ମୁସଲମାନ ମାନେ ବୃଦ୍ଧ ମହିଳା ଉପରେ ଆକ୍ରମଣ କରୁଥିବା ଭିଡ଼ିଓ ସାରା ଦେଶରେ ହଇଚଇ ସୃଷ୍ଟି କରି ଦେଇଛି

ନିଜର ସୁରକ୍ଷା ନିଜ ହାତରେ। ଘରେ ରହିବା ଓ ସୁରକ୍ଷିତ ରହିବା। ବାରମ୍ବାର ଏହିପରି ସଚେତନତା ବାର୍ତ୍ତା ସୃଷ୍ଟି କରାଯାଉଥିଲେ ମଧ୍ୟ କିଛି ଲୋକ ସରକାରଙ୍କ ଦ୍ଵାରା କରନା ସହ ଲଢେଇ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ କୁ ଉଲ୍ଲଂଘନ କରୁଛନ୍ତି। ଏହାକୁ ନିଜେ ଭାଙ୍ଗିବା ସହ ଅନ୍ୟ ମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ତେବେ ନିୟମ ବିରୋଧରେ ଯାଇ ଏହି ଲୋକ ମାନେ ନିଜକୁ ବିପଦରେ ପକାଇବା ସହିତ ଅନ୍ୟମାନଙ୍କୁ ବି ବିପଦରେ ପକାଉଛନ୍ତି।

ତେବେ ଲକ୍ ଡାଉନ୍ ଯୋଗୁଁ ସରକାର କିଛି ମାତ୍ରାରେ ସଂକ୍ରମଣକୁ ରୋକିବାକୁ ଚାହୁଁଥିବା ବେଳେ ଏହା କୁ କଡ଼ା କଡ଼ି ଭାବରେ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସମୟକ୍ରମେ ସରକାରଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ର ମଧ୍ୟ ସମୁଖୀନ ହେବାକୁ ପଡୁଛି। ଲୋକେ ସରକାରୀ ପଦକ୍ଷେପ ଓ ନିୟମ କୁ ଉଚିତ୍ ଭାବରେ ପାଳନ କରୁ ନାହାନ୍ତି ଓ ସମୟ କ୍ରମେ ସେମାନେ ଅପ ପ୍ରଚାର କରି ସରକାରଙ୍କୁ ଓ ସାଧାରଣ ଜନତାଙ୍କୁ ହଇରାଣ ରେ ପକାଉଛନ୍ତି।

ତେବେ ନିଜାମୁଦ୍ଦିନ ର ଘଟଣା କ୍ରମ ପରେ ସମସ୍ତଙ୍କ ନଜର ରହିଛି ମୁସଲିମ ମାନଙ୍କ ଉପରେ । ସୋସିଆଲ ମିଡିଆରେ ଏକ ପ୍ରକାରର ସେମାନଙ୍କ ପାଇଁ ଭିନ୍ନ ଭାବ ପ୍ରକାଶ ପାଉଛି। ସେହିଭଳି ଭାବରେ ବିଭିନ୍ନ ପ୍ରକାରର ଗୁଜବ ମଧ୍ୟ ମୁସଲିମ ମାନଙ୍କ ବିରୋଧରେ ଶୁଣିବାକୁ ମିଳୁଛି।

ଏବେ ସୋସିଆଲ ମିଡିଆରେ ଦାବି ହେଉଥିବା ଭିଡିଓ ଓ ପୋଷ୍ଟ ଆସିଛି ଏକ ବୃଦ୍ଧ ମହିଳା ଙ୍କ ଉପରେ। ଏହି ଘଟଣା କେରଳ ର ବୋଲି ଦାବି ହେଉଛି। କେରଳରେ ଇସାଇ ଖ୍ରୀଷ୍ଟିଆନ୍ ମିଶନାରୀ ଓ ଇସଲାମିକ ପକ୍ଷରୁ ଏକ ବୃଦ୍ଧ ମହିଳା ଙ୍କୁ ପୂଜା କରିବାକୁ ନଦେବା ପାଇଁ ଆକ୍ରମଣ କରିଚନ୍ତି।

ଏହି ମହିଳା ଜଣଙ୍କ ହିନ୍ଦୁ ଅଟନ୍ତି। ତେଣୁ ତାଙ୍କୁ ପୂଜା କରିବା ପାଇଁ ନଦେଇ ତାଙ୍କ ଉପରେ ଆକ୍ରମଣ ହୋଇଛି ଓ ତାଙ୍କ ମୁଣ୍ଡରୁ ରକ୍ତ ଝରୁଛି। ଏହା ହିନ୍ଦୁ ସହ ଘଟିଥିବାରୁ ଏହାକୁ ମିଡ଼ିଆ ବା ଗଣମାଧ୍ୟମ ଏହି ଖବର ର ପ୍ରସାର କରୁନାହିଁ ବୋଲି ପୋଷ୍ଟ ରେ ଲେଖା ଯାଇଛି।

ଏହା ମଧ୍ୟ କୁହାଯାଇଛି ଯେ ଏଥିପାଇଁ ହିନ୍ଦୁ ମାନଙ୍କୁ ଜାଗ୍ରତ ହେବାକୁ ପଡ଼ିବ ଓ ଯେମିତି ଏହା ପୁନର୍ବାର ନ ଘଟେ ସେଥିପାଇଁ ସଚେତନ ହବାକୁ ପଡ଼ିବ।

ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ ଏହା ମିଥ୍ୟା ଗୁଜବ ଏହା ୨୦୧୭ ରେ ବଙ୍ଗଳା ରେ ଘଟିଥିବା ଏକ ଘଟଣା। ସେଇ ପୋଷ୍ଟ ୨୦୧୭ ରେ ବହୁତ୍ ସେୟାର ହୋଇଥିଲା ଏବଂ ଏହା ସେତେବେଳେ ଉଲ୍ଲେଖ ଥିଲା କି ପଡୋଶୀ ଧନୀ ଶ୍ରେଣୀର ଲୋକ  ।

ଏହି ବୃଦ୍ଧ ମହିଳା କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ ଓ ତାଙ୍କ ଜିନିଷ ପତ୍ର ଫିଙ୍ଗି ଦେବା ସହିତ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହା ଏବେ ର କୌଣସି ଧାର୍ମିକ ଆକ୍ରମଣ ସହ ସମ୍ପର୍କ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।