପାଇଁ।

ଏଥିପାଇଁ ଏବେ ଲକ୍ ଡାଉନ୍ ହିଁ ଗୋଟିଏ ରାସ୍ତା ଯାହା ଏବେ ସବୁ ଆଡେ କାର୍ଯ୍ୟକାରୀ ହେଉଅଛି। ତେଣୁ କରନା ର ଏକ ମାତ୍ର ବିକଳ୍ପ ସଦୃଶ ଲକ୍ ଡାଉନ୍ ଦ୍ବାରା ସଫଳତା ମିଳିବା ପରେ ଏବେ ସବୁ ଆଡେ ଏହି ଲକ୍ ଡାଉନ୍ କୁ କଡ଼ା କଡ଼ି ଭାବରେ ପାଳନ କରାଯାଉଛି।

ସରକାର୍ ଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ ସବୁ କୁ ମାନିବା ଦ୍ବାରା ମାନବ ସମାଜ ଯଦିଓ ବର୍ତ୍ତମାନ ର ଏହି ବିପଦ ରୁ ଉଦ୍ଧାର ହେଇ ପାରିବ, କିନ୍ତୁ ଦୁଃଖର ବିଷୟ ଏହିକି ଯେ କିଛି ଅଭ୍ୟାସ ଗତ ବଦମାସ୍ ଓ ଅମାନିଆ ମାନଙ୍କ ପାଇଁ ବହୁତ୍ ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏମାନେ ନିଜେ ନିଜ ଓ ନିଜ ପରିବାର ପାଇଁ ବିପଦକୁ ଦାକୁଥିବା ବେଳେ ଦେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି।

ତେବେ ସୁରକ୍ଷା କର୍ମୀ ଏହିଭଳି ଆଇନ୍ ଉଲ୍ଲଂଘନ କାରୀ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ନେଉଛନ୍ତି ଏବଂ ଲାଠିରେ ମଧ୍ୟ ବାଡାଉ ଛନ୍ତି। ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କେତେବେଳେ ଲୋକଙ୍କୁ ସାହାଯ୍ୟ କରୁଚି ତ କେତେବେଳେ ନିସ୍ତୁକ ପ୍ରହାର ମଧ୍ୟ କରୁଛି।

ତେବେ ଏବେ ଉତ୍ତରପ୍ରଦେଶ ର ଏକ ଘଟଣା ସୋସିଆଲ ମିଡିଆରେ ବହୁତ୍ ସେୟାର ହେବାରେ ଲାଗିଛି।୨ ମେ ରେ ଘଟିଥିବା ଏହି ଘଟଣା ରେ ଜଣେ ଲକ୍ ଡାଉନ୍ ଉଲ୍ଲଂଘନ କାରୀ ଙ୍କୁ ପୋଲିସ ଥାନା ଭିତରେ ନଚେଇଛି ସପ୍ନା ଚୌଧୁରୀ ଙ୍କ ଗୀତରେ। ଏହାକୁ ଅନ୍ୟ ପୋଲିସ କର୍ମୀ ମାନେ ମଧ୍ୟ ବସିକି ଦେଖୁଛନ୍ତି ଓ ମୋବାଇଲ ରେ ଭିଡିଓ କୁ ରେକର୍ଡ ମଧ୍ୟ କରୁଛନ୍ତି।

ସେଇଭଳି ୧ ମେ ରେ ଘଟିଥିବା ଅନ୍ୟ ଏକ ଘଟଣାରେ ଜଣେ ପୋଲିସ କର୍ମଚାରୀ ଏକ ମାନସିକ ରୋଗୀ ଙ୍କୁ ଲକ୍ ଡାଉନ୍ ଉଲ୍ଲଂଘନ ପାଇଁ ନିସ୍ତୁକ ମାଡ ମାରୁଛି ପୋଲିସ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଟୱା ରେ ଏହି ଘଟଣାରେ ମାନସିକ ଭରସ୍ୟମ ହରାଇଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁନିଲ ଯାଦବ।

ତାଙ୍କ ଉପରେ ମାଡ଼ ମାରିବା କୁ ନେଇ ଚର୍ଚ୍ଚା ହେବା ପରେ ଏହାର ତଦନ୍ତ ଶେଷରେ ଉକ୍ତ ପୋଲିସ କର୍ମଚାରୀ ଙ୍କୁ ଚାକିରୀ ରୁ ନିଲମ୍ବନ କରାଯାଇଛି ଓ ଦଣ୍ଡନୀୟ କାମ କଲେ ସୁରକ୍ଷା କର୍ମୀ ମାନଂକ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।