ଲକ ଡାଉନ କହଳ ହେବ ଆସନ୍ତା କାଲିଠାରୁ ଏହି ଦୋକାନ, ଅଫିସ ଖୋଲା ରହିବ

ସାରା ମାନବ ସମାଜ ଏବେ ଚିନ୍ତାରେ ରହିଛି। କାରଣ ମହାମାରୀ କରୋନା ବିଶ୍ଵ କୁ କବଳିତ କରି ରଖିଛି। ବିଶ୍ଵର ସମସ୍ତ ଉନ୍ନତ ରାଷ୍ଟ୍ର ମାନେ ଏହାକୁ ନିହତ କରିବାରେ ବିଫଳ ହେଇଛନ୍ତି। ଜନବହୁଳ ଦେଶ ଭାରତରେ ଯଦି କରନା ସେଇଭଳି ଭୟାନକ ରୂପ ନିଏ ତେବେ ପରିସ୍ଥିତି ଗମ୍ଭୀର ହେବ ଏବଂ ସେଇ ଅନୁସାରେ ଆବଶ୍ୟକୀୟ ସୁବିଧା ସୁଯୋଗ ଆମ ପାଖରେ ନାହିଁ। ମେଡିକାଲ୍ ସାଇନସ୍ ରେ ଆଗୁଆ ଥିବା ଦେଶ ମାନେ ମଧ୍ୟ ଏଥିରେ ହାର ମାନିଛନ୍ତି ଓ ଏହାର କବଳରୁ ନିଜକୁ ରକ୍ଷା କରି ପାରୁ ନାହାଁନ୍ତି। ତେଣୁ ଲକ୍ ଡାଉନ୍ ଯୋଗୁଁ ଏକ ପ୍ରକାର ର ସ୍ଥିତି ସୁଧିରିଛି ବୋଲି ଜଣା ପଡିଛି।

ଏହିଭଳି ମହାମାରୀ ପାଇଁ ସମସ୍ତେ ଚିନ୍ତିତ ,ଏବେ ସାରା ବିଶ୍ଵ ଏହି ମହାମାରୀରେ ପୀଡ଼ିତ ଥିବା ବେଳେ ସେଥିରୁ ବାଦ ପଡ଼ିନାହିଁ ଆମ ଭାରତ ।ପ୍ରଥମେ ଏ ମହାମାରୀ ଚିନ୍ ରୁ ଆରମ୍ଭ ହୋଇଥିଲା ପରେ ଧୀରେ ଧୀରେ ସାରାବିଶ୍ଵରେ ୨୧୦ଟି ଦେଶକୁ ହୋଇଗଲା ।

ଏହି ପରିପେକ୍ଷିରେ ଆମ ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶରେ ଲକଡାଉନ,ସଟ ଡାଉନ,ନିୟମ ଲାଗୁ କରି ଏ ମହାମାରୀକୁ ବ୍ୟାପିବା ପାଇଁ କରା ଯାଇଥିଲା କିନ୍ତୁ ଏବେ ଏବେ ଆମ ଦେଶର ସବୁରାଜ୍ୟରେ ଏ କୋରନା ରୋଗୀ ଦେଖା ଯାଉ ନାହାଁନ୍ତି ।

ବର୍ତ୍ତମାନ ସୁଧା ୧୦ଟି ଜିଲ୍ଲାରେ positive ଦେଖାଦେଇଛନ୍ତି ବାକି ରାଜ୍ୟରେ ସମସ୍ତେ ସୁସ୍ଥ ଅଛନ୍ତି । ସେଥିପାଇଁ ପାଇଁ ଆମ ରାଜ୍ୟ ସରକାର ଏଇ ନିଷ୍ପତ୍ତି ନେଇଛନ୍ତି କିଛି ରାଜ୍ୟରେ ଲକଡାଉନ କୋହଳ ହେବ।ବର୍ତ୍ତମାନ ପର୍ଯ୍ୟନ୍ତ ପରିସ୍ଥିତି କୁ ଅନୁଧ୍ୟାନ କରି ଓ ସୂଚନା ଅନୁସାରେ ଏବେ ସୁଦ୍ଧା ଅଧିକାଂଶ ଜିଲ୍ଲାରେ ଓ ରାଜ୍ୟ ମାନଙ୍କରେ କରନା ରେ କେହି ଆକ୍ରାନ୍ତ ହୋଇନଥିବା ବେଳେ ସଂକ୍ରମଣରେ କୌଣସି ଆଶଙ୍କା ଦେଖାଦେଇ ନାହିଁ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଲକ ଡାଉନକୁ କୋହଳ କରାଯିବ । ସମସ୍ତ ସରକାରୀ ଅଫିସର A ଗ୍ରେଡ଼ର ଅଫିସ ଆସିବେ ,ସରକାରୀ କାର୍ଯ୍ୟାଳୟ ଖୋଲାରହିବ ତଥା,ତହସିଲ,ରେଜିଷ୍ଟ୍ରେସନ ଅଫିସ। ଏହି ସବୁ ସରକାରୀ କାର୍ଯ୍ୟାଳୟ ମାନ ଖୋଲା ରହିବ। ଲୋକ ମାନଙ୍କ ସୁବିଧା ସୁଯୋଗ କୁ ନଜର ଦେଇ ଏହି ବ୍ୟବସ୍ଥା ମାନ ଗ୍ରହଣ କରାଯାଇ ଅଛି।

ସମସ୍ତ ପ୍ରକାର ଚାଷକାମ ଓ କୃଷି ଜାତ ଦ୍ରବ୍ୟର ପରିବହନ ଓ ବିକ୍ରି ହୋଇ ପାରିବ ,ଚାଷ ଯତ୍ନପାତୀ ବିକୁଥିବା ଦୋକାନ ମାନ ଖୋଲା ରହିବ, ସାର କୀଟନାଶକ ବିକ୍ରି ହେବ ଦୁଗ୍ଧ ଉତ୍ପାଦନ ଓ ବିକ୍ରି ଉପରେ କୌଣସିକଟକଣା ରହିବ ନାହିଁ, ନିର୍ମାଣ କାର୍ଯ୍ୟ କୁ କରିପାରିବେ ତଥା ପ୍ରଧାନମନ୍ତ୍ରୀଙ୍କ ଯୋଜନା, NRGS କାମ,ମନରେଗାରେ କାମ ଆରମ୍ଭ ହେବ  ।

ବିଜୁ ପକ୍କାଘର ଯୋଜନା,ସ୍ଵଛ୍ଛ ଭାରତଯୋଜନା ଆଦି କାମ ହେବ,ବହି ଦୋକାନ,ସହିତ ଅତି ଆବଶ୍ୟକତା ଥିବା ଦୋକାନ ଖୋଲା ରହିବ। ରାସ୍ତାକଡ଼ ଢାବା ମଧ୍ୟ ଖୋଲି ପାରିବେ କିନ୍ତୁ ସାମାଜିକ ଦୂରତା ରଖି ।

ଏହି ପରିପ୍ରେକ୍ଷୀରେ ସଂକ୍ରମଣକୁ ଦୃଷ୍ଟି ରେ ରଖି ବହୁତ୍ ସ୍ଥାନ କୁ କରନା ର ହୋଟ୍ ସ୍ପଟ୍ ଭାବରେ ଚିହ୍ନିତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ତଥାପି ଏବେ ସୁଧା ଯେଉଁ ୨୦ଟି ଜିଲ୍ଲାରେ କୋରନା ରୋଗୀ ଚିହ୍ନଟହୋଇ ନାହାଁନ୍ତି ସେଠାକାରେ ଘରୋଇ ବସ ଚଳାଚଳ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଵଭାବିକ ରହିବ କି ନାହିଁ ଏ ନେଇ ପରିବହନ ମନ୍ତ୍ରୀ କହିଛନ୍ତି ଏବେ ସୁଧା ବିଚାରରେ ଅଛି।

ତେଣୁ ପ୍ରତିଟି ମୁହୂର୍ତ୍ତରେ ଆପଣ ମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ଓ ସହାୟକ କର୍ମୀ ମାନେ ତତ୍ପର ଅଛନ୍ତି। ଆପଣ ମାନେ ସଚେତନ ରୁହନ୍ତୁ ଓ ଘରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।