ପୁଣି ବଙ୍ଗୋପସାଗରରେ ଲଘୁଚାପ । ବର୍ଷା, ବଜ୍ରପାତ ନେଇ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

0

ଦୀର୍ଘଦିନ ପରେ ରାଜ୍ୟବାସୀ ଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ଲଘୁଚାପ ଜନିତ ବର୍ଷା କାରଣରୁ।ତେବେ ବଙ୍ଗୋପସାଗର ରେ ସଂଗଠିତ ହୋଇଥିବା ଲଘୁଚାପ ଯୋଗୁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି।ତେବେ ଏହାରି ମଧ୍ୟରେ ବିଜୁଳି ଘଡ଼ଘଡ଼ି ହେବା ମଧ୍ୟ କିଛି ଜିଲ୍ଲା ମାନଙ୍କରେ ଦେଖା ଦେଇଛି। ବର୍ଷା ର ପରିମାଣ ମଧ୍ୟ ମଧ୍ୟମ ଧରଣର ରହିଛି।

ତେବେ ଆଗାମୀ ସମୟରେ ଓଡ଼ିଶାର ବହୁତ୍ ସ୍ଥାନରେ ଲଘୁଚାପ କାରଣରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏବେ ୮ଟି ଜିଲ୍ଲାକୁ ସତର୍କ ସୂଚନା କରା ଯାଇଛି।

ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଗଜପତି, କୋରାପୁଟ, ଭଦ୍ରକ ଓ ଯାଜପୁର।ଏହି ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଦିଆ ଯାଇଛି ଏବଂ ବର୍ଷା ସମୟରେ ବାହାରକୁ ନବାହାରି, ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆ ଯାଇଛି।ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ତେବେ ୮ ଟି ଜିଲ୍ଲାରେ ଏହି ଲଘୁଚାପ ର ପ୍ରଭାବ ଅଧିକ ରହୁଥିବାରୁ ଆଜି ସକାଳ ଅର୍ଥାତ୍ ବୁଧବାର ୯ଟା ଯାଏ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆ ଯାଇଛି ଏବଂ ସତର୍କ ସୂଚନା ଜାରି କରା ଯାଇଛି। ଏହାଛଡା ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଲଘୁଚାପ ପ୍ରଭାବରେ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ଅର୍ଥାତ୍ ୧୪୯ ମିଲିମିଟର ବର୍ଷା ରେକର୍ଡ କରଯାଇଛି।

ଏହାରି ଭିତରେ ବାଲିପାଟଣାରେ ୧୭୯ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ OUAT ଅଞ୍ଚଳରେ ୧୦୫ ମି.ମି. ବର୍ଷା ରେକର୍ଡ ହୋଇଛି। ଏବଂ ନିକଟସ୍ଥ କିଟ୍ ୟୁନିଭର୍ସିଟି ଅଞ୍ଚଳରେ ୯୧ ମି.ମି. ଓ ବେଗୁନିଆରେ ୩୧ ମି.ମି. ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ର ସୂଚନା ଅନୁସାରେ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ୪ ଓ ୫ ତାରିଖରେ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଜିଲାପାଳ ମାନଙ୍କୁ ମଧ୍ୟ ସତର୍କ କରି ଦିଆଯାଇଛି।

ଯେ କୌଣସି ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳ ମାନଙ୍କୁ ଚଠି ଲେଖି ଜଣାଇ ଦିଆଯାଇଛି।ବର୍ଷା ଯୋଗୁ କେତେକ ନଦୀରେ ବନ୍ୟା ଜଳ ଆସିବା ସମ୍ଭାବନା ରହିଛି। ବଡ଼ ବଡ଼ ନଦୀ ଓ ଡ୍ୟାମ୍‌ ଖାଲି ରହିଥିବାରୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.