ପଦାକୁ ଆସିଲା ” କାଳିଆ ” ଯୋଜନାର କଳା କାହାଣୀ

0 1,912

କୃଷକ ମାନଙ୍କୁ ଅର୍ଥନୈତିକ ସଶକ୍ତିକରଣ କରାଇବା ସହ ସେମାନଙ୍କୁ ଚାଷ କ୍ଷେତ୍ରରେ ପ୍ରେରଣା ଯୋଗାଇବା ପାଇଁ ଓଡ଼ିଶା ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ। କିନ୍ତୁ ଯୋଜନା ହିତାଧିକାରିଙ୍କୁ ନେଇ ଯୋଉ ତଥ୍ଯ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଉପଯୁକ୍ତ ଚାଷୀ ମାନଙ୍କୁ ବହୁତ ମାତ୍ରାରେ ଏହି ଟଙ୍କା ପ୍ରଦାନ କରା ଯାଇନାହିଁ ବରଂ ନାବାଳକ ନାବାଳିକା ଓ ସରକାରୀ ପେନସନ ଭୋଗି ମାନଙ୍କ ଆକାଉଣ୍ଟ୍ କୁ ଏହି ଟଙ୍କା ମଧ୍ୟ ଯାଇଛି। ଯାହା ସରକାରଙ୍କ ଏହି ଯୋଜନା କୁ ଅନିୟମିତ ବୋଲି ଦର୍ଶାଇଛି।

ଜାଣନ୍ତି କାହାକୁ କାହାକୁ ମିଳିଛି ଏହି ଟଙ୍କା ଯେଉଁ ମାନେ କି ଉପଯୁକ୍ତ ହିତାଧିକାରୀ ନୁହନ୍ତି।

1 – ୨୦୦୦୦ ସରକାରି ଓ ପେନସନ୍ ଭୋଗି କାଳିଆ ଟଙ୍କା ନେଇଛନ୍ତି।

2- ନାବାଳକ ନାବାଳିକାଙ୍କୁ ମଧ୍ଯ ଆର୍ଥିକ ସହାୟତା ମିଳିଛି।

3 – ଯେତିକି ଜଣଙ୍କୁ ସହାୟତା ମିଳିଛି ସେଥି ମଧ୍ୟରୁ ମୋଟ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରି ଅଯୋଗ୍ଯ ବାହାରିଛନ୍ତି ।

4 – ତେଣୁ ନୂତନ ବୈଠକ ପରେ ୩ ଲକ୍ଷ ୪୧ ହଜାର ହିତାଧିକାରି କାଳିଆ ଟଙ୍କା ଫେରାଇ ଆଣିବାକୁ ସରକାର୍ ଯୋଜନା କରିଛନ୍ତି।

5 – ଯେଉଁମାନେ ସରକାରି କର୍ମଚାରି ଅଟନ୍ତି ଓ ଏହି ଟଙ୍କା ପାଇଛନ୍ତି ସେମାନଙ୍କ ଦରମାରୁ ଟଙ୍କା କଟିବ।

6 – ସରକାରୀ କର୍ମଚାରୀ, ପେନସନ ଭୋଗି ଏବଂ ନାବାଳକ ନାବାଳିକା ମାନଙ୍କ ପାଇଁଁ ଅଯଥାରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

7 – ଗୋଟିଏ ପରିବାରରେ ଏକାଧିକ ବ୍ଯକ୍ତି କାଳିଆ ଟଙ୍କା ପାଇଥିଲେ , ପରିବାର ଯୋଗ୍ଯ ହିତାଧିକାରୀଙ୍କ ପରବର୍ତ୍ତୀ କିସ୍ତି ସହାୟତା ରାଶି ସହ ବ୍ଯବସ୍ଥିତ କରାଯିବା।

ସରକାରଙ୍କ ଏହି ଯୋଜନାରେ ୧ ସହ ୭୦ କୋଟି ଟଙ୍କା ଏହି ଭଳି ଭାବରେ ଉପଯୁକ୍ତ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରି ନାହିଁ ।ସରକାରି ଚାକିରିଆ ପେନସନ୍ ଭୋଗୀ ପାଇଥିବା କାଳିଆ ଟଙ୍କା ସ୍ବଭାବିକ ଭାବେ ଟଙ୍କା ନଫେରାଇଲେ ଦରମା ବା ପେନସନରୁ ଏହି ରାଶି ଭରଣା କରାଯିବ ।

ନାବାଳକ, ନାବାଳିକା ପାଇଥିବା କାଳିଆ ଟଙ୍କାକୁ ସଂପୃକ୍ତ ପରିବାରର ଯୋଗ୍ଯ ହିତାଧିକାରୀଙ୍କ ପରବର୍ତ୍ତୀ କିସ୍ତି ସହାୟତା ରାଶି ସହ ବ୍ଯବସ୍ଥିତ କରାଯିବ । ଗୋଟିଏ ପରିବାରରେ ଏକାଧିକ ବ୍ଯକ୍ତି କାଳିଆ ଟଙ୍କା ପାଇଥିଲେ ,ପରିବାର ଯୋଗ୍ଯ ହିତାଧିକାରୀଙ୍କ ପରବର୍ତ୍ତୀ କିସ୍ତି ସହାୟତା ରାଶି ସହ ବ୍ଯବସ୍ଥିତ କରାଯିବ। ସେମାନଙ୍କ ପାଇଁ ନୂତନ ନିୟମ ଧାରା ରେ ଟଙ୍କା ର ଫେରସ୍ତ ବ୍ୟବସ୍ଥା କରାଯିବ।

ଏହାକୁ ଫେରସ୍ତ ପାଇବା ପାଇଁ ସରକାରଙ୍କ ଦ୍ଵାରା କୁହାଯାଇଛି କି ଭାରତୀୟ ଷ୍ଟେଟବ୍ଯାଙ୍କର ଓଡିଶା ସଚିବାଳୟ ଶାଖାର ଥିବା ଆକାଉଂଟ ନମ୍ବର ୩୮୪୭୪୫୦୦୭୬୨ ରେ ଲୋକେ ଟଙ୍କା ଫେରାଇ ପାରିବେ।

ଯେଉଁ ମାନେ ଉପଯୁକ୍ତ ହିତାଧିକାରୀ ନୁହନ୍ତି ଓ ସେମାନେ ଏହି ଯୋଜନାରେ ଟଙ୍କା ପାଇଛନ୍ତି ସେମାନେ ଯଥା ଶୀଘ୍ର ଏହି ଆକାଉଣ୍ଟ୍ ନମ୍ୱର୍ ରେ ସେମାନେ ପାଇଥିବା କାଳିଆ ଯୋଜନା ଟଙ୍କା କୁ ଫେରାଇ ପାରିବେ ବୋଲି ସରକାର କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । inspire post from – live85media

Leave A Reply

Your email address will not be published.