ଓଡ଼ିଶାର ଏହି ସବୁ ଜିଲ୍ଲା ରୁ କୋହଳ ହେଲା ଲକ ଡାଉନ, ଜାଣନ୍ତୁ ସବିଶେଷ ତଥ୍ୟ…..

କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଓ ଦେଶକୁ ବଞ୍ଚାଇବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ଏବେ ସରକାର ବା ପ୍ରଶାସନ ପକ୍ଷରୁ ଦେଶ ର ସମସ୍ତ ରାଜ୍ୟରେ ଲକ୍ ଡାଉନ୍ ଲାଗି ରହିଛି। ଏହାକୁ ଏବେ ଅସ୍ତ୍ର ଭାବରେ ବ୍ୟବହାର କରି କରନା ସହ ମୁକାବିଲା କରାଯାଇ ପାରିବ ଓ ଅନେକ ଉନ୍ନତ ରାଷ୍ଟ୍ର ମଧ୍ୟ ଏହି ଭଳି ନିୟମକୁ କାର୍ଯ୍ୟକାରୀ କରି ନିଜ ଦେଶକୁ ଏହି ମହାମାରୀ ଦାଉ ରୁ ରକ୍ଷା କରିଛନ୍ତି ଓ ରକ୍ଷା କରିବାକୁ ଚିନ୍ତା କରିଛନ୍ତି। ଏହା ଦ୍ବାରା ସଫଳତା ମିଳିବା ପରେ ଏବେ ସବୁ ଆଡେ ଏହି ଲକ୍ ଡାଉନ୍ କୁ କଡ଼ା କଡ଼ି ଭାବରେ ପାଳନ କରାଯାଉଛି।

ଏଥିପାଇଁ ରାଜଧାନୀ ଭୁବନେଶ୍ୱର ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେ ପ୍ରଥମେ ଲକ୍ ଡାଉନ୍ ପୁଣି ସ୍ଥିତି ଅସମ୍ଭାଳ ହେବାରୁ ଶୁଟ୍ ଡାଉନ୍ ନିଷ୍ପତ୍ତି ନିଆ ଯାଇଥିଲା।

ତେବେ ଭୁବନେଶ୍ୱର ର ଖୋର୍ଦ୍ଧା ରେ ଯେଉଁ ଅଂଚଳ ରେ ଏହି ଭୂତାଣୁ ର ବ୍ୟାପକତା ବଢିଥିଲା, ସେହି ଅଞ୍ଚଳକୁ କଡ଼ା ନିରୀକ୍ଷଣ ରେ ରଖା ଯାଇଥିଲା।ପରେ କଣ୍ଟେନମେଣ୍ଟ ଘୋଷଣା ମଧ୍ୟ କରା ଯାଇଥିଲା।

ତେବେ ଏବେ ଏହି ସ୍ଥିତି ସାମାନ୍ୟ ସୁଧୁରି ଥିବାରୁ ଭୁବନେଶ୍ୱର ରେ ହୋଇଥିବା କଣ୍ଟେନମେଣ୍ଟ କୁ ଏବେ ମୁକ୍ତ କରାଯାଇଛି। ତେଣୁ ରାଜଧାନୀ ଭୁବନେଶ୍ୱର ଏବେ ନିୟନ୍ତ୍ରଣ ରେ ଅଛି ବୋଲି କୁହାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଛି ଅଞ୍ଚଳ ଯଥା ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲେ। ଏବେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି।

ଏହି ଜୋନ୍ ଗୁଡ଼ିକ ମୁକ୍ତ ହେବା ର ସୂଚନା ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ ପକ୍ଷ ରୁ ସୂଚନା ଦିଆଯାଇଛି।ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘୋଷଣା କରାଯାଇଛି।  କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ମଧ୍ୟ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ରହିବ। ଏସବୁ ଅଞ୍ଚଳକୁ ଆକ୍ଟିଭ  ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ମଧ୍ୟ ଏହି ଅଞ୍ଚଳ ଗୁଡ଼ିକ କଡ଼ା ନିରୀକ୍ଷଣ ରେ ରହିବ।
ଖୋର୍ଦ୍ଧା ଜିଲ୍ଲା ଅଥବା ଭୁବନେଶ୍ୱର ରେ ଯେତେବେଳେ ସଂକ୍ରମଣ ଚରମ ସୀମା ପାଲଟିଥିଲା ସେତେବେଳେ ସଂକ୍ରମିତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ସରକାରୀ ନିରୀକ୍ଷଣ କୁ ନିଆଯିବା ସହିତ ସେହି ଅଞ୍ଚଳ ଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ସିଲ୍ କରା ଯାଇଥିଲା।

ଏସବୁ ଅଞ୍ଚଳରେ ‘କରୋନା’ ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପରେ ପରେ ଏହି ଅଞ୍ଚଳ ଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଫଳରେ ଏହି ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ସଂପୂର୍ଣ୍ଣ ବନ୍ଦ ରହିଥିଲା।

ଆବଦ୍ଧ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଅଥ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। କଣ୍ଟେନମେଣ୍ଟ ଉଠିଥିଲେ ବି ଲକ୍ ଡାଉନ୍ ଜାରି ରହିବ ବୋଲି କହିଲେ ବିଏମ୍‌ସି କମିଶନର।

କିନ୍ତୁ ଯଦିଓ ଏହି କଟକଣା କୁ କୋଲହୋ କରାଯାଇଥିଲା ତଥାପି ଏହା ସୂଚନା ଦିଆଯାଇଛି ଯେ ଏହି ଅଞ୍ଚଳ ଗୁଡିକ ସରକାରୀ କଡ଼ା ନିରୀକ୍ଷଣ ରେ ରହିବ ଓ ଏଠାରେ ସର୍ଭିଲାନ୍ସ ଜାରି ରହିବ। ୭ ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କମିଶନର ସୂଚନା ଦେଇଛନ୍ତି।

inspair post from odisha repoter ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।