ସୋସିଆଲ ମିଡିଆ ରେ ଭାଇରଲ ହେଲା ଓଡ଼ିଆ ଅଭିନେତ୍ରୀଙ୍କ ନମ୍ବର । ମହିଳା ଥାନାର ଦ୍ବାରସ୍ଥ ହେଲେ ଏହି ଓଡିଆ ଅଭିନେତ୍ରୀ

0

ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଓଲିଉଡ ର ନାମୀ ଦାମୀ ଅଭିନେତ୍ରୀ ପୁପୁଲ୍ ଙ୍କ ବିଷୟ ରେ। ପୁପୂଲ୍ ଭୂୟାଁ ଙ୍କୁ କିଏ ନ ଜାଣେ। ମାତ୍ର ଏହି ଅଭିନେତ୍ରୀ ଜଣକ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଠକେଇ ର ଶିକାର ହୋଇଛନ୍ତି । ଏହା ପୁଣି କରିଛି ଜଣେ ସାଧାରଣ ଯୁବକ। ଯିଏକି ନିଜକୁ ଜଣେ ଓଲିଉଡ ରିପୋଟର ବୋଲି ପରିଚିତ କରେଇ ଥିଲା ପୂପୁଲ୍ ଙ୍କ ନିକଟରେ ସେ ବି ସାମାଜିକ ଗଣମାଧ୍ୟମରେ।

ଏହି ପରି ଭାବେ ପୂପୁଲ ଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ଏହି ଯୁବକ ଜଣକ। ସେ ତାଙ୍କୁ ଠକିବା ପାଇଁ ଚାହୁଁଥିଲେ। ମାତ୍ର ପୂପୂଲ୍ ନିଜର ବୁଦ୍ଧିମତା ଓ ସାହସିକତା ର ପ୍ରମାଣ ଦେଇଥିଲେ। ଘଟଣା ଟି କିଛି ଏହି ପରି ଆସନ୍ତୁ ଜାଣିବା ଏହି ବିଷୟ ରେ। ପୁପୁଲ ଙ୍କ ସହ ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ଜଣେ ଅସାମାଜିକ ଯୁବକ ବନ୍ଧୁତା ସ୍ଥାପନ କଲେ ନିଜକୁ ଜଣେ ପ୍ରତିଷ୍ଠିତ ଓଲିଉଡ ରିପୋ୍ଟର ଭାବେ ପରିଚିତ କରାଇ।

ଏହା ପରେ ସେ ସାକ୍ଷାତକାର ନିମନ୍ତେ ପୂପୂଲ ଙ୍କୁ ତାଙ୍କ ନମ୍ୱର୍ ମାଗି ଥିଲେ। ପୁପୂଲ ମଧ୍ୟ ତାଙ୍କ କଥା କୁ ବିଶ୍ୱାସ କରି ନିଜ ନମ୍ୱର୍ ଦେଇ ଦେଇ ଥିଲେ। କିଛି ପ୍ରଶ୍ନ ଏହି ଯୁବକ ଜଣକ ପୂପୁଲଙ୍କୁ ପଚାରି ଥିଲେ। ପୂପୁଲ୍ ମଧ୍ୟ ଏହାର ଉତ୍ତର ଦେଇ ଥିଲେ। ଏହି ପରି ଦୁଇ ଦିନ ଅତିକ୍ରାନ୍ତ ହେବା ପରେ ପୂପୂଳ ଙ୍କୁ ଯୁବକ ଜଣକ ଅଶ୍ରିଳ ପ୍ରଶ୍ନ ପଚାରି ଥିଲେ ଏବଂ ନିଜର ଅସଲ୍ ଚେହେରା ଦେଖାଇ ଥିଲେ।


ଏହା ପରେ ସେ ପୂପୁଳ ଙ୍କୁ ପଇସା ମାଗି ଥିଲେ। ଯଦି ପୂପୂଲ୍ ନା ଦିଅନ୍ତି ତେବେ ସେ ତାଙ୍କ ନମ୍ୱର୍ ଭାଇରାଲ୍ କରିବେ ବୋଲି କହିଥିଲେ ଏବଂ ସେପରି କରିଥିଲେ ମଧ୍ୟ। ଏହି ନମ୍ୱର୍ ପାଇ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ହଇରାଣ କରିଥିଲେ। ଯାହା ପାଇଁ ସେ ନିଜ ଫୋନ୍ ବନ୍ଦ ରଖିଥିଲେ। ମାତ୍ର ସେ ଡରି ନଥିଲେ। ଭୁବନେଶ୍ୱର ମହିଳା ଥାନା ରେ ଏତଲା ଦେଇ ଥିଲେ। ଭୁବନେଶ୍ୱର ମହିଳା ଥାନାର ଏସ ଆଇ ଏତଲା ପାଇ ଅନୁସନ୍ଧାନ ଜାରୀ ରଖି ଥିବା କହିଛନ୍ତି।

କେବଳ ପୂପୂଲ୍ ନୁହନ୍ତି ଏହି ଭଳି ଅନେକ ଅଭିନେତ୍ରୀ ଏହି ଭଳି ଠକାମୀ ର ଶିକାର ହୋଇଛନ୍ତି । ଏହିଭଳି ଠକାମୀ ର ଶିକାର ହେବା କାରଣରୁ ଏବେ ସମାଜରେ ଅରାଜକତା ଓ ଡକାୟତି ର ଜ୍ୱଳନ୍ତ ଉଦାହରଣ ସାମ୍ନା କୁ ଆସୁଛି।ତେବେ ଏଥିପାଇଁ ସରକାରଙ୍କ ସାଇବର କ୍ରାଇମ୍ ସେଲ୍ ତରଫରୁ ସମସ୍ତ ପ୍ରକାର ସେକୁରିତି ସିଷ୍ଟମ୍ କୁ ଦୃଢ଼ କରିବା ସହିତ ସମସ୍ତ ପ୍ରକାର ଉଚିତ୍ ଓ ବିହିତ କାର୍ଯ୍ୟାନୁଷ୍ଠାନ ମାନ ଗ୍ରହଣ କରୁଛନ୍ତି।

ତେବେ ଏହି ଘଟଣାରେ ଶିକାର ହୋଇଥିବା ଅଭିନେତ୍ରୀ ମଧ୍ୟ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.