ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କା ରୁ ଆପଣଙ୍କୁ କେତେ ଟଙ୍କା ମିଳିବ ଆଉ କେମିତି ମିଳିବ ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପରେ କେନ୍ଦ୍ର ସରକାର ଦେଶର ମୂଳ ସ୍ତରର ଅର୍ଥନୀତି କୁ ଅଧିକ ଗୁରୁତ୍ବ ଦେଇଛନ୍ତି।ଏହି ଭିତ୍ତିରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ ଏକ ନୂଆ ପାକେଜ୍ ର ଘୋଷଣା କରିଛନ୍ତି। ନିର୍ଭର ଭାରତ ପ୍ଯାକେଜରେ ଗ୍ରାମିଣ ଭାରତ ଉପରେ ଗୁରୁତ୍ବ ଦେଶର ଆତ୍ମା କୁହାଯାଉଥିବା ଗାଁ ଅର୍ଥନିତିକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରି ନିର୍ମଳା ସିତାରମଣ ।ଯାହା ଫଳରେ ଦେଶରେ କୃଷି ଭିତ୍ତିକ ସମୃଦ୍ଧି ଘଟିବ ଓ ସାଧାରଣ ଉଠା ବ୍ୟବସାୟୀ ସହାୟତା ପାଇବେ।

ଏହି ସହାୟତା ମାଧ୍ୟମରେ ମୂଳ ସ୍ତରରୁ ଅର୍ଥନୀତି କୁ ସୁଦୃଢ କରିବାର ବ୍ୟବସ୍ଥା କରାଯାଇଛି। ଯେଉଁ ପାକେଜ ରେ କୃଷକଙ୍କ ଠାରୁ ପ୍ରବାସୀ ଶ୍ରମିକ, ରାସ୍ତା କଡ ଉଠା ଦୋକାନି ସମସ୍ତଙ୍କ ପାଇଁ ସରକାର ପ୍ଯାକେଜରେ ସହାୟତା ଦେଇଛନ୍ତି ଏବେ ଆସନ୍ତୁ ଜାଣିବା କୃଷକଙ୍କ ପାଇଁ କଣ କଣ ସବୁ ଘୋଷଣା ଏଥିରେ କରାଯାଇଛି।

ବର୍ତ୍ତମାନ ର ମହାମାରୀ କରୋନା ସଙ୍କଟ ବେଳେ କୃଷକଙ୍କୁ ଲିକୋଡିଟି ସହାୟତା ମିଳିଛି ମାର୍ଚ୍ଚ ୧ ରୁ ଏପ୍ରିଲ୍ ୩୦ ତାରିଖ ମଧ୍ଯରେ ୮୬ ହଜାର କୋଟିଟଙ୍କାର ୬୩ ଲକ୍ଷ କୃଷି ଋଣ ଦିଆଯାଉଛି ।ପ୍ରଥମତଃ ୩ କୋଟି କ୍ଷୁଦ୍ର ଚାଷି କମ୍ ସୁଧରେ ୪ ଲକ୍ଷ କୋଟି ଟଙ୍କା ଋଣ ନେଉଛନ୍ତି । ୨୫ ଲକ୍ଷ ନୁଆ କିଶାନ କ୍ରେଡିଟ୍ କାର୍ଡରେ ୨୫ ହଜାର କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି ।

୨୦୨୦ ମସିହା ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ୬୩ ଲକ୍ଷ ଚାଷିଙ୍କୁ ୮୬ ହଜାର କୋଟିଟଙ୍କାର ଋଣ ଦିଆଯାଉଛି ।କିଶାନ କ୍ରେଡିଟ୍ କାର୍ଡ ସୁବିଧା ଏବେ ମତ୍ସ୍ଯ ଜିବି ପଶୁପାଳନ କରୁଥିବା ଫାର୍ମା ପାଇବେ । କିଶାନ କ୍ରେଡିଟ୍ କାର୍ଡ ଜରିଆରେ ୨ ଲକ୍ଷ କୋଟିର ରିହାତ ଋଣରେ ଘୋଷଣା କରାଯାଇଛି ।

ଏହାସହ ସରକାର ଆବଶ୍ୟକ ବ୍ୟାଙ୍କ୍ ଯେଉଁଥିରେ ସାମିଲ୍ ଥିବା ନାବାର୍ଡ ଗ୍ରାମାଞ୍ଚଳର ବ୍ଯାଙ୍କକୁ ୨୯ ହଜାର ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।କୃଷକଙ୍କ ପାଇଁ ଅତିରିକ୍ତ ୩୦ ହଜାର କୋଟିର ବ୍ଯବସ୍ତା ହୋଇଛି ଏଥିରେ ୩ କୋଟି କୃଷକ ଉପକୃତ ହେବେ ନାବାର୍ଡ ବ୍ଯାଙ୍କ ଦ୍ବାରା ଏହି ଅର୍ଥ ଦିଆଯିବ ଏହି ଅର୍ଥ କୃଷକ ସ୍ତାନିୟ ବ୍ଯାଙ୍କ କିମ୍ବା କୋ ଅପରେଟିଭ୍ ବ୍ଯାଙ୍କ ଦ୍ବାରା ପାଇବେ । ନାବାର୍ଡ ଏହି ୨ଟି ବ୍ଯାଙ୍କକୁ ସହାୟତା କରିବ ।

ଗ୍ରାମାଞ୍ଚଳ ସ୍ତରରେ ଏହି ରାଶିର ସହାୟତା ପୂର୍ବକ ସରକାର ଗ୍ରାମିଣ ଅର୍ଥନିତିକୁ ମଜବୁତ୍ କରିବା ପାଇଁ ଗ୍ରାମିଣ ଅଞ୍ଚଳର ଭିତ୍ତି ଭୁମି ବିକାଶ ଫଣ୍ଡକୁ ୪ ହଜାର ୨୦୦ କୋଟି ଟଙ୍କା ଦିଆଯାଇଛି। ଦେଶର ୩ କୋଟି କୃଷକ ୪:୨୨ ଲକ୍ଷ କୋଟି କୃଷକ ଋଣର ୩ ମାସର ରିହାତି ପାଇଛନ୍ତି ।

ଫସଲ ଋଣ ରି ପେମେଣ୍ଟ ଉପରେ ରିହାତି ଦିଆଯାଉଛି । ମାର୍ଚ୍ଚ ୧ ସୁଧା ପେମେଣ୍ଟ ହେବାକୁ ଥିବା ଋଣ ଜମାକୁ ମେ ୩୧ ଯାଏ ବୃଦ୍ଧି କରାଯାଇଛି ।ଏହା ବାସ୍ତବରେ କେଉଁ ଧାରାରେ ପରିବର୍ତ୍ତନ ଆଣିବ ତାହା ଦେଖିବାକୁ ବାକି ରହିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।