ଜଣାନ୍ତୁ କଣ କହିଲେ ପାଣି ପାଗ ବିଶେଷଜ୍ଞ ଶରତ ସାହୁ : ୫୦ ରୁ ୬୦ କିମି ବେଗରେ ପବନ ବହିବ, ଏହି ୧୧ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

0 388

ଏବର୍ଷ ପ୍ରାୟତଃ ପ୍ରତିବର୍ଷ ଭଳି ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁନାହିଁ କିମ୍ବା ଅନୁଭୂତ ମଧ୍ୟ ହୋଇନାହିଁ। ସତେ ଯେମିତି ପ୍ରକୃତି ତାର ପାରିବେଶିକ ସନ୍ତୁଳନ କୁ ଆଉ ରକ୍ଷା କରୁ ନାହି। ଗ୍ରୀଷ୍ମ ପ୍ରବାହ ହେଉ ନଥିବା ବେଳେ ଏବେ ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଥିବା କାରଣରୁ କିଛି ଦିନ ପରେ ପୁଣି କାଳବୈଶାଖୀ ତାର ତାଣ୍ଡବ ରଚିବାକୁ ଯାଉଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜଣା ପଡିଛି। କାଳବୈଶାଖୀ ପାଖା ପାଖି ୫ ଦିନ ଧରି ଲାଗି ରହିବ।

କିନ୍ତୁ ଏହି କାଳ ବୈଶାଖୀ ଦୁଇଟି ଭାଗରେ ବିଭକ୍ତ ହୋଇ ଅତ୍ୟଧିକ ଓ ସାମାନ୍ୟ ଭାବରେ ପ୍ରବାହ ହେବ। ଯେମିତି କି ଜୁନ୍ ୩୧ ତାରିଖ ଦିନ ଏହି କାଳ ବୈଶାଖୀ ଉଗ୍ର ରୂପ ଧାରଣ କରିବ ଓ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ମାରିବ।

ଏହି ଦିନ ଅଧିକ ପବନ ବୋହିବା ସହିତ ୫୦ ରୁ ୬୦ କିଲୋ ମିଟର ବେଗରେ ପବନ ବୋହିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଦିଆଯାଇଛି ଏବଂ ୱାର୍ନିଂ ମଧ୍ୟ ଦିଆ ଯାଇଛି। ଯେଉଁ ସବୁ ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ଅଧିକ ରହିଛି ସେଇ ସବୁ ଜିଲ୍ଲା ମାନଙ୍କୁ ସତର୍କ ରହିବାକୁ କୁହା ଯାଇଛି।

ସେପଟେ ଅନ୍ୟ ପକ୍ଷରେ ମେ ୩୦, ଜୁନ ୧,୨ ଓ ୩ ତାରିଖରେ ମଧ୍ୟ କିଛି ଜିଲ୍ଲାରେ କାଳ ବୈଶାଖୀ ଅନୁଭୂତ ହେବ କିନ୍ତୁ ଏହା ପାଇଁ ପାଣି ପାଗ ବିଭାଗ ତରଫରୁ କୁହା ଯାଇଛି କି ଏହା ମେ ୩୧ ର କାଳ ବୈଶାଖୀ ଠାରୁ ସାମାନ୍ୟ କମ୍ ପ୍ରଭାବ ରହିବ।

ଏଥିରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ କିଛି ସ୍ଥାନରେ ବର୍ଷା ହେବା ସହିତ, ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ମାରିବ ଏବଂ ଏଥିରେ ୩୦ ରୁ ୪୦ କିଲୋ ମିଟର ବେଗରେ ପବନ ବହିବ।ଏଥିରେ ପ୍ରବାହିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ୟେଲ୍ଲୋ ୱାର୍ଣି ଜାରି କରାଯାଇଛି।

କେନ୍ଦ୍ରର ସୂଚନା ଅନୁସାରେ ଶନିବାର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ।ଏହା ସହ ମେ ୩୧ ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଖୋର୍ଧା ଓ କନ୍ଧମାଳ ଆଜି ଜିଲ୍ଲାରେ ଜୋର୍‌ରେ ପବନ ବହିବା ସହ ବର୍ଷା ହେବ।

ଏଥିସହ ଗଜପତି, ଗଞ୍ଜାମ, ଦେଓଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କା‌ନାଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଁ ଦିଆ ଯାଇଛି।ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ଅଧିକ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । inspire post from – sambad

Leave A Reply

Your email address will not be published.