ପୁଣି ପାକିସ୍ଥାନ ରେ ଯାତ୍ରୀବାହୀ plane ଦୁର୍ଘଟଣା : ସିସି ଟିଭି ଫୁଟେଜ ରେ ଦେଖନ୍ତୁ ଭିଡିଓ ଟି

ଶୁକ୍ରବାର ୨୨ ମେ ରେ ପାକିସ୍ତାନ ରେ ଘଟିଛି ଏକ ହୃଦୟ ବିଦାରକ କାହାଣୀ। ଏଥିରେ ସାରା ଦେଶ ଚହଲି ଯାଇଛି, କାରଣ ଘଟଣା ସେହିଭଳି ଗମ୍ଭୀର ଥିଲା।୨୨ ମେ ରେ ସିନ୍ଧ ପ୍ରାନ୍ତ ର ରାଜଧାନୀ କରାଚୀ ରେ ପାକିସ୍ତାନ ଇଣ୍ଟରନେସନାଲ ଏଆର ଲାଇନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଏଥିରେ ପ୍ରାୟ ୧୦୦ ଜଣ ଲୋକ ଥିଲେ ବୋଲି ଜଣା ପଡିଛି ଓ ସମସ୍ତଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।୯୦ ରୁ ୯୨ ଜଣ ଯାତ୍ରୀ ଆଉ ଅନ୍ୟ କ୍ରୁ ମେମ୍ବର ମାନେ ଏଥିରେ ରହିଥିଲେ। ଏହା ଏକ ଜନ ବସତି ପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣା ର ଶିକାର ହୋଇଛି।

ତେବେ ଏହି PIA PK 8303 ଦୁର୍ଘଟଣା ଗ୍ରସ୍ତ ହେବା ପରେ ପାକିସ୍ତାନର କୁଇକ ରେଶର୍ଚ୍ ଟିମ୍ ସେଠାରେ ଖବର ପାଇ ପହଞ୍ଚି ଥିଲେ।ଏହି ବିମାନ ଟି ଏକ ଜନଗହଳି ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ସେଠାରେ ଉପସ୍ଥିତ ଲୋକ ଙ୍କ କହିବା ଅନୁସାରେ ପ୍ରଥମେ ଏଥିରେ ନିଆଁ ଲାଗି ଯାଇଥିଲା ଓ ପରେ ଏହା କ୍ରାଶ୍ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କୁହା ଯାଉଛି କି ଏହା ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଦୁର୍ଘଟଣା ର ସମ୍ମୁଖୀନ ହୋଇଛି। କିନ୍ତୁ ପ୍ରଥମ ଥର ନୁହଁ, ପୂର୍ବରୁ ମଧ୍ୟ PIA ର ଏହି ଭଳି ଘଟଣା ସାମ୍ନା କୁ ଆସିଛି।୨୦୧୬ ରେ ଏହିଭଳି ଏକ ଏଆର ଲାଇନ୍ ମଧ୍ୟ କ୍ରାସ୍ ହୋଇ ୬୦ ଜଣ ପ୍ରାଣ ହରାଇଥିଲେ।

ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଚି ଯେ ଏହି ଭଳି ଦୁର୍ଘଟଣା ଘଟୁଛି କଣ ପାଇଁ ଓ ଏହାର କାରଣ କଣ? ଏହାକୁ ନେଇ PIA ର ସି ଇ ଓ, ଏ ହର୍ଷତ୍ ମଲ୍ଲିକ କହିଛନ୍ତି ଯେ ଟେକନିକାଲ୍ ଇସୁ କାରଣରୁ ଏହା ତାର ନିୟନ୍ତ୍ରଣ ଜନିତ ଭରଶ୍ୟାମ ହରାଇ ଏହି ଭଳି କ୍ରାସ ର ଶିକାର ହୋଇଛି।ତେବେ ଏହି ଘଟଣା ପରେ ପାକିସ୍ତାନର ଏଆର ଟ୍ରାଫିକ କଣ୍ଟ୍ରୋଲର (ATC) ମଧ୍ୟ ଏହାକୁ ନେଇ ଦେଇଥିବା ମନ୍ତବ୍ୟ ଓ କଥା ବାର୍ତ୍ତା ର ରେକର୍ଡିଂ ସାମ୍ନା କୁ ଆସିଛି।

ତେବେ କରାଚିରେ ଏହି ଦୁର୍ଘଟଣା ପାକିସ୍ତାନରେ ଶୋକ ର ଛାୟା ଖେଳାଇ ଦେଇଛି। କାରଣ ନିମିଷକେ ଚାଲିଗଲା ଅନେକ ଜୀବନ। କେହି କିଛି ବୁଝିବା ଓ ଦେଖିବା ଆଗରୁ ଟଳି ପଡ଼ିଥିଲେ ଏଥିରେ ଥିବା ଯାତ୍ରୀ ମାନେ।ହେଲେ ଏହି ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ। କାହିଁକି ଏହି ଭଳି ଦୁର୍ଘଟଣା ବାରମ୍ବାର ଘଟିବାର ଲାଗିଛି।

ଏହାକୁ ନେଇ ଚିଫ୍ ମାର୍ଶାଲ,ଓ ସେନା ବାହିନୀ ମୁଖ୍ୟ ମଧ୍ୟ ଏହାର ତନାଘନା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଚନ୍ତି। ସୂଚନା ଅନୁସାରେ ଗତ ବର୍ଷ ମଧ୍ୟ PIA ର ଅନ୍ୟ ଏକ ବିମାନ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲା କିନ୍ତୁ ଏଥିରେ କେହି ମୃତ୍ୟୁ ବରଣ କରି ନଥିଲେ ବୋଲି ସୂଚନା ମିଳିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।