ମାତ୍ର ୨ ମିନିଟରେ ଦାନ୍ତ କଷ୍ଟ ଦୂର କରିବାର ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି ଭଲ ହେବ

0

ଦାନ୍ତରେ କଷ୍ଟ ହବା ଗୋଟେ ଏପରି ସମସ୍ୟା ଅଟେ ଯାହା ବଡ଼ ଲୋକଙ୍କ ଠାରୁ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହୋଇପାରେ । ଦାନ୍ତର ଯତ୍ନ ଠିକ୍ ଭାବରେ ନେଉଥିଲେ ମଧ୍ୟ ଏହି ଅସୁବିଧା ହୋଇଥାଏ । ତେବେ ଏହା ନୂଆ ଦାନ୍ତ ଉଠିବା କାରଣରୁ ହୋଇପାରେ କିମ୍ବା ଦାନ୍ତରେ ପୋକ ଲାଗିବା କାରଣରୁ ହୋଇପାରେ । ଦାନ୍ତ ମାଢି କୌଣସି କାରଣରୁ ଫୁଲିଥିଲେ ମଧ୍ଯ ଏପରି ହୋଇପାରେ । ଦାନ୍ତ ରେ କୌଣସି କାରଣରୁ ସଂକ୍ରମଣ ଜଗୁ ମଧ୍ଯ ଏପରି ହୋଇପାରେ । ଦାନ୍ତ ହଲିବା ଭଳି ଅନେକ ସବୁ କାରଣ ଜଗୁ ଦାନ୍ତ କଷ୍ଟ ହୋଇଥାଏ ।

ଯାହାଫଳରେ ଆମେ ଅନେକ ସମୟରେ ବହୁତ ଚିନ୍ତାଗ୍ରସ୍ତ ହୋଇ ଥାଉ ଏବଂ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇ ଥାଉ । ଯିଏ କି ଆମ ଠାରୁ ବହୁତ ଟଙ୍କା ନେଇଥାନ୍ତି ଏବଂ ଅନେକ ପ୍ରକାରର ଔଷଧ ମଧ୍ୟ ଲେଖିଥାନ୍ତି ।

ସେମାନେ ଆମକୁ ରୁଟ୍ କେନାଲ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଯାହା ଫଳରେ ବହୁ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିଥାଏ । ଅନେକ ସମୟରେ ଡାକ୍ତର ଆମକୁ ଦାନ୍ତ ଉପାଡିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହି ଦାନ୍ତ କଷ୍ଟ ରୁ ବଞ୍ଚିବା ପାଇଁ ଏକ ଚମତ୍କାରି ଉପାୟ ଆଜି ଆମେ ଆପଣଙ୍କୁ କହିବୁ ।

ଯାହାକି ଆପଣଙ୍କୁ ୧୦୦ ପ୍ରତିଶତ ସହାୟତା କରିବ ଦାନ୍ତ କଷ୍ଟ ରୁ ରକ୍ଷା ପାଇବା ପାଇଁ । ଫଳରେ ଆପଣଙ୍କୁ ନା ଦାନ୍ତ ଉପଡିବାକୁ ପଡ଼ିବ ନା ପେନ୍ କିଲର୍ ଖାଇବାକୁ ପଡିବ । ଏହା ଏକ ଲାଭ ଦାୟକ ଉପଚାର ଅଟେ । ଏହାର ପ୍ରୟୋଗ ଦ୍ୱାରା ଆପଣ ୫ ରୁ ୬ ଦିନ ମଧ୍ୟ ରେ ସୁନ୍ଦର ଦାନ୍ତ ପାଇ ପାରିବେ ଏବଂ ଆପଣଙ୍କର ଦାନ୍ତ ଜନିତ ସମସ୍ୟା ମଧ୍ୟ ସବୁଦିନ ପାଇଁଁ ଦୂର ହୋଇଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧା ଗ୍ଲାସ୍ ପାଣି ନିଅନ୍ତୁ । ଏଥିପାଇଁ ସମ୍ପୂର୍ଣ୍ଣ ସାଧାରଣ ପାଣି ନିଅନ୍ତୁ ଥଣ୍ଡା କି ଗରମ୍ ପାଣି ର ଆବଶ୍ୟକତା ନାହିଁ । ଦ୍ଵିତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ଅଟେ ଫିଟିକିରି ।

ବହୁ ଲୋକ ଫିଟିକିରି କଣ ଜାଣି ନଥାନ୍ତି ସେମାନଙ୍କୁ ଆମେ କହି ରଖିବାକୁ ଚାହୁଁଛୁ କି ଦାଢି କ୍ଷର ହୋଇସାରିବା ପରେ ଆମେ ଯେଉଁ ଫିଟିକିରି ବ୍ୟବହାର କରିଥାଉ ସେହି ଫିଟିକିରି ଆପଣ ବ୍ୟବହାର କରିବେ । ଏହି ଫିଟିକିରି ଆପଣଙ୍କୁ ଆପଣଙ୍କ ନିକଟସ୍ଥ ବଜାରରେ ମିଳିଯିବ ।

ତେବେ ଗୋଟିଏ ଛୋଟ ଫିଟିକିରି କୁ ମଧ୍ୟ ଆପଣ ବହୁତ ଦିନ ବ୍ୟବହାର କରିପାରିବେ । ବର୍ତ୍ତମାନ୍ ଏହି ଫିଟିକିରିକୁ ଆପଣ ପାଣିରେ ପୋକାଇ ଦିଅନ୍ତୁ । ଆପଣ ଚାହିଁଲେ ଏହି ଫିଟିକିରି ର ପାଉଡର କରି କିମ୍ବା ଗୋଟାଳିଆ ଆପଣ ପାଣିରେ ପକାଇ ପାରିବେ ।

ତା ପରେ ଏହାକୁ ୨୫ ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପାଣିରେ ମିଶାନ୍ତୁ । ଫଳରେ ଆପଣ ଦେଖି ପାରିବେ କି ପାଣିର ରଙ୍ଗ ମଧ୍ୟ ବଦଳି ଯିବ । ୨୫ ରୁ ୩୦ ସେକେଣ୍ଡ ପରେ ଫିଟିକିରି ଖଣ୍ଡ କୁ ପାଣି ରୁ ବାହାର କରି ଦିଅନ୍ତୁ । ଏହି ଫିଟିକିରି ଖଣ୍ଡକୁ ଏହିପରି ଭାବରେ ଆପଣ ବାରମ୍ବାର ବ୍ୟବହାର କରିପାରିବେ ବହୁ ଦିନ ପର୍ଯ୍ୟନ୍ତ ।

ଏହି ପାଣିକୁ ଆପଣଙ୍କୁ ଦିନରେ ଦୁଇ ଥର ବ୍ୟବହାର କରିବାକୁ ହବ । ଏହି ପାଣି କୁ ଆପଣ ୮ ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ ରଖି କୁଳି କରନ୍ତୁ । ଏହି ଗ୍ଲାସ୍ ରେ ଥିବା ସମସ୍ତ ପାଣିକୁ ଆପଣ ଅଳ୍ପ ଅଳ୍ପ ନେଇ କୁଳି କରନ୍ତୁ । ଏହାର ପ୍ରଭାବ ଆପଣ ୨ ରୁ ୩ ଭିତରେ ଜାଣି ପାରିବେ ।

କିନ୍ତୁ ଯଦି ଆପଣଙ୍କୁ କଷ୍ଟ ଅଧିକ ହେଉଛି ତେବେ ଏହାର ପ୍ରଭାବ ୪ ରୁ ୫ ଦିନ ମଧ୍ୟରେ ଆପଣ ଜାଣି ପାରିବେ । ଏଥିରେ କୁଳି କରିସାରିଲା ପରେ ଆପଣ ଆଉ ପଟି କୁ ସାଧା ପାଣିରେ କିମ୍ବା ବ୍ରଶ୍ କରି ସଫା କରିବେ ନାହିଁ । ଏହାପରେ ପଟିକୁ ସେହିପରି ଛାଡି ଦିଅନ୍ତୁ । କିନ୍ତୁ ଡାକ୍ତର ଯଦି ଆପଣଙ୍କୁ ଦାନ୍ତ ଫିଲିଂ କରିବାକୁ କହୁଛନ୍ତି ତେବେ ଆପଣ ଦାନ୍ତ ଫିଲିଂ କରିନିଅନ୍ତୁ ।

ଦାନ୍ତ ପୋକ ଖାଇଲେ ଦାନ୍ତ କଣା ହୋଇଯାଇଥାଏ ଫଳରେ ଏଥିରେ ଖାଦ୍ୟ ପଶିଲେ କଷ୍ଟ ହୋଇଥାଏ । ତେଣୁ ଆପଣ ଦାନ୍ତ ଫିଲିଂ କରାଇନବା ଠିକ୍ ରହିବ । ଆପଣ ଏହି ଉପଚାର ଦ୍ୱାରା ଅନେକ ଦାନ୍ତ ସମସ୍ୟା ରୁ ରକ୍ଷା ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.