ରାଖୀ ପୂର୍ଣ୍ଣିମା ( 03 August ) – କରନ୍ତୁ ନାହିଁ ଏହି 5ଟି ଭୁଲ୍, ନଚେତ ହୋଇପାରେ ଭୟଙ୍କର

0

ଅଗଷ୍ଟ ମାସ 3 ତାରିଖ ରେ ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ ଏହି ପାଞ୍ଚ ଟି କାମ । ଭାଇ ଓ ଭଉଣୀ ମାନଙ୍କ ପାଇଁ ଏକ ପବିତ୍ର ଦିବସ ହୋଇ ଥାଏ ଏହି ରାକ୍ଷୀ ପୂର୍ଣ୍ଣିମା। ପ୍ରତି ବର୍ଷ ଭଉଣୀ ନିଜ ସୁରକ୍ଷା କାମନା କରି ଭାଇ ହାତ ରେ ରାକ୍ଷୀ ବାନ୍ଧି ଥାଏ । ଏହି ପର୍ବ ପ୍ରତି ମାସ ଶ୍ରାବଣ ମାସ ର ପୂର୍ଣ୍ଣିମା ରେ ପଡି ଥାଏ । ଏହି ପର୍ବ କୁ ଗହ୍ମା ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ସୋମବାର ଦିନ ସାରା ଓଡ଼ିଶା ରେ ଏହି ପର୍ବ ପାଳନ ହେବାକୁ ଯାଉଛି ।

ତେବେ କଣ ଆପଣ ଜାଣିଛନ୍ତି ଭୁଲ୍ ରେ ହେଉ କିମ୍ବା ଠିକ୍ ରେ ଯଦି ଏହି ଦିନ କିଛି ଭୁଲ୍ ହୋଇଯାଏ ତେବେ ଏହା ଆମ ଉପରେ ଶାରିରୀକ ଓ ଆର୍ଥିକ ପ୍ରଭାବ ପକାଇ ଥାଏ । ତେବେ ଆଜି ଆମେ ସେହି ପାଞ୍ଚ ଟି ଭୁଲ୍ ବିଷୟ ରେ ଜାଣିବା ଯାହା ଆମକୁ ରାକ୍ଷୀ ପୂର୍ଣ୍ଣିମା ଦିନ କରିବା ଉଚିତ୍ ନୁହେଁ ।

1- କଥା ବାର୍ତ୍ତା କରି ପାରୁ ନଥିବା ଗାଈ ଗୋରୁ ମାନଙ୍କୁ ଗୋଇଠା ମାରିବା ଦ୍ଵାରା ଘରେ ଅସୁବିଧା ହେବା ସହିତ ଘରେ ନକାରାତ୍ମକ ଉର୍ଯା ର ପ୍ରବେଶ ହୋଇ ଥାଏ । ତେଣୁ ଭୁଲ୍ ରେ କେବେ ମଧ୍ୟ ଜୀବ ଜନ୍ତୁ ମାନଙ୍କୁ ଗୋଇଠା ମାରନ୍ତୁ ନାହିଁ ବିଶେଷ କରି ଗାଈ ଗୋରୁ ମାନଙ୍କୁ ଗୋଇଠା ମାରନ୍ତୁ ନାହିଁ କାରଣ ସବୁ ଜୀବ ଜନ୍ତୁ ମାନଙ୍କ ଠାରେ ଭଗବାନ ବିଷ୍ଣୁ ବାସ କରି ଥାଆନ୍ତି । ଏହା ସହିତ ଗୋ ମାତା ଙ୍କୁ ପୂଜା କରା ଯାଇଥାଏ ।

2- ରାକ୍ଷୀ ପୂର୍ଣ୍ଣିମା ଦିନ କୌଣସି ବ୍ୟକ୍ତି କିମ୍ବା ଗୁରୁଜନ ମାନଙ୍କ ର ଅପମାନ କରିବା ଉଚିତ୍ ନୁହେଁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧ କରି ଥାଆନ୍ତି । ଓ ଏହା ର ପ୍ରଭାବ ସମ୍ପୂର୍ଣ ପରିବାର ଉପରେ ପଡ଼ି ଥାଏ ।

3- ଘରକୁ ଆସିଥିବା ଅତିଥି ମାନଙ୍କୁ ଅପମାନ କରନ୍ତୁ ନାହିଁ । ଅତିଥି ଭଗବାନ ଙ୍କ ର ତୁଲ୍ୟ ହୋଇ ଥାଏ । ତେଣୁ ଘରକୁ ଆସିଥିବା ଅତିଥି ମାନଙ୍କ ର ଅପମାନ କରନ୍ତୁ ନାହିଁ ଯାହା ଦ୍ଵାରା ଅମଙ୍ଗଳ ହେବ। ଏହା ସହିତ ଯଦି କେହି ଦରିଦ୍ର ଲୋକ ଘରକୁ ଆସିଛନ୍ତି ତେବେ ତାଙ୍କୁ ଖାଲି ହାତ ରେ ଯିବାକୁ ଦିଅନ୍ତୁ ନାହିଁ ।

4- ବିଶେଷ ଘାତକ କୌଣସି ପାପ ଠାରୁ କମ୍ ନୁହଁ । ଯେବେ ଆମେ କାହାକୁ ଧୋକା ଦେଇ ଥାଉ ତେବେ ତାର ବିଶ୍ୱାସ ଆମ ଉପରୁ ଉଠି ଯାଇଥାଏ । ସେଥିପାଇଁ ଶାସ୍ତ୍ର ଅନୁସାରେ ବିଶ୍ୱାସ ଘାତକ ସବୁଠାରୁ ହିନ କୁହା ଯାଇଛି । ଏହାର ପାପ ପ୍ରଭାବ ଜୀବନ ରେ ଉପରେ ପଡି ଥାଏ । ପବିତ୍ର ଗମା ପୂର୍ଣ୍ଣିମା ଦିନ ଏହି ସବୁ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ ।

5- ଘର ର ମୁଖ୍ୟ ଦ୍ଵାର ରେ ଝାଡୁ ରଖନ୍ତୁ ନାହିଁ । ଝାଡୁ ଏକ ବ୍ୟବହାର କାରୀ ଜିନିଷ ଯାହା ନକର୍ତ୍ମକ ଦୂରେଇ ରଖି ଥାଏ । ଯଦି ଏହାକୁ ଆପଣ ଘର ର ମୁଖ୍ୟ ଦ୍ବାର ରେ ରଖିବେ ତେବେ ନକାରାତ୍ମକ ଊର୍ଜା ଉପନ ହେବ । ଏହା ସହିତ ଘର ର ଅସୁବିଧା ଆସିବ । ତେଣୁ ଏହାକୁ ଆପଣ ଏମିତି ସ୍ଥାନ ରେ ରଖନ୍ତୁ ଯେମିତି ଏହା ଉପରେ କାହାରି ନଜର ପଡ଼ିବ ନାହିଁ । କାରଣ ଝାଡୁ ମାତା ଲକ୍ଷ୍ମୀ ଙ୍କ ର ଅତି ପ୍ରିୟ ହୋଇ ଥାଏ ।

ଏହା ଥିଲା ପାଞ୍ଚ ଟି କାର୍ଯ୍ୟ ଯାହା ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ଦିନ ରେ କରନ୍ତୁ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.