ଲକ୍‌ଡାଉନ୍‌ ସମୟରେ RBI ର ବଡ଼ ଘୋଷଣା, ଶୀଘ୍ର ଜାଣନ୍ତୁ

ପୁଣିଥରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(Reserve Bank of India) ତରଫରୁ ଲକ୍ ଡାଉନ୍ ସମୟ ସୀମା କୁ ଲକ୍ଷ୍ୟ କରି ଏକ ଆଶ୍ଵସ୍ତିକର ସୂଚନା ଦିଆ ଯାଇଛି । ଆର୍ ବି ଆଇ ର ଗଭର୍ଣ୍ଣର ଶକ୍ତିକାନ୍ତ ମିଶ୍ର ଏଥିନେଇ ସୂଚନା ଦେଇଛନ୍ତି।ଦେଶରେ ଜନ ସାଧାରଣ ମାନଙ୍କର ଆର୍ଥିକ ସ୍ଥିତି କୁ ଦୃଷ୍ଟିରେ ରଖି ପୁଣି ଥରେ ସମସ୍ତ ପ୍ରକାରର ଟର୍ମ ଲୋନ୍‌ ଉପରେ ୩ ମାସ ପର୍ଯ୍ୟନ୍ତ କୋହଳ କରିଚନ୍ତି ଗଭର୍ଣ୍ଣର ଶ୍ରୀଯୁକ୍ତ ଦାସ।ନିଶ୍ଚିତ ଭାବରେ ଲୁନ୍ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଆଶ୍ୱସ୍ତିକର ଖବର। କାରଣ ଏହାର ଅବଧି ପୁଣି ୩ ମାସ ଘୁଞ୍ଚି ଦିଆ ଯାଇଛି।

ମହାମାରୀ କରୋନା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଛି।ଏହାକୁ ଦୃଷ୍ଟିରେ ରଖି RBI ପକ୍ଷରୁ ଏହି ଭଳି ନିଷ୍ପତି ଋଣ ଧାରୀ ମାନଙ୍କ ପାଇଁ କରା ଯାଇଛି। ୬ଟି ବଡ଼ ରାଜ୍ୟରେ ଔଦ୍ୟୋଗିକ ଉତ୍ପାଦନ ଠପ୍ ହୋଇଥିବା ବେଳେ ମାର୍ଚ୍ଚ ମାସରେ ଶିଳ୍ପ ସଂସ୍ଥାରେ ଉତ୍ପାଦନ ୧୭% ହ୍ରାସ ପାଇଛି।

ଲୋନ୍‌କୁ ନେଇ ଆର୍‌ବିଆଇ, ମାସିକ ଋଣ କିସ୍ତି (EMI) ପୈଠ ଅବଧିକୁ ଆଉ ୩ ମାସ ଯାଏ ବୃଦ୍ଧି କରିଛି। ଜୁନ୍ ୧ରୁ ଅଗଷ୍ଟ ୩୧ ଯାଏ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।ପୂର୍ବରୁ ଏହି ଋଣ କୁ ୩ ମାସ ପର୍ଯ୍ୟନ୍ତ କୋହୋଲ କରା ଯାଇଥିବା ବେଳେ ପୁଣି ଏବେ ଏହି ଅବଧି କୁ ବୃଦ୍ଧି କରା ଯାଇଛି।

ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ବ୍ୟାଙ୍କ୍ ମାନଙ୍କ ପାଇଁ ଘୋଷଣା ହୋଇଛି ଯେ ଗ୍ରାହକଙ୍କ ଉପରେ କୌଣସି ପ୍ରକାରର ଚାପ ନ ପକାଇବା ପାଇଁ। ଏଥିପାଇଁ RBI ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ RBI ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଯାହା ଫଳରେ ଋଣ ଧାରୀ ମାନେ ଚାପରେ ରହିବେ ନାହିଁ।ସେମାନେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଲା ପରେ ଏହାକୁ ପୈଠ କରି ପାରିବେ।ସମସ୍ତ ପ୍ରକାରର ଋଣ ଏବଂ ବକେୟା ରାଶି ମାନଙ୍କ କ୍ଷେତ୍ରରେ ବ୍ୟାଙ୍କ୍ କୁ ଶକ୍ତ ଧକ୍କା ଲାଗିଥିବା ବେଳେ ବ୍ୟାଙ୍କ ଗୁଡ଼ିକର ସ୍ଥିତି ବହୁତ୍ ମାନ୍ଦା ହୋଇ ପଡିଛି। ଏଥିସହ ରେପୋ ରେଟ୍‌ରେ ୪୦ ବେସିସ ପଏଣ୍ଟ ହ୍ରାସ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଆଜି ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରିଛନ୍ତି।

ଫଳରେ ରେପୋ ରେଟ୍ ୪.୪%ରୁ ହ୍ରାସ ପାଇ ୪% ହୋଇଛି। ସେହିପରି ରିଭର୍ସ ରେପୋ ରେଟ୍ କମି ୩.୩୫ ପ୍ରତିଶତ ହୋଇଛି।ଏହି ଭଳି ସୁଧ ର ହ୍ରାସ ର ପରିମାଣ ବୃଦ୍ଧି ହେବାରେ ଲାଗିଛି।ତେଣୁ ସର୍ବ ପରିପ୍ରେକ୍ଷୀରେ ସମସ୍ତ ପ୍ରକାରର ଆର୍ଥିକ ନେନଦେନ କୁ ଠିକ କରିବା ପାଇଁ ପ୍ରୟାସ କରା ଯାଉଅଛି। ଏଥିପାଇଁ ବ୍ୟାଙ୍କ୍ ଗୁଡ଼ିକ ଆଉ କିଛି ସମୟ ଲାଗିବ ବୋଲି ଆକଳନ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।