ଲକ୍‌ଡାଉନ୍‌ ସମୟରେ ଗ୍ରାହକ ମାନଙ୍କ ପାଇଁ ଆଶ୍ୱସ୍ତି, ପୁଣି କମିଲା ସୁନା ଦର

ଲକ୍ ଡାଉନ୍ ର ପ୍ରଭାବ ସବୁକିଛି ରେ ଦେଖିବାକୁ ମିଳିଛି। ମାରାତ୍ମକ ଭୂତାଣୁ କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି।ତେଣୁ କ୍ରମାଗତ ଭାବରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଏହାର ପ୍ରଭାବ ଏବେ ଧାତୁ ମାନଙ୍କ ଉପରେ ପଡିଛି। କ୍ରମାଗତ ଭାବରେ ସୁନା, ରୂପା ର ଦର ହ୍ରାସ ପାଇବାରେ ଲାଗିଛି। ବହୁତ୍ ଦିନ ଧରି ଏହି ଧାତୁ ଗୁଡ଼ିକର ମୂଲ୍ୟ ଆକାଶ ଛୁଆଁ ହୋଇଥିଲା। ଅତ୍ୟଧିକ ଦର ବୃଦ୍ଧି ଘଟିଥିଲା। କିନ୍ତୁ ଏବେ ଏହାର ଦର ରେ ହ୍ରାସ ହେବାରେ ଲାଗିଛି।

ଧାତୁ ମାନଙ୍କର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଏକ୍ସଚେଞ୍ଜ ରେ ଗୁରୁବାରରେ ବି ଏମ୍‌ସିଏକ୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ହ୍ରାସ ପାଇଛି। ୨୪ କ୍ୟାରେଟ ସୁନାଦର ପ୍ରତି ୧୦ଗ୍ରାମ ହ୍ରାସ ପାଇ ୪୬,୯୦୦ ଟଙ୍କାରେ ପହଞ୍ଚିଛି । ସେହିପରି MCX ରେ ସିଲଭର ଫ୍ୟୁଚର ୧.୬% ହ୍ରାସ ପାଇ କେଜି ପିଛା ୪୮,୨୫୫ ରହିଛି।

ଗତ ସପ୍ତାହରେ, ଆମେରିକା-ଚୀନ୍ ମଧ୍ୟରେ ତିକ୍ତତା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ପ୍ରୋତ୍ସାହନ ଆଶଙ୍କା ମଧ୍ୟରେ ବିଭିନ୍ନ ଧାତୁର ଦାମ୍‌ ଖସିଛି । ଯାହାର ପରିମାଣ  ସୁନା ଦର ୪୭,୯୮୦ ଡଲାରରେ ପହଞ୍ଚିଛି ।ଏହାମଧ୍ୟରେ ଆମେରିକାର ସିନେଟ୍ ଏକ ବିଲ୍ ପାସ୍ କରିଛି ଯାହା କିଛି ଚାଇନିଜ୍ କମ୍ପାନୀକୁ ଆମେରିକୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାକୁ ବାରଣ କରିପାରିବ।

ଅନ୍ତର୍ଜାତୀୟ ବଜାରର କଥା ଯଦି ହେବା ଗୁରୁବାର ସକାଳେ ଫ୍ୟୁଚର  ଓ ସ୍ପଟ୍ ହ୍ରାସ ଦେଖିବାକୁ ମିଳିଛି।  ଗୁରୁବାର ସକାଳେ ସୁନାର ବିଶ୍ବସ୍ତରୀୟ ମୂଲ୍ୟ ୦.୫୦ ପ୍ରତିଶତ ବା ୮.୮୦ ଡଲାର ହ୍ରାସ ସହିତ  ୧୭୪୩.୩୦ ଡଲାର ପ୍ରତି ଆଉନ୍ସରେ ଟ୍ରେଣ୍ଡ କରୁଛି। ସେଭଳି ଏବେ ସୁନାର ବିଶ୍ବସ୍ତରୀୟ ଦାମ୍ ୦.୪୧ ପ୍ରତିଶତ ବା ୭.୦୯ ଡଲାର ହ୍ରାସ ସହିତ ୧,୭୪୧.୦୯ ଡଲାର ପ୍ରତି ଆଉନ୍ସରେ ଟ୍ରେଣ୍ଡ କରୁଥିଲା।

କିଛି ଦିନ ତଳେ କରୋନା ମହାମାରୀ ଓ ଚିନ୍‌-ଆମେରିକା ମଧ୍ୟରେ ବାଣିଜ୍ୟ ବିବାଦ ଲାଗି ଲଗାତର ଭାବେ ସୁନା-ରୂପା ଦର ବୃଦ୍ଧି ପାଇବାର ଲଗାଥିଲା । ଏମିତିକି ଥିଲା କି ସୁନା ଦର ୧୦ଗ୍ରାମ ପ୍ରତି ୫୦ହଜାର ପାଖାପାଖି ହେବାକୁ ଲାଗିଥିଲା ।

ଆର୍ଥିକ ସ୍ଥିତି କୁ ସୀମିତ ରଖିବା କୁ ନେଇ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ହାର ହ୍ରାସ ଏବଂ ଅନ୍ୟାନ୍ୟ ଉତ୍ସାହର କାରଣ ହୋଇଥିବାରୁ ଚଳିତ ବର୍ଷ ସୁନା ମୂଲ୍ୟ ପ୍ରାୟ ୧୪% ବୃଦ୍ଧି ପାଇଛି।ଅତ୍ୟାଧୁନିକ ଫେଡେରାଲ ରିଜର୍ଭ ନୀତି ବୈଠକରେ ଦର୍ଶାଇଯାଇଥିଲାଲା ଯେ,  ଆର୍ଥିକ ମାନ୍ଦାବସ୍ଥା ଜାରି ରହିଲେ ସଦସ୍ୟମାନେ ଅଧିକ ସମର୍ଥନ କରିବାର ସମ୍ଭାବନାକୁ ସ୍ୱୀକାର କରିଛନ୍ତି।

କମ୍ ସୁଧ ହାରର ଆଶା ଉପରେ ସୁନା ମୂଲ୍ୟ ବୃଦ୍ଧି ପାଇଥାଏ । ଯାହା ଫଳରେ ଏହାକୁ ନେଇ ସୁନା ରୂପା ବଜାରରେ ଏକ ଆଶ୍ୱସ୍ତି କର ଖବର ଗ୍ରାହକ ମାନଙ୍କ ପାଇଁ ଆସିଛି।ଏହି ଦରରେ ଆହୁରି ହ୍ରାସ ଘଟିବ ବୋଲି ଆଶା କରାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।