ଲକ ଡାଉନ ସମୟରେ ଭାରତୀୟ ସେନା ବାହିନୀ କରୋନା ଯୋଦ୍ଧା ଙ୍କ ପାଇଁ ଦେଲେ ଆଶ୍ଚର୍ଯ୍ୟ ଜନକ ଉପହାର, ସମସ୍ତଙ୍କ କଲେ ଚକିତ

ଦଶ ଦଶନ୍ଧି ର ସବୁଠାରୁ ବଡ଼ ଓ ଭୟାନକ ରୋଗ ଭାବରେ ଅବିହତ ହୋଇଛି କରନା ଭାଇରସ ର ସଂକ୍ରମଣ। ଏଥିପାଇଁ ସମସ୍ତେ ଚିନ୍ତିତ। ବିଶ୍ଵରେ ୨୧୨ ଟି ଦେଶରେ ଏବେ ଏହି ଭୁତାଣୁ ତାର ପ୍ରଭାବ ବିସ୍ତାର କରିଛି। ଏହା ପାଇଁ କୌଣସି ପ୍ରତିଷେଧକ, ଟିକା ବାହାରି ନଥିବାରୁ ସମସ୍ତେ ଏଥିପାଇଁ ଅସ୍ତ ବ୍ୟସ୍ତ। ଏହାକୁ ଦୃଷ୍ଟି ରେ ରଖି ସରକାର ବିଭିନ୍ନ ପ୍ରକାର ସଚେତନତା ସହିତ ସାବଧାନତା ଅବଲମ୍ବନ କରିବାକୁ କହୁଛନ୍ତି।

ଫଳ ସ୍ୱରୂପ ଏବେ ଲକ୍ ଡାଉନ୍ କୁ ଲାଗୁ କରାଯାଇଛି। ତାଲା ବନ୍ଦ୍ ଏକ ଉଚିତ୍ ପଦକ୍ଷେପ ଭାବରେ ଗ୍ରହଣ କରା ଯାଉଅଛି । ପ୍ରଥମ ପର୍ଯ୍ୟାୟରେ ଏହାର ସ୍ଥିତି ଅନୁଧ୍ୟାନ ପରେ ଦ୍ଵିତୀୟ ପର୍ଯ୍ୟାୟ ପୁଣି ତୃତୀୟ ପର୍ଯ୍ୟାୟ   ।

ଏହିଭଳି ଭାବରେ ଏହାର ଅବଧି କୁ ବଢ଼ାଇ ଚାଲିଛନ୍ତି ସରକାର। କାରଣ ଏହାକୁ ନକରି ଯେମିତି ଭାରତରେ ଇଟାଲୀ କିମ୍ବା ଆମେରିକା, ସ୍ପେନ ଭଳି ସ୍ଥିତି ନ ଉପୁଜେ। ତେଣୁ ଲୋକଙ୍କ ଜୀବନକୁ ଗୁରୁତ୍ଵ ଦେଇ ସରକାର ଏହାକୁ ଦୃଢତାର ସହ ମୁକାବିଲା କରୁଥିବା ବେଳେ, ଲୋକ ମଧ୍ୟ ଏଥିରେ ପ୍ରଶାସନ କୁ ସହଯୋଗ କରୁଛନ୍ତି।

ତେବେ ସବୁଠାରୁ ବଡ କଥା ହେଲା କରନା କୁ ମୁକାବିଲା କରିବାକୁ ଯୁଦ୍ଧ କ୍ଷେତ୍ର ରେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ପରାୟଣ ହୋଇ ଦେଶରେ ଅନବରତ ଭାବରେ ସାହସୀ ଯୋଦ୍ଧା ଭାବରେ ଯୁଦ୍ଧ କରୁଛନ୍ତି ସମସ୍ତ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ।

ସେଥିପାଇଁ ସେମାନଙ୍କୁ ଯେତେ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଇଲେ ମଧ୍ୟ କମ୍ ହେବ। କାରଣ ସେମାନଙ୍କ ପ୍ରୟାସ ଓ ସେବା ଅତୁଲାଳନୀୟ। ନିଜ ପରିବାର ଠୁ ଦୀର୍ଘଦିନ ଧରି ଦୂରରେ ରହି ଏମାନେ କରନା ରେ ସଂକ୍ରମିତ ରୋଗୀ ମାନଙ୍କର ସେବା କରୁଛନ୍ତି। ଅନେକ ଦିନ ଧରି ଘରକୁ ନଯାଇ ଏକ ଦୃଢ଼ ମନା ଭାବରେ ନିଜର କର୍ମ କୁ ପ୍ରାଥମିକତା ଦେଇଛନ୍ତି ।

ଏହି କରନା ଯୋଦ୍ଧା ମାନେ। ତେବେ ବିଭିନ୍ନ ସ୍ଥାନରୁ ସ୍ବାଗତ ସମ୍ବର୍ଦ୍ଧନା ମିଳୁଥିବା ବେଳେ ଏବେ ତାଙ୍କୁ ସମ୍ମାନ ଜଣାଇଛନ୍ତି ଭାରତୀୟ ସାମରିକ ବହାନୀ। ସ୍ଥଳ ସେନା, ନୌ ସେନା ଓ ବାୟୁସେନା ର ସୁରକ୍ଷା ବାହିନୀ ସେମାନଙ୍କ ଉତ୍ସାହ ବଢ଼ାଇବା ସହିତ ସେମାନଙ୍କ ଉପରେ ପୁଷ୍ପ ବର୍ଷା କରିଛନ୍ତି।

ଏହା ଅତ୍ୟନ୍ତ ଖୁସି ଓ ପ୍ରେରଣା ଦାୟକ ଅଟେ। ନିଜେ ଦେଶର ସୁରକ୍ଷା କବଚ ହୋଇ ଏବେ ଦେଶକୁ ମହା ବିପତ୍ତି ରୁ ରକ୍ଷା କରିବା ପାଇଁ ଦିନ ରାତି ପରିଶ୍ରମ କରୁଥିବା କରନା ଯୋଦ୍ଧା ମାନଙ୍କୁ ଭାରତୀୟ ସେନା ବାହିନୀ ମାନେ ଆଜି ସଲ୍ୟୁଟ ମଧ୍ୟ କରିଛନ୍ତି।

ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ଓ ସେୟାର ହେବାରେ ଲାଗିଛି ଯେ ଭାରତୀୟ ସେନା ବାହିନୀ ସାଲ୍ୟୁଟ କରିବା ସହିତ କରୋନା ଯୋଦ୍ଧା ମାନଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି।

ତେଣୁ ସତରେ ଏହି ଭଳି ଘଡିଶନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଆକ୍ରାନ୍ତ ଙ୍କ ସେବାରେ ଲାଗିଥିବା ଏହି କରନା ଯୋଦ୍ଧା ମାନଙ୍କୁ ସମସ୍ତ ଭାରତୀୟ ଉତ୍ସାହ ଓ ଅଭିନନ୍ଦନ ଜଣାଇବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।