ସରକାରଙ୍କ ୨ଟି ବଡ ଘୋଷଣା : ରାସନ କାର୍ଡ ଥିଲେ ନିଶ୍ଚୟ ଦେଖନ୍ତୁ

0 403

ବର୍ତ୍ତମାନ କିଛି ନୂଆ ଅପଡେଟ୍ ଆସୁଛି , ଯାହା ଆପଣ ମାନେ ନିହାତି ଜାଣି ରଖିବା ଜରୁରୀ । ଏମିତି ରେ ତ ଆପଣ ମାନେ ଜାଣିଛନ୍ତି ଏବେ କେଉଁ ଭଳି ଭାବେ ଟ୍ରେନ ଚଳା ଚଳ ଆରମ୍ଭ ହୋଇ ସାରିଛି । କିନ୍ତୁ ଆପଣ ମାନେ ଜାଣି ନଥିବେ ଏହା କୁ ନଜର ରେ ରଖି ବର୍ତ୍ତମାନ ବିମାନ ବନ୍ଦରରେ ସେବା ଆରମ୍ଭ ହେବା କୁ ଯାଉଅଛି । ତେବେ କଣ ରହିଛି ଅପଡେଟ ଟି । ଏବଂ ଏହା ସହିତ ରାସନ୍ କାର୍ଡ ସମ୍ବଧିତ ମଧ୍ୟ କିଛି ଅପଡେଟ ରହି ଅଛି।

ଲକ୍ ଡାଉନ୍ ହଟିବା ପରେ ବିମାନ ସେବା ସ୍ଵାଭାବିକ ହୋଇ ପାରେ । ତେଣୁ ବିମାନ ସେବା ଆରମ୍ଭ ହେଲେ ଯାତ୍ରୀ ଓ କର୍ମଚାରୀ ଙ୍କୁ କିପରି ଭାବେ ସୁରକ୍ଷା ଦିଆ ଯିବ ସେନେଇ ଭୁନେଶ୍ଵରଠାରେ ବିମାନ ବନ୍ଦରରେ ସ୍ଵତନ୍ତ୍ର ବ୍ୟବସ୍ଥା କରା ଯାଉ ଅଛି ।

ବିମାନ ବନ୍ଦର କୁ ନନ୍ ଟଚ୍ ବ୍ୟବସ୍ଥା କରିବା ପାଇଁ ସମସ୍ତ ଦୀଗ କୁ ଧ୍ୟାନ ଦିଆ ଯାଉଚି । ତର୍ମିନାଲ୍ ପରିସର ରେ ପ୍ରବେଶ ଠାରୁ ଆରମ୍ଭ କରି , ଟିକେଟ ଚେକିଁ , ସବୁଠି ବିନା ସ୍ପର୍ଶ ବା ନନ୍ ଟଚ୍ ରେ କାର୍ଯ୍ୟ କରିବ ପାଇଁ ଭୁବନେଶ୍ୱର ବିମାନ ବନ୍ଦର କର୍ମଚାରୀ ଚେଷ୍ଟା କରୁଛନ୍ତି । କୋରୋନା ସଂକ୍ରମଣ କୁ ରୋକିବା ପାଇଁ ଏପରି ପଦକଷେପ ନିଆ ଯାଉଛି ।

ପ୍ରବେଶ ପଥ ରେ ପୂର୍ବରୁ ଟିକେଟ ଦେଖାଯାଉଥିବା ସମୟ ରେ ସୁରକ୍ଷା କର୍ମୀ ହାତ କୁ ହାତ ଧରି ଯାଞ୍ଚ୍ କରୁଥିଲେ । କିନ୍ତୁ ଏବେ ଆଉ ସେମିତି ହେବ ନାହିଁ । ଯାତ୍ରୀ ମାନେ ଟେବୁଲ୍ ଉପରେ ପରିଚୟ ପତ୍ର ଓ ଟିକେଟ ଆଦି ରଖିବା ପରେ ସୁରକ୍ଷା କର୍ମୀ ନୂତନ ଯନ୍ତ୍ର ସାହାର୍ଯ୍ୟ ରେ ଯାଞ୍ଚ୍ କରିବେ ।

ଅନ୍ୟ ପଟେ ଲକ୍ ଡାଉନ୍ ସରିବା ସମୟ ରେ ଭୁବେଶ୍ୱର ବିମାନ ବନ୍ଦରରେ ଆଧୁନି କରଣ କାର୍ଯ୍ୟ କର୍ମ ର ରହିଛି । ବିମାନ ବନ୍ଦର ପରିସର ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ବା AC ଟାୱାର , କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଛି ଯାହା ଭୁବନେଶ୍ୱର ବିମାନ ବନ୍ଦର ର ନିର୍ଦେଶକ ଭି ବି ରାଓ ମଧ୍ୟ କହିଛନ୍ତି । ତେବେ ବହୁତ ଜଲ୍ଦୀ ଲକ୍ ଡାଉନ୍ ହଟିବା ପରେ ମଧ୍ୟ ଫ୍ଲାଇଟ ସେବା ଆରମ୍ଭ ହୋଇ ଯିବ ।

ସେହି ପରି ଆଉ କିଛି ବଡ଼ ଅପଡେଟ ଆସିଛି , ଯଦି ଆପଣ ମାନଙ୍କ ର ରାସନ୍ କାର୍ଡ ରହିଛି ତେବେ ନିହାତି ଜାଣି ରଖିବା ଜରୁରୀ । ସବୁ ରାସନ୍ କାର୍ଡ କୁ ଆଧାର କାର୍ଡ ରେ ଲିଙ୍କ୍ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁଡିକ ଆସନ୍ତା ସେପ୍ଟେମ୍ବର 30 ତାରିଖ ଜାଏ ସମୟ ଦିଆ ଯାଇଛି । ଏହି ସମୟ ପୂର୍ବରୁ ଖାତା ରେ ଆଧାର କାର୍ଡ ଲିଙ୍କ୍ ନ କରିଥିଲେ ମଧ୍ୟ କୌଣସି ହିତାଧିକାରୀ କୁ ଖାଦ୍ୟ ଶସ୍ୟ ରୁ ବଞ୍ଚିତ କରା ଯିବ ନାହିଁ ।

ଏ ନେଇ ସ୍ପଷ୍ଟ କରିଛି ଖାଉଟି କଲ୍ୟାଣ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ । ଆଧାର କାର୍ଡ ସହିତ ଲିଙ୍କ୍ କରି ନଥିବା ହିତାଧିକାରୀ ମାନଙ୍କ ର ରାସନ୍ କାର୍ଡ କୁ ବନ୍ଦ କରାଯିବ ବୋଲି କିଛି ଗଣ ମାଧ୍ୟମ ରେ ପ୍ରକାଶ ପାଉଥିଲା । ଏହା ପରେ ମନ୍ତ୍ରାଳୟ ଆଜି ସ୍ପଷ୍ଟ କରିଛି । ଏହା ପରେ ଯେଉଁ ମାନଙ୍କ ର ଆଧାର କାର୍ଡ ସହିତ ଲିଙ୍କ୍ ନଥିଲା ସେମାନଙ୍କୁ ଖାଦ୍ୟ ଶସ୍ୟ ମିଳୁ ନ ଥିଲା ।

କିନ୍ତୁ ଏବେ କିଛି ବଡ଼ ଘୋଷଣା ଆସିଛି ଯେ ସେପ୍ଟେମ୍ବର 30 ଜାଏ ଆପଣଙ୍କ ଆଧାର କାର୍ଡ ସହିତ ଲିଙ୍କ୍ ନଥିଲେ ରାସନ୍ କାର୍ଡ ଆପଣ ଙ୍କୁ ଖାଦ୍ୟ ଶସ୍ୟ ମିଳିବ । ଏହା ପୂର୍ବରୁ ଆପଣ ଙ୍କ ଆଧାର କାର୍ଡ କୁ ଲିଙ୍କ୍ କରିବା କୁ ପଡ଼ିବ ରାସନ୍ କାର୍ଡ ସହିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.