ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଜିଠାରୁ ଓଡ଼ିଶାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ । ପାଣିପାଗ ବିଭାଗ ଦେଲା ସତର୍କ ସୂଚନା…..

0

କିଛିଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ଜାରି ରହିଥିବାରୁ,ଏହି ଗରମ କାରଣରୁ ରାଜ୍ୟବାସୀ ଅସହ୍ୟ ତାତି ଅନୁଭବ କରୁଛନ୍ତି।ତେବେ ଏହି ତାତି ରୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି। କାରଣ ଆସନ୍ତା ୪ ତାରିଖରୁ ଉତ୍ତର ବଙ୍ଗୋପସାଗର ରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ଜଣା ପଡ଼ିଛି। ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି କୁହା ଯାଉଛି।

ତେବେ ସୂଚନା ମୁତାବକ ଏହି ଲଘୁଚାପ କାରଣରୁ କେନ୍ଦୁଝର, ସୁନ୍ଦରଗଡ଼ ଓ ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ। ଏହା ଛଡ଼ା ଅନ୍ୟ ପକ୍ଷରେ ଆଜିଠୁ ୫ ତାରିଖ ଭିତରେ ରାଜ୍ୟ ଓଡ଼ିଶା ରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ଏହି ସମୟରେ ଆକାଶ ମେଘାଚ୍ଛନ୍ନ ରହିବ ଏବଂ ଲଘୁଚାପ ଦିନ ଗୁଡ଼ିକ ସମୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ ଓ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି।ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲାଗୁଡ଼ିକ ହେଲା ମାଲକାନଗିରି, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, କୋରାପୁଟ ଓ କେନ୍ଦୁଝର।

ଆପଣ ଜାଣିଛନ୍ତି ଏବଂ କିଛି ଦିନ ହେଲା ଦେଖିବାକୁ ମଧ୍ୟ ପାଇଛନ୍ତି ଯେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ରହିଛି। ପ୍ରଚଣ୍ଡ ଗରମ ମଧ୍ୟ ଅନୁଭୂତ ହେଉଛି।ଏହି କାରଣରୁ  ଅଧା ଜିଲାରେ ମରୁଡ଼ି ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୧୬ ପ୍ରତିଶତ କମ୍‌ ବର୍ଷା ହୋଇଛି।

ଯେଉଁ କାରଣରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୫୭୩.୪ ମିଲିମିଟର ହେବା ଜାଗାରେ ହୋଇଛି ୪୭୮.୮ ମିଲିମିଟର ।ତେବେ ଅଗଷ୍ଟ ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇପାରେ।

ଲଘୁଚାପ ପ୍ରଭାବରେ ହେବାକୁ ଥିବା ବର୍ଷା କାରଣରୁ ଚାଷୀ ମାନେ ସାମାନ୍ୟ ଆଶ୍ୱସ୍ତି ପାଇବେ ଏବଂ ମରୁଡି ପରିସ୍ଥିତି ସୁଧୁରିବ।ତେବେ ଅଗଷ୍ଟ ୩ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହୋଇପାରେ। ଅଗଷ୍ଟ ୪ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରା ଯାଇଛି ।

ଯେଉଁ କାରଣରୁ ଏହି ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରା ଯାଇଛି ଓ ଏହି ସମୟରେ ଏହି ଜିଲ୍ଲା ମାନଙ୍କର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ଆଶଙ୍କା ମଧ୍ୟ ରହୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.