ଓଡିଶା ରେ ଆସିଲା ବଡ ନିଯୁକ୍ତି ! ଓଡିଶାର ସବୁ ଜିଲ୍ଲାର ଉଭୟ ମହିଳା ଏବଂ ପୁରୁଷ ଆବେଦନ କରି ପାରିବେ

0 822

ଓଡ଼ିଶା ସରକାରଙ୍କ ତରଫରୁ ସୃଷ୍ଟି ହେଲା ଆଉ ଏକ ନିଯୁକ୍ତି ସୁଯୋଗ। ନିଯୁକ୍ତି ଟି ରହିଛି କଟକ ଜିଲ୍ଲାରେ। ଓଡ଼ିଶା ଷ୍ଟେଟ୍ ଲିଗାଲ ସର୍ଭିସ୍ ଅଥରିଟି(OSLSA) ତରଫ ରୁ ନିଯୁକ୍ତି ଟି ବାହାରିଛି। ପୋଷ୍ଟ ସଂଖ୍ୟା ଗୋଟିଏ। ପଦବୀ ର ନାମ ଡାଟା ଏଣ୍ଟ୍ରି ଅପରେଟର। ପର୍ଥିଙ୍କ ବୟସ ବତିଶ୍ ବର୍ଷ ଭିତରେ ହେଇଥିବା ଆବଶ୍ୟକ।ଏଥିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିବା ସହ ପି ଜି ଡି ସି ଏ କମ୍ପୁଟର କୋର୍ସ୍ କରିଥିବା ଆବଶ୍ୟକ। ଏଥିରେ ଓଡ଼ିଶା ର ଉଭୟ ପୁରୁଷ ଓ ମହିଳା ଆବେଦନ କରି ପାରିବେ।

ତେବେ ଏହି ପଦବୀ ରେ ଆବେଦନ କରିବା ପାଇଁ ଓ ଏଥିରେ ଚାକିରି କରିବା ପାଇଁ ଆପଣଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। କେବଳ ସାକ୍ଷାତକାର ମାଧ୍ୟମରେ ଆପଣଙ୍କୁ ଚୟନ କରାଯିବ।ଏହାର ଆବେଦନ ପାଇଁ ଶେଷ ତାରିଖ ରହିଛି ଜୁନ୍ ତିରିଶି ତାରିଖ ରେ।

ସକାଳ ଦଶଟା ପୂର୍ବରୁ ପ୍ରବେଶ କରିବାକୁ ନିୟମ ରହିଛି। ଏଥି ପାଇଁ ଆବଶ୍ୟକ ଥିବା ପ୍ରମାଣ ପତ୍ର ଗୁଡ଼ିକ ହେଲା ଦଶମ ଶ୍ରେଣୀ ର ସାର୍ଟିଫିକେଟ , କମ୍ପ୍ୟୁଟର ସାର୍ଟିଫିକେଟ, ବର୍ତ୍ତମାନ ର ତିନି କପି ପାସ୍ ପୋର୍ଟ ସାଇଜ଼ ଫଟୋ ଏବଂ ଜାତି ଗତ ପ୍ରମାଣ ପତ୍ର। ପ୍ରକୃତ ପ୍ରମାଣ ପତ୍ର ସହ ଜେରକ୍ସ ମଧ୍ୟ ନେବା ଆବଶ୍ୟକ।

ଷ୍ଟେଟ୍ ଲିଗାଲ ସର୍ଭିସ୍ କାର୍ଯ୍ୟାଳୟ (State Legal Service Authority) ତରଫ ରୁ ଆସିଲା ନିଯୁକ୍ତି ର ସୁଯୋଗ। ଯାହାକି ଏହି କୋରୋନ ସମୟ ରେ ନିଶ୍ଚୟ ଖୁସି ର ଖବର ଅଗଣିତ ଛାତ୍ର ଛାତ୍ରୀ ମାନକ ପାଇଁ। ଏହାକୁ ଦଶମ ପାସ୍ ପିଲା ମାନେ ଆବେଦନ କରି ପାରିବେ ଏବଂ ପଦବୀ ସଂଖ୍ୟା ମୋଟ୍ ଗୋଟିଏ।

ଏଥିରେ ଉଭୟ ପୁରୁଷ ଓ ମହିଳା ମାନେ ଆବେଦନ କରି ପାରିବେ। ନିଯୁକ୍ତି ଟି ଆସିଛି ଓଡ଼ିଶା ସରକାର ଙ୍କ ତରଫରୁ। ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଓ ଏଥି ପାଇଁ ଆବେଦନ କରିବା ପାଇଁ କଣ ନିୟମ ରହିଛି ବିବରଣୀ ସମ୍ବନ୍ଧ ରେ।

ପଦବୀ ନାମ– ଡାଟା ଏଣ୍ଟ୍ରି ଅପରେଟର।

ପଦବୀ ସଂଖ୍ୟା- ଗୋଟିଏ ପଦବୀ ରହିଛି।

ଶିକ୍ଷା ଗତ ଯୋଗ୍ୟତା– ଦଶମ ପାସ୍ ହେବା ନିହାତି ଆବଶ୍ୟକ ଏବଂ କମ୍ପ୍ୟୁଟର ରେ PGDCA କରି ଥିବା ଆବଶ୍ୟକ। ଏବଂ ଏହି କୋର୍ସ୍ ରେ ଆପଣଙ୍କର ସାର୍ଟିଫିକେଟ ମଧ୍ୟ ରହିଥିବା ଆବଶ୍ୟକ।

ବୟସ ସୀମା– ଏହି ପଦବୀ ପାଇଁ ସର୍ବାଧିକ ବୟସ ବତିଶି ହେବା ଆବଶ୍ୟକ।

ଦରମା– କାର୍ଯ୍ୟ ଅନୁସାରେ ଧାର୍ଯ୍ୟ ହେବ।

ଜୁନ୍ ତିରିଶି ତାରିଖ ରେ ଦିନ ଦଶଟା ପୂର୍ବରୁ କଟକ କର୍ଯ୍ୟଳୟ ରେ ପାର୍ଥି ନିଜର ସମସ୍ତ ଶିକ୍ଷା ଗତ ପ୍ରମାଣ ପତ୍ର ସହ ଜେରକ୍ସ କପି ଓ ତିନି କପି ବର୍ତ୍ତମାନର ଫୋଟୋ ସହିତ ଦାଖଲ କରିବେ ସାକ୍ଷାତକାର ସମୟରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.