Take a fresh look at your lifestyle.

ହଲିଉଡ ଫିଲ୍ମ ‘ଏଭେଞ୍ଜର୍ସ ଏଣ୍ଡ ଗେମ୍’ର ଓଡିଶା ଲିଙ୍କ୍ । ଫିଲ୍ମର ସଫଳତା ପଛରେ ରହିଛି ଓଡିଆ ଝିଅ ମିତାଙ୍କ ହାତ ।

0 365

ଫିଲ୍ମଜଗତରେ ଅନେକ ଜଣଙ୍କର ନାମ ସଫଳତା କୁ ନେଇ ଚର୍ଚ୍ଚା ହୋଇଛି । କେହି ଫିଲ୍ମରେ ଭଲ ଅଭିନୟ କରି ନିଜ ଇମେଜକୁ ଉପରେ ପହଞ୍ଚାଇଛି ତ ଆଉ କିଏ ନିଜ ର ଭଲ ଡେନ୍ସ କରି କିମ୍ବା ଭଲ ଗୀତ ଗାନ କରି ନାମକୁ ଶାର୍ଷରେ ପହଞ୍ଚାଇ ପାରିଛି । ସୂଚନା ମୁତାବିକ୍ବ ଲିଉଡରେ ଫିଲ୍ମ ‘ଏଭେଞ୍ଜର୍ସ ଏଣ୍ଡ ଗେମ୍’ରେ ସଫଳତା ପଛରେ ଜଣେ ଓଡିଆ ଝିଅର ହାତ ରହିଛି ।ଆସନ୍ତୁ ଜାଣିବା ଏମତି ଗୋଟିଏ ସୂଚନା ସାରା ଓଡିଶା ପାଇିଁ ଗର୍ବିତର କଥା ତେଣୁ ଜାଣିବା କେଉଁ ସଫଳ ନାରୀ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆଜି ଚାରେ ଆଡେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି ।

ବକ୍ସ ଅଫିସରେ ଧମାଲ ମଚାଇଥିବା ଏହି ଫିଲ୍ମର ସଫଳତା ପଛରେ ଅନ୍ୟମାନଙ୍କର ହାତ ରହିବା ଠାରୁ ଓଡିଆ ଝିଅ ମିତା ହେଉଛନ୍ତି ଅନ୍ୟତମ । ତାଙ୍କର ସଫଳତା ଦେଖି ଦର୍ଶକ ମାନେ ମଧ୍ୟ କରିଛନ୍ତି ଚର୍ଚ୍ଚା ଓ ପ୍ରସଂସା । କାରଣ ଫିଲ୍ମ ଏତେ ସୁନ୍ଦର ହୋଇଥିଲା କି ସେଥିରେ ବଡ ବଡ ଷ୍ଟାର ମାନଙ୍କୁ ନେଇ ଫିଲ୍ମ ସୁଟିଂ ହୋଇଥିଲା ।ଯାହାର ସଫଳତାର ଚାବିକାଠି ହେଉଛନ୍ତି ମିତା ।

Image result for avenger end game

ମିତା ଆଗରୁ ସେତେ ଚର୍ଚ୍ଚିତ ନଥିଲେ କିମ୍ବା ତାଙ୍କର ଏହି ନାମ ବହୁତ ଅଜଣା ଥିଲା । ମିତା ଏହି ଓଡିଶା ରାଜ୍ୟର ଟିଟିଲାଗଡ ର ଝିଅ ଅଟନ୍ତି । ସେ ବହୁତ ଚର୍ଚ୍ଚିତ ନଥିଲେ ମଧ୍ୟ ହଲିଉଡ ଫିଲ୍ମ ‘ଏଭେଞ୍ଜର୍ସ ଏଣ୍ଡ ଗେମ୍’ର ସୁଟିଂ ହେବା ପରେ ସେ ସାରା ଓଡିଶାରେ ପ୍ରସଂସିତ ହୋଇଛନ୍ତି । ଆଜି ମିତା ଙ୍କର ଦୃଡ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ହୋଇଥିବା ଫିଲ୍ମ ପାଇିଁ ଆଜି ସାରା ଓଡିଶା ଗର୍ବିତ । ତାଙ୍କର ଏହି ଫିଲ୍ମସୁ ଲୋକଲୋଚନ ଆଣିବାପାଇିଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥି୍ଲା ।

ମିତାଲି ତାଙ୍କ ପ୍ରାଥମିକ ଶିକ୍ଷା ଗ୍ରାମୀଣ ବିଦ୍ୟାଳୟ ରୁ ସମାପ୍ତ କରିଥିଲେ ତାହାପରେ ସେ ଦ୍ବାଦଶ ବିଜ୍ଞାନ ବିଭାଗରେ ପରୀକ୍ଷାରେ ଉତ୍ତିନ୍ନ ହୋଇ ରାଜଧାନୀ ଆସିଥିଲେ ମିତା । ତାଙ୍କର ବିରଳ ମନ ଏବଂ ସଦିଚ୍ଚା ଯୋଗୁଁ ସେ 3 ବର୍ଷ ଆନିମେସନ କୋର୍ସ କରିଥିଲେ ।ଏବଂ ପରବର୍ତ୍ତୀ ସମୟରେ ସେ ଫିଲ୍ମ ଦୁନିଆରେ ନିୟୋଜିତ ହେଲେ ।

ମିତା ପ୍ରଥମେ ପୁନେରେ ଆନିମେସନ ରେ ଏକ ଫିଲ୍ମ ଭିଜୁଆଲରେ କାମ କରୁଥିଲେ । ତା ପରେ ସେ ହ୍ରାଇଦ୍ରାବାଦର ଡିଜିଟାଲ ଡୋମେନ କମ୍ପାନିରେ ନିଜର କ୍ୟାରିୟରକୁ ମଜବୁତ କରିବା ପାଇିଁ ଆଗେଇଥିଲେ । କିନ୍ତୁ ତାଙ୍କର ସାଥ ଦେଇଥିଲେ ବଗବାନ କାରଣ ତାଙ୍କର ପ୍ରଥମ ପ୍ରଚେଷ୍ଟା ତାଙ୍କୁ ସଫଳତା ଆଣିଦେଇଥିଲା । କହିବାକୁ ଗଲେ ମିତାଙ୍କ ବାପା ଜଣେ ପୂଜକ ସେ ତାଙ୍କ ଝିଅର ବାଟ କୁ ଚାହିଁ ବସିଥିଲେ ସେ କେତେବେଳେ ସଫଳତା ପାଇି ମୋ ପାଖକୁ ଆସିବ । ମିତା ସବୁବେଳେ ଏଭେଞ୍ଜର୍ସ ଏଣ୍ଡ ଗେମ ଫିଲ୍ମରେ କାମ କରିବା ପାଇିଁ ସ୍ବପ୍ନ ଦେଖୁଥିଲେ

ତାଙ୍କର ଏହି ସ୍ବପ୍ନ ସାକାର ହୋଇଥିଲା ତାଙ୍କୁ ଏଭେଞ୍ଜର୍ସ ଏଣ୍ଡ ଗେମ ଫିଲ୍ମ ରେ କାମ କରିବା ପାଇିଁ ସୁଯୋଗ ମିଳିଥିଲା ।ସେ କାମ ପାଇବା ପରେ ନିଜ ବାପାଙ୍କୁ ଜଣାଇଥିଲେ ମିତା ସେହି କାମକୁ ସଫଳ କରିବା ପାଇିଁ ସେ ଦିନ ରାତି ଏକ କରିଦେଇଥିଲେ । ମିତାଙ୍କର ଯେଉଁ ପରିଶ୍ରମ ରହିଥିଲା ତାହା କେହି ବି ଏମିିତି କଷ୍ଟ କରିବେ ନାହିଁ । ଫିଲ୍ମକୁ ସମସ୍ତଙ୍କ ଆଖି ଆଗରେ ଝଲକ ସୃଷ୍ଟି କରିବା ପାଇିଁ ସେ ନିଜକୁ କାମରେ ଲାଗି ପଡିଥିଲେ । ବାକି ଥିଲା ଫିଲ୍ମ କେବେ ସୁଟିଂ କେବେ ହେବ ।ଫିଲ୍ମ ସୁଟିଂ ହେବା ପରେ ଦର୍ଶକ ମାନଙ୍କ ପକ୍ଷରୁ ଅସଂଖ୍ୟ ଚର୍ଚ୍ଚା ଆସିବା ସହିତ ଲକ୍ଷ ଲକ୍ଷ କରତାଳି ଦେଖିବାକୁ ମିଳିଥିଲା ମିତାଙ୍କୁ । ଏହା ଦଖି ମିତା ମଧ୍ୟ ବହୁତ ଖୁସି ହୋଇଥିଲେ ।

Leave A Reply

Your email address will not be published.