ରାକ୍ଷୀ ପୂର୍ଣ୍ଣିମା ଦିନ କରନ୍ତୁ ଏହି ଉପାୟ ଧନର ବର୍ଷା ହେବ । ଶୀଘ୍ର କରନ୍ତୁ ଏହି ଛୋଟିଆ ଉପାୟ

0

ଅଗଷ୍ଟ ମାସ 3 ତାରିଖ ରେ ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପର୍ବ ପ୍ରତି ମାସ ଶ୍ରାବଣ ମାସ ର ପୂର୍ଣ୍ଣିମା ରେ ପଡି ଥାଏ । ଏହି ପୂର୍ଣ୍ଣିମା ଦିନ ଭଉଣୀ ମାନେ ଭାଇ ମାନଙ୍କ ହାତ ରେ ରାକ୍ଷୀ ବାନ୍ଧିବା ସହିତ ପରସ୍ପର ପାଇଁ ମଙ୍ଗଳ କାମନା କରି ଥାଆନ୍ତି । ଏହା ଛଡ଼ା ଏହି ଦିନ କିଛି ଉପାୟ କରିବା ଦ୍ଵାରା ଦରିଦ୍ରତା ଦୁର ହୋଇ ଥାଏ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇ ଥାଏ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଗୋଟିଏ ଉପାୟ କରି ଦିଅନ୍ତୁ ଏହା ଦ୍ଵାରା ଆପଣ ଙ୍କ ଦାରିଦ୍ର୍ୟ ଦୁର ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ –

ରକ୍ଷା ବନ୍ଧନ ଦିନ ପୂର୍ଣ୍ଣିମା ହୋଇ ଥାଏ । ଚନ୍ଦ୍ରମା ଶ୍ରବନା ନକ୍ଷତ୍ର ରେ ରହି ଥାଆନ୍ତି । ଏହି ଦିନ ଚନ୍ଦ୍ରମା କୁ ପୂଜା କରିବା ଦ୍ୱାରା ବ୍ୟକ୍ତି କୁ ସବୁ କ୍ଷେତ୍ର ରେ ସଫଳତା ପ୍ରାପ୍ତି ହୋଇ ଥାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇ କୁ ଭଉଣୀ ହାତ ରୁ ଏକ ଗୋଲାପି ରଙ୍ଗ ର କପଡା ନେବାକୁ ପଡ଼ିବ ।

ସେହି କପଡା ରେ ଚାଉଳ , ଗୁଆ , ଆଉ ଏକ ଟଙ୍କିଆ କଏନେ ବନ୍ଧା ହୋଇଥିବ । ତାପରେ ନିଜର ସକ୍ଷମ ଅନୁଯାୟୀ ଭଉଣୀ କୁ ବସ୍ତ୍ର , ଟଙ୍କା ଓ ଉପହାର ଦିଅନ୍ତୁ । ପୂର୍ବରୁ ରଖିଥିବା ଗୋଲାପି କପଡା କୁ ସଠିକ୍ ସ୍ଥାନ ରେ ରଖି ଦିଅନ୍ତୁ ଯେମିତି ଏହା କାହାରି ନଜର ରେ ଆସିବ ନାହିଁ । ଏହା କରିବା ଦ୍ଵାରା ଟଙ୍କା ବୃଦ୍ଧି ହୋଇ ଥାଏ । ଏହା ପରେ ସେହି ପୁଟୁଳି କୁ ଘର ର ଟଙ୍କା ରଖିବା ସ୍ଥାନ ରେ କିମ୍ବା ଘର ରେ ମୁଖ୍ୟ ଦ୍ୱାର ସାମ୍ନା ରେ ତଙ୍ଗାଇ ଦିଅନ୍ତୁ ।

ଯେପରି କାହାରି ନଜର ଆସିବ ନାହିଁ । ଏହା କରିବା ଦ୍ଵାରା ଟଙ୍କା ବୃଦ୍ଧି ହୋଇ ଥାଏ । ଚଳିତ ବର୍ଷ ରକ୍ଷା ବନ୍ଧନ ବହୁତ୍ ଶୁଭ ଅଟେ କାରଣ ଏହି ଦିନ ନକ୍ଷତ୍ର ମାନଙ୍କ ସ୍ଥିତି ବହୁତ୍ ଶୁଭ ହୋଇ ଥାଏ । ଏହା ଛଡ଼ା ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ସୋମବାର ଦିନ ପଡି ଅଛି ଯାହା ଦୁର୍ଲଭ ସଂଯୋଗ ଅଟେ । ରକ୍ଷା ବନ୍ଧନ ଦିନ ଚନ୍ଦ୍ରମା ଓ ଶିବ ଙ୍କ ପୂଜା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୁଏ ।

ଘରେ ସୁଖ ସମୃଦ୍ଧି ବଢିବା ଦ୍ଵାରା ଶାନ୍ତି ପ୍ରାପ୍ତି ହୋଇ ଥାଏ । ଭାଇ କୁ ନକାରାତ୍ମକ ଶକ୍ତି ରୁ ଦୂରେଇ ରଖିବା ପାଇଁ ଏକ ଫିତିକିରି କୁ ଭାଇ ର ମୁଣ୍ଡ ରୁ ସାତ ଥର ବୁଲାଇ ଏହାକୁ କୌଣସି ଚୁଲି ରେ କିମ୍ବା ରାସ୍ତା ରେ ଫୋପାଡି ଦିଅନ୍ତୁ । ଏହା ଦ୍ବାରା ତାଙ୍କ ଶରୀର ରୁ ଓ ମନ ରୁ ନକରାତ୍ମକ ଶକ୍ତି ଦୂରେଇ ଯାଇ ଥାଏ ।

ତେବେ ଏହା ଥିଲା କିଛି ଉପାୟ ଯାହା ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ କରି ପାରିବେ । ଯାହାଦ୍ବାରା ଆପଣ ଙ୍କ ର ଓ ଆପଣ ଙ୍କ ଘର ପରିବାର ର ଓ ଭାଇ ଙ୍କ ର ମଙ୍ଗଳ ହେବ । ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.