ଓଡିଶା ସରକାର ଛାତ୍ର ଛାତ୍ରୀ ଙ୍କ ପାଇଁ ଆଣିଲେ ନୂଆ ଯୋଜନା । ଆପଣ ଙ୍କ ପିଲା ସ୍କୁଲ ଯାଉଥିଲେ ନିଶ୍ଚୟ ପୋଷ୍ଟ ଟିକୁ ପଢନ୍ତୁ

0 154

କରନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଏଯାବତ୍ ଓଡ଼ିଶା ର ସରକାର ତାଙ୍କର ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବିହିତ ଆଗୁଆ ପଦକ୍ଷେପ ପାଇଁ ସବୁବେଳେ କଠିନ ପରିସ୍ଥିତିର ସାମ୍ନା କରିବାରେ ସଫଳ ହୋଇଛନ୍ତି। କୌଣସି କ୍ଷେତ୍ରରେ ମୁକାବିଲା କରିବା ପାଇଁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ତତ୍ପର ରହିଥାନ୍ତି।କରନା ସଂକ୍ରମଣ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ଯାହା ଦେଶ ଓ ପ୍ରଦେଶ ମାନଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ପାରିବ ।

ଲୋକଙ୍କୁ ଏହି ସମୟରେ ସହାୟତା କରି ପାରିବ।ତେବେ ଗରିବ ଓ ରାସନ୍ କାର୍ଡ ଧାରୀ ମାନଙ୍କୁ ଅନେକ ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

ଏବେ ପୁଣି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ କୁ ଟଙ୍କା ଯିବ,ଯଦି ଆପଣଙ୍କ ପିଲା ବିଦ୍ୟାଳୟ ଯାଉଛନ୍ତି। ତେବେ ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏବେ ଏବେ କୃଷି , ଶିଳ୍ପ, ଜୀବନ ଜୀବିକା ଓ ଅନ୍ୟାନ୍ୟ ଗ୍ରୁପ୍ ମାନଙ୍କ କ୍ଷେତ୍ରରେ ଆଦର୍ଶ ନୀତି ଆପନେଇ ଅଛନ୍ତି।

ଏହା ପରେ ସେ ସ୍କୁଲ ରେ ପଢୁଥିବା ପିଲା ମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ ପୂର୍ବକ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଥାଏ ପ୍ରତ୍ୟେକ ପିଲା ପାଇଁ, ତାହାକୁ ଏବେ ସେ ଅଭିଭାବକ ମାନଙ୍କ ଆକାଉଣ୍ଟ୍ କୁ ପଠାଇବେ।

ତେଣୁ ଆପଣ ଯଥାଶୀଘ୍ର ନିଜର ବ୍ୟାଙ୍କ ଡିଟେଲସ ସ୍କୁଲରେ ଯାଇ ଦାଖଲ କରନ୍ତୁ ଓ ନିଜ ଆକାଉଣ୍ଟ୍ ରେ ଏହି ଟଙ୍କା କୁ ପାଆନ୍ତୁ। ଏହା ସହିତ ବ୍ୟାଙ୍କ ଆଇ. ଏଫ. ସି କୋଡ଼ ଦେବାକୁ ମଧ୍ୟ ଭୁଲ ନ୍ତୁ ନାହିଁ।ଏଥିପାଇଁ ରାଜ୍ୟ ମଧ୍ୟାହ୍ନ ଭୋଜନ ର ନୋଡ଼ାଲ ଅଫିସର ଶ୍ରୀଯୁକ୍ତ ଗଙ୍ଗାଧର ସାହୁ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ।

ବ୍ଲକ୍ ମାନଙ୍କ ପାଖରୁ ବ୍ଲକ୍ ଶିକ୍ଷା ଅଧିକାରୀ ମାନଙ୍କ ପାଖରୁ ସ୍କୁଲ୍ ଓ ଅଭିଭାବକ ମାନଙ୍କର ପାଖରୁ ବ୍ୟାଙ୍କ୍ ଏ ସଂପୂର୍ଣ୍ଣ ତଥ୍ୟର ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ୪୭୯ ଟଙ୍କା ୯୬ ପଇସା ଓ ସେହିପରି ଉଚ୍ଚ ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ୭୧୭ ଟଙ୍କା ୧୬ ପଇସା ପାଇବେ।

ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହି ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟ ରେ ପାଇବେ।ଏହା ସମ୍ପୂର୍ଣ୍ଣ ଭାବରେ ୯୦ ଦିନର ମଧ୍ୟାହ୍ନ ଭୋଜନ ର ଟଙ୍କା ଅଟେ। ଯାହା ସରକାର ସେହି ପିଲା ମାନଙ୍କର ଅଭିଭାବକ ମାନଙ୍କୁ ଦେବାକୁ ଯାଉଛନ୍ତି।ଏହା ମାର୍ଚ୍ଚ ୧୪ ରୁ ଜୁନ ୧୬ ପର୍ଯ୍ୟନ୍ତ ୩ ମାସର ମଧ୍ୟାହ୍ନ ଭୋଜନ ଟଙ୍କା ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।

Leave A Reply

Your email address will not be published.