ମନୁଷ୍ୟର MIND କେମିତି ତାର ସଫଳତା ଏବଂ ଅସଫଳତା ର କାରଣ ହୋଇଥାଏ

ମୁଁ ଆଜି ଆପଣଙ୍କୁ କହିବି ମଣିଷ ଜୀବନର ଏକ ବିରାଟ ଅଂଶ।ମଣିଷର ସମସ୍ତ ସଫଳତା ଆଉ ଅସଫଳତା କିପରି ମାଇଣ୍ଡ ଦ୍ଵାରା ହିଁ ଚାଳିତ ହୋଇଥାଏ।ଆପଣ ଆଗକୁ ଯାହା ସଫଳତା ପାଇବେ କିମ୍ବା ଅସଫଳତା ପାଇବେ ତାହା କେବଳ ଆପଣଙ୍କ ମାଇଣ୍ଡ ଦ୍ଵାରା ହିଁ ପାଇବେ।ମଣିଷର ମାଇଣ୍ଡ ହେଉଛି ଲିଭିଂ କମ୍ପୁଟର।

ଆପଣ ଯଦି କେବେ ଦୁଖୀ ଅଛନ୍ତି କହି ପାରିବେ କି ଆପଣ କେବେ ପରିମାଣରେ ଦୁଖୀ ଅଛନ୍ତି ଆଉ ଆପଣ ଯେତେବେଳେ ଖୁସି ଅଛନ୍ତି କହି ପାରିବେ କି ଆପଣ କେତେ ପରିମାଣରେ ଖୁସି ଅଛନ୍ତି।

ଯଦି ଆପଣ କେବେ କିଛି ଗୁଗଲରେ ସର୍ଚ୍ଚ କରୁଛନ୍ତି ତାହେଲେ ଆପଣ ପ୍ରଥମେ ସେଠାରେ କିଛି ତଥ୍ୟ ଦେଉଛନ୍ତି।ତାପରେ ଯାଇ ସେ ଆପଣଙ୍କୁ ତାର ଉତର ଦେଉଛି।କମ୍ପୁଟରରେ ଯେଉଁ ତଥ୍ୟ ଦେଇ ଦିଆଯାଇଛି ସେ ସେହିପରି ହିଁ କାମ କରିବ।ଆପଣ ରୋବଟ ଫିଲ୍ମ ଦେଖିଥିବେ ରୋବଟରେ ଯେପରି ଡାଟା ଫିଟ କରାଯାଇଥାଏ ସେ ସେହିପରି କାର୍ଯ୍ୟ କରିଥାଏ।

ଆପଣଙ୍କ କେତେବେଳେ ଯଦି କିଛି ଦୁଃଖ କଥା ମନେ ପଡୁଛି ତାହେଲେ ଆପଣ ଦୁଖୀ ହେଉଛନ୍ତି।ଆପଣ ଯେତେବେଳେ ଖୁସି ହେଉଛନ୍ତି ତାହାଲେ ଜାଣି ନିଅନ୍ତୁ କି ଆପଣ ସେଥିରେ କିଛି ଭଲ ଡାଟା ଏଣ୍ଟର କରିଛନ୍ତି।ଯାହା ଦ୍ଵାରା କି ସେ ଆପଣଙ୍କୁ କିଛି ସମୟ ଖୁସି ଦେଉଛି।ତେଣୁ ଆପଣ କଉ ପରି ଡାଟା ଏଣ୍ଟର କରୁଛନ୍ତି ତାହା ହେଉଛି ବହୁତ ମୂଲ୍ୟବାନ।

ଆପଣ ଯଦି କେବେ ବି ଆପଣଙ୍କ ମାଇଣ୍ଡରେ ଖରାପ ଡାଟା ଏଣ୍ଟର କଲେ ତାହେଲେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।ଯଦି ଆପଣ ଏକ ନିମ ଗଛ ରୋପଣ କରିଛନ୍ତି ତାହେଲେ ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ଆପଣ ସେଥିରୁ ଆମ୍ବ ପାଇ ପାରିବେ ନାହିଁ।

ତେଣୁ ଆମେ ସେ ବିଷୟରେ ଧ୍ୟାନ ଦେବା ଦରକାର କି ଆମେ ଆମ ମଇଣ୍ଡରେ କେଉଁ ଡାଟା ଏଣ୍ଟର କରୁଛନ୍ତି।ଆଜି ଆପଣ ଦେଖୁଥିବେ ବହୁତ କମ ପାଠ ପଢିଥିବା ବ୍ୟକ୍ତି ମଧ୍ୟ ସଫଳ ହେଉଛନ୍ତି କାରଣ ସେମାନେ ଉଚ୍ଚ ବିଚାରକୁ ନିଜର ପ୍ରଥମ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି।ମଣିଷର ମାଇଣ୍ଡ କାମ କରୁଛି ତାର ବିଚାର ଦ୍ଵାରା।

ଆପଣଙ୍କ ଯେମିତି ଅନୁଭୂତି ଅଛି ଆପଣଙ୍କ ସେମିତି ବିଚାର ଆସିବ।ଆପଣ ଯଦି କୋଣସି କାମରେ ବିଫଳ ହୋଇଛନ୍ତି ତାହେଲେ ଅପଣଙ୍କୁ ବାର ବାର ଖରାପ ଚିନ୍ତା ଆସିବ ଆଉ ଏହା ଆପଣଙ୍କୁ ବିଫଳ କରିବାରେ ସବା ପ୍ରଥମେ ଥାଏ।ଆପଣ ଯଦି କୌଣସି ପରୀକ୍ଷାରେ ବହୁବାର ଫେଲ ହେଇଛନ୍ତି ତାହେଲେ ଆପଣଙ୍କ ମଇଣ୍ଡରେ ତ ଖରାପ ଚିନ୍ତା ଆସିବ  ।

ମାତ୍ର ଆପଣ ସେ ଖରାପ ଚିନ୍ତା ଧାରାରୁ ବାହାରିବା ଦରକାର।ଆପଣଙ୍କ ସଫଳତା ପାଇବାର ଆଗ୍ରହ ହିଁ ଆପଣଙ୍କୁ ସଫଳତା ପଥରେ ନେବାକୁ ଆପଣଙ୍କୁ ସାହାଯ୍ୟ କରିବ।ଆପଣ ଧରି ନେବେ କି ଆପଣ ଯେତେ ଥର ଅସଫଳ ହେଇଛନ୍ତି ସେ ଅସଫଳତାରୁ ଆପଣ କିଛି ଶିଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।