ସରଳ ଲୋକମାନେ କାହିଁକି ଦୁଃଖପାଇଥାନ୍ତି , ଆସନ୍ତୁ ଜାଣିବା ଏହି ସୁନ୍ଦର କାହାଣୀ ମାଧ୍ୟମରେ

ସରଳ ଲୋକ ମାନଙ୍କୁ ସମସ୍ତେ ଭଲ ପାନ୍ତି। କିନ୍ତୁ ସେହି ସରଳ ଲୋକ ମାନେ ହିଁ ଜୀବନରେ ସବୁଠୁ ବେଶି କଷ୍ଟ ପାଇଥାନ୍ତି। ଏହାର କାରଣ କଣ ଆସନ୍ତୁ ଜାଣିବା। ଥରେ ରାଜା ଅଜାତ ଶତ୍ରୁ ଗୌତମ ବୁଦ୍ଧ ମକ ପାଖକୁ ଯାଇ କହିଲେ। ଗୁରୁଦେବ ମୁ ଯୋଉ ଦିନ ଠୁ ଆପଣଙ୍କ ର ଶିଷ୍ୟତ୍ୱ ଗ୍ରହଣ କରିଛି ସେହି ଦିନରୁ ମୋର ପ୍ରଜା ମାନେ ଆଉ ମୋତେ ଦାରୁ ନାହାନ୍ତି।

କାରଣ ମୁଁ ସେମାନଙ୍କୁ କିଛି କଠୋର ଦଣ୍ଡ ଦେଇ ପାରୁନାହିଁ ମୋର ନିରୀହ ଓ ସରଲତାର ସେମାନେ ଫାଇଦା ନେଉଛନ୍ତି। ଏହନାକୁ ନେଇ ମୁ ବହୁତ ଦୁଃଖିତ ଅଛି।

ଏହା ଶୁଣି ବୁଦ୍ଧ ଦେବ କହିଲେ ଯେ ମୁଁ ତସମ୍ସକୁ ଗୋଟିଏ ଗୋପ କହୁଛି ତମେ ଶୁଣ। ଗୋଟିଏରସ୍ତ କଡରେ ଗୋଟିଏ ବଡ ବରଗଛ ଟିଏ ଥିଲା। ଦିନେ ସେହି ବରଗଛ ମୂଳକୁ ଜଣେ ସାଧୁ ବିଶ୍ରାମ ନେବାକୁ ଯିବାବେଳେ ଲୋକ ମାନେ ତାଙ୍କୁ ସେଠାକୁ ଯିବା ପାଇଁ ମନା କଲେ। କରନା ସେହି ଗଛ ମୂଳରେ ଗୋଟିଏ ବିଷଧର ସାପ ରହୁଥିଲା ଓ ସେ ସମସ୍ତଙ୍କୁ ମାରିଦଉଥିଲା।

ଏହା ଶୁଣି ସାଧହୁ ଜଣକ ଅଳ୍ପ ହସିଲେ ଓ ସେହି ଗଛ ମୂଳରେ ବିଶ୍ରାମ ନେଲେ. କିଛି ସମୟ ପରେ ସାପ ଟି ଆସି ତାଙ୍କୁ କହିଲା ଯେ ତମେ କଣ ଜାଣିନ ଯେ ଏହି ଗଛ ମୂଳକୁ କେହି ଆସନ୍ତି ନାହିଁ। ଯିଏ ବ ଆସେ ସେ କେବେ ଫେରି ଯାଏନି।

ଏହା ଶୁଣି ସାଧୁ ତାଙ୍କୁ ବୁଝେଇଲେ ଯେ ସେ ନିଶ୍ଚିତ ଭାବରେ ପୂର୍ବ ଜନ୍ମ ରେ କିଛି ଖରାପ କାମ କରିଥିଲା ଯାହା ପାଇଁ ସେ ଆଜି ଏଇ ସାପ କୂଳରେ ଜନ୍ମ ନେଇଛି।ପୁଣି ଏଇ ଜନ୍ମ ରେ ସେ ମଧ୍ୟ ଖରାପ କାମ କରୁଛି ସସେ ନିଶ୍ଚୟ ପର ଜନ୍ମ ରେ ସାପ ଜନ୍ମ କିମ୍ବା କୌଣସି ନୀଚ ଜାତିରେ ଜନ୍ମ ନେବ।

ଏହା ଶୁଣି ସାପ ଟି ସରଳ ହୋଇଗଲା। ଓ ସାଧୁ ସେହି ସ୍ଥାନ ରୁ ଚାଲି ଗଲେ। କିଛି ଦିନ ପରେ ସେ ଆସି ଦେଖିଲେ ଯେ ସାପ ଟି କ୍ଷତ ବିକ୍ଷତ ହୋଇ ସେହି ଗଛ ମୂଳରେ ପଡିଛି। ତାର ସରଲତାର ଫାଇଦା ନେଇ ଲୋକ ମାନେ ତାର ଏପରି ଅବସ୍ଥା କରିଛନ୍ତି।

ତାପରେ ସାଧୁ ଜଣକ ତାକୁ କହିଲେ ଯେ ମୁଁ ତତେ ସରଳ ହେବାକୁ କହିଥିଲି ଦୁର୍ବଳ ହେବାକୁ ନୁହଁ। ଦରକାର ପଡ଼ିଲେ ମନ ଭିତରେ ସରଲତା ରଖି ଉଅପରେ କଠୋର ହବାକୁ ପଡିବ।

ଏହି ଗୋପ ଟିକୁ ଶୁଣି ରାଜା ଅଜାତ ଶତ୍ରୁ ଖୁସି ହୋଇଗଲେ ଏବଂ ନିଜ ରାଜ୍ୟ କୁ ଫେରି ନିଜର ରାଜ କାର୍ଯ୍ୟ ସୁଚାରୁ ରୁପେ ଚଳାଇଲେ।