ପୁଣି ବଙ୍ଗପସାଗର ରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ୬ ଓ ୭ ତାରିଖ ଏହି ସବୁ ଜିଲ୍ଲା ରେ ପ୍ରବଳ ବର୍ଷିବ । ଜାଣନ୍ତୁ କଣ କହିଲେ ପାଣିପାଗ ବିଶେଷଜ୍ଞ

0

ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ଆଜିର ବଡ଼ ଖବର ବିଷୟରେ। ଵର୍ତମାନ ସମୟ ରେ ସବୁଠାରୁ ବଡ଼ ଖବର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ବଙ୍ଗୋପ ସାଗର ରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେଲା। ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ଅଧିକାଂଶ ଅଂଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ଵ ବର୍ତୀ ଉତ୍ତର ପଶ୍ଚିମ ବଙ୍ଗୋ ପସାଗର ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି ଏହାର ପ୍ରଭାବ ରେ ଆସନ୍ତା ଦୁଇ ଦିନ ରାଜ୍ୟବରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆସନ୍ତା କାଲି ଅନୁଗୁଳ, ଢେଙ୍କାନାଳ ,ସମ୍ବଲପୁର, କେଉଁଝର ଓ ଦେବଗଡ଼ ଆଦି ୫ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଜୋନ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସେହିପରି କଟକ, ଯାଜପୁର, କେନ୍ଦ୍ରାପଡା, ମୟୁରଭଞ୍ଜ ସୋନପୁର ଓ ଜଗତସିଂହପୁର ଜିଲ୍ଲା ର ଗୋଟିଏ କିମ୍ବା ୨ ଟି ସ୍ଥାନରେ ପ୍ରବଳ ବର୍ଷା ହେବ।ଅନ୍ୟ ଜିଲ୍ଲା ରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି।ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ରୁ ଆରମ୍ଭ କରି ଏହା ସମଗ୍ର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଉପକୁଳୀୟ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ରେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି।

ସେହିପରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ମୌସୁମୀ ପ୍ରଭାବ ରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବ ବୋଲି ରାଜ୍ୟର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ର ନିର୍ଦ୍ଦେଶକ ପୂର୍ବାନୁମାନ କରି କହିଛନ୍ତି। ମୌସୁମୀ ଏବେ ସ୍ୱାଭାବିକ ହେଉଥିବା ରୁ ବର୍ଷା ହେବ ବୋଲି ସେ କହିଛନ୍ତି।

ଆସନ୍ତା କାଲି ଉତ୍ତର ପୂର୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରା ଯାଇଛି।ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ ଓ କେନ୍ଦ୍ରାପଡା ଆଦି ଜିଲ୍ଲା ମାନଙ୍କ ରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଵର୍ତମାନ ସମୟ ରେ ସବୁଠାରୁ ବଡ଼ ଖବର ହେଉଛି କି ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ରେ ଏକ ବଡ଼ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି।ଯାହା ଫଳରେ ରାଜ୍ୟ ରେ ଅଧିକାଂଶ ସ୍ଥାନ ରେ ପ୍ରବଳ ବର୍ଷା ସହିତ ବଜ୍ରପାତ ର ଆଶଙ୍କା ରହିଛି।

ଏବଂ କେତେକ ଜିଲ୍ଲା କୁ ୟେଲୋ ସଂକେତ ଜାରି କରା ଯାଇଛି ଏବଂ ସେହି ଜିଲ୍ଲା ଗୋଡ଼ିକ ହେଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଓ କେଉଁଝର ଆଦି ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ର ଆଶଙ୍କା ରହିଛି।ଏହା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ମଧ୍ୟ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.