୩୨ କୋଟି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ! ସାରା ଦେଶରେ ଏହି ଦିନ ଖୋଲିବ ସ୍କୁଲ

1 848

ଦେଶରେ କରୋନା ମହା ମାରୀ ପାଇଁ ବ୍ୟାପାର ବାଣିଜ୍ୟ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ବହୁ ଅବଗତି ହେବାର ଦେଖା ଯାଉଛି l ଦୀର୍ଘ ମାର୍ଚ୍ଚ ମାସରୁ କରୋନା ମହାମାରୀ ପାଇଁ ଦେଶରେ ଚାରିଆଡେ ଲକ ଡ଼lଉନ ପରେ ଲକ ଡା ଉ ନ ବଢ଼ି ଚାଲିଛି l ଯାହା ଲୋକ ମାନଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି l ମାର୍ଚ୍ଚ ମାସରୁ ଆରମ୍ଭ କରି ଜୁନ ମାସରେ ପହଂଚିଲାଣି l ହେଲେ ସର୍ବବ୍ୟାପି କରୋନା ପାଇଁ କୌଣସି ଶିକ୍ଷା ଅନୁଷ୍ଠାନ ଖୋଲା ଯାଇ ପାରୁ ନାହିଁ l ଏହା ଛଡା ଅନ୍ୟାନ୍ୟ ଶପିଂ ମହଲ ଓ ହୋଟେଲ ମଧ୍ୟ ଖୋଲି ପାରୁ ନାହିଁ l

ବର୍ତମାନ ପ୍ରଶ୍ନ ଉଠୁଛି ଯେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ କଣ ପ୍ରଭାବ ରହିବ l ମେ ମାସରେ ପ୍ରକାଶ ପାଇଥିଲା ଯେ ସମସ୍ତ ସ୍କୁଲ ଜୁନ ମାସରେ 17 ତାରିଖ ରେ ଖୋଲା ଯିବ l ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇ ଥିଲା l

କିନ୍ତୁ ଏଵେ ଜଣା ଯାଉଛି ଏହି ମାସରେ ସ୍କୁଲ ଖୋଲିବାର ଆଶା ହି ନାହିଁ l ତେବେ ଦେଶର ଶିକ୍ଷା ବ୍ୟବସ୍ଥା ଏବେ ପ୍ରଶ୍ନ ବାଚୀ ହୋଇ ଉଠିଛି ଯେ ପ୍ରକୃତରେ କେବେ ଖୋଲିବ ସମସ୍ତ ଶିକ୍ଷା ଅନୁଷ୍ଠାନ l ମଝିରେ ମଝିରେ ମାନବ ସମ୍ବଳ ଦାଇତ୍ୱ ରେ ଥିବା ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆ କହୁ ଛନ୍ତି ଯେ କରୋନା ମହା ମାରୀ ପାଇଁ ଏହାର ନିଷ୍ପତି ନିଆଯାଇ ପାରୁନାହିଁ l

ପିଲାମାନଙ୍କ ଭବିଷ୍ୟତ କଣ ହେବ ଏ ନେଇ ଚର୍ଚ୍ଚା ଜୋର ଧରି ଥିବା ବେଳେ ସ୍କୁଲ ଖୋଲିବାକୁ ନେଇ ଆଉ ଏକ ତଥ୍ୟ ପ୍ରକାଶ ପାଇଛି l ଯେଉଁଥିରେ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଆଲୋଚନା ହୋଇ ଏକ ସମୟର ଆକଳନ କରାଯାଇଛି l

ତେବେ ମାନବ ସଂସାଧନ ମନ୍ତ୍ରୀ ରମେଶ ପୋଖରିଆଲ ଏ ବିଷୟରେ କହିଛନ୍ତି ଯେ ଦେଶର ସମସ୍ତ ସ୍କୁଲ ଜୁନ ଓ ଜୁଲାଇରେ ଖୋଲି ପାରିବ ନାହିଁ ବରଂ ଏହା ଅଗଷ୍ଟ ମାସରେ ଖୋଲା ଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି l ସ୍କୁଲ ଖୋଲିବା ପରେ ସାମାଜିକ ଦୂରତା ଓ ସମସ୍ତ ନିୟମକୁ ମାନି ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି l ଏହା ଛାତ୍ରଛାତ୍ରୀ ମାନଙ୍କ ମନରେ କ୍ଷୀଣ ଆଶା ସଂଚାର କରିଛି l

ତେଣୁ ଛାତ୍ର ଛାତ୍ରୀ ମାନେ ଚିନ୍ତାରେ ଅଛନ୍ତି ଯେ ଶିକ୍ଷା ରେ ବିଳମ୍ବ ହେତୁ ପାଠ୍ୟକ୍ରମ କେମିତି ସରିବ l ସିଲାବସ ରେ କିଛି ପରିବର୍ତନ ଆସିବ କି ନାହିଁ l ବାରମ୍ବାର ଛାତ୍ରଛାତ୍ରୀ ମାନେ ନିରାଶ ହୋଇ ଏବେ ଗୋଟେ ପ୍ରକାରର ଚୂଡାନ୍ତରେ ପହଂଚି ଛନ୍ତି ବୋଲି ଅନୁମାନ କରାଯାଉଛି ଏବଂ ଏହି ଖବର ପ୍ରକାଶ ପରେ ଛାତ୍ରଛାତ୍ରୀ ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

1 Comment
  1. jagadish taria says

    Ok very important news for all the student.

Leave A Reply

Your email address will not be published.