ମୋଦି ସରକାର ଯଦି ରାଜ୍ୟ ସରକାରଙ୍କ ପଦକ୍ଷେପ କୁ ଗ୍ରହଣ କରି ନଥାନ୍ତେ ତେବେ ଲକ୍ ଡାଉନ୍ ୩.୦ ପରେ ଭାରତର କଣ ହୋଇଥାନ୍ତା ଜାଣନ୍ତୁ ?

ଆପଣମାନେ ଜାଣିଥିବେ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏବେ କରନା ଆଲୋଚନା ଲାଗି ରହିଛି। ସମସ୍ତେ ଏହାକୁ ନେଇ ଭୟଭୀତ ରହିଛନ୍ତି।ଏବେ ପର୍ଯ୍ୟନ୍ତ କରନା ଭୁତାଣୁ ର ଭୟାବହତା ରୁ ରକ୍ଷା ପାଇବା ପାଇଁ ଓ ମୁକାବିଲା କରିବା ପାଇଁ କୌଣସି ପ୍ରକାରର ଔଷଧ କିମ୍ବା ପ୍ରତିଷେଧକ ବାହାରି ନାହିଁ।

ତେଣୁ ସରକାର୍ ଓ ବିଶେଷଜ୍ଞ ଙ୍କ ମତରେ ଓ ଡାକ୍ତର ମାନଙ୍କ କହିବା ଅନୁସାରେ ଏହାକୁ ଦୁରେଇବାକୁ ହେଲେ କିମ୍ବା ଏହି ସଂକ୍ରମଣକୁ ରୋକିବାକୁ ହେଲେ ସାମାଜିକ ଦୂରତା କୁ ରକ୍ଷା କରିବାକୁ ପଡ଼ିବ।

କେନ୍ଦ୍ର ସରକାର ଏଥିପାଇଁ ବାରମ୍ବାର ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରିଥିବା ବେଳେ ସମସ୍ତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ମଧ୍ୟ ପରାମର୍ଶ କରୁଛନ୍ତି। ଏହାର ନିଷ୍କର୍ଷ ସ୍ୱରୂପ ଏହା ବାହାରିଲା ଯେ କେବଳସାମାଜିକ ଦୂରତା ଦ୍ବାରା ଆମେ ଏହି ରୋଗ କୁ ନିଶ୍ଚିତ ଭାବରେ ହରାଇ ପାଇବା।

ତେଣୁ ଆମ ପାଖରେ ଏବେ ଗୋଟେ ହିଁ ରାସ୍ତା ଘରେ ରହିବା ସଚେତନ ରହିବା ଓ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ସମସ୍ତ ପଦକ୍ଷେପ କୁ ପାଳନ କରିବା। ଏଥି ପ୍ରତି ବିଭାଗୀୟ ଅଧିକାରୀ ମାନେ ତତ୍ପର ରହିବେ ଓ ତଦାରଖ କରିବେ।ତେବେ ଏହି ଭଳି ଏକ ଘଡ଼ିସଂଧି ମୁହୂର୍ତ୍ତ ରେ ଆମେ ପରିବାର ସହ ଘରେ ରହି ସମୟ ବିତାଉଥିଲେ  ।

ବେଳେ ଆମର ଦେଶର ସେବା କର୍ମୀ, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀ ମାନେ ଏହାର ଚିକିତ୍ସା ଓ ନିରାକରଣ ପାଇଁ ଅହରହ ଲାଗି ରହିଛନ୍ତି। ଯାହା ପାଇଁ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କରା ଯାଇଛି।

ବିଭିନ୍ନ ପ୍ରକାରର ସମୀକ୍ଷା କରିବା ପରେ ସରକାର୍ ଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ ସବୁ କୁ ମାନିବା ଦ୍ବାରା ମାନବ ସମାଜ ଯଦିଓ ବର୍ତ୍ତମାନ ର ଏହି ବିପଦ ରୁ ଉଦ୍ଧାର ହେଇ ପାରିବ, କିନ୍ତୁ ଦୁଃଖର ବିଷୟ ଏହିକି ଯେ କିଛି ଅଭ୍ୟାସ ଗତ ବଦମାସ୍ ଓ ଅମାନିଆ ମାନଙ୍କ ପାଇଁ ବହୁତ୍ ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ଏମାନେ ଏହି ଲକ୍ ଡାଉନ୍ ନିୟମକୁ ବାରମ୍ବାର ଉଲ୍ଲଂଘନ କରିବାରେ ଲାଗିଛନ୍ତି। ତେବେ ଯଦି ଏହା ଆପଣା ଯାଇ ନଥାନ୍ତା ତେବେ ବହୁତ୍ ବଡ଼ କ୍ଷତି ହୋଇଥାନ୍ତା।ଅର୍ଥନୈତିକ ସ୍ଥିତି କୁ ମଧ୍ୟ ଲକ୍ଷ୍ୟ କରିବା ଦରକାର୍ ଯେଉଁଥିପାଇଁ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ରେ ଏଥିପାଇଁ ଦୃଷ୍ଟି ଦିଆ ଯାଇଛି ଓ ସର୍ତ୍ତ ମୂଳକ ଦୋକାନ ବଜାର ଖୋଲା ରହୁଛି।

ଯେଉଁଥିପାଇଁ ଅର୍ଥନୀତି କିଛି ମାତ୍ରା ରେ ସ୍ୱାଭାବିକ ହେବ। ଅଧିକ ରାଜସ୍ବ ଆସୁଥିବା ଦୋକାନ ବଜାର ମଧ୍ୟ ଆଂଶିକ ଭାବରେ ଖୋଲା ରହିବା ସହିତ ପରିବହନ ଚାଲୁ ରହିବ ଓ ବିଭିନ୍ନ ପ୍ରକାରର ଜରୁରୀ କାଳୀନ ସଂସ୍ଥା ଚାଲୁ ରହିବା ସହିତ ଏହା କେମିତି ଅଧିକ ଗୁରୁତର ପ୍ରଭାବ ପକାଇବ ନାହିଁ ତାହା ଉପରେ ପ୍ରାଥମିକତା ରହିବ ସମସ୍ତ ସରକାର ମାନଙ୍କର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।