ଦେଖନ୍ତୁ ଭିଡ଼ିଓ “ଶ୍ରଦ୍ଧା କପୁରଙ୍କ ସହ ରାତିରେ ସୁଶାନ୍ତ ସିଂ ରାଜପୁତ ଶେଷ ନୃତ୍ୟ ଭିଡିଓ | ଶୁଭ ନୃତ୍ୟ ଅଳ୍ପ ଦିନ ପୂର୍ବରୁ” ଦେଖନ୍ତୁ |

0

ସୁଶାନ୍ତ ଙ୍କ ବିୟୋଗରେ ଶ୍ରଦ୍ଧା ବହୁତ୍ ଭାଙ୍ଗି ପଡିଛନ୍ତି। ସମୟରେ ତାଙ୍କର ଅନୁପସ୍ଥିତି ହିନ୍ଦୀ ସିନେମା ଜଗତରେ ଏକ ଗଭୀର ଶୂନ୍ୟ ସ୍ଥାନ ଛାଡି ଯାଇଛି ବୋଲି ସେ କହିଛନ୍ତି।ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁରା ବଲିଉଡ୍‌ଜଗତ ସ୍ତବ୍ଦ ହୋଇପଡ଼ିଛି। ସମସ୍ତେ ନିଜ ନିଜ ଶୈଳୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। କେହି ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଉଛନ୍ତି ତ ଆଉ କେହି ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ନିଜ ହୃଦୟର କଥା କହୁଛନ୍ତି।

ଏହି କ୍ରମରେ ଅଭିନେତ୍ରୀ ଶ୍ରଦ୍ଧା କପୁର ସୁଶାନ୍ତଙ୍କୁ ମନେ ପକାଇ ଏକ ଭାବୁକ ପୋଷ୍ଟ ଶେୟାର କରିଛନ୍ତି।

ଏବେ ଶ୍ରଦ୍ଧା କପୁର ଙ୍କ ସହ ତାଙ୍କର ଶେଷ ମଜାଦାର ଭିଡିଓ ପୁଣି ସାମ୍ନା କୁ ଆସିଛି।ସେଥିରେ ସୁଶାନ୍ତ ବହୁତ୍ ମଜା ଓ ଖୁସି ଥିବାର ଦେଖିବାକୁ ମିଳିଛି।ସୁଶାନ୍ତ ଜଣେ ଭଲ ସହ କଳାକାର ସାଙ୍ଗକୁ ଅଦ୍ଭୁତ ବ୍ୟକ୍ତି ଥିଲେ ବୋଲି ଶ୍ରଦ୍ଧା କହିଛନ୍ତି। ବିଗତ ଦିନରେ ଯାହା ସବୁ ଘଟିଛି ତାକୁ ସ୍ବୀକାର କରିବାକୁ ଏବଂ ସେଥିରୁ ବାହାରିବାକୁ ମୁଁ ମଧ୍ୟ ଚେଷ୍ଟା କରୁଛି। ମାତ୍ର ଏହା ବହୁତ କଷ୍ଟକର।

ମନେହେଉଛି ଯେମିତି ଗୋଟିଏ ବଡ଼ ଶୂନ୍ୟସ୍ଥାନ ହୋଇଯାଇଛ ବୋଲି ଶ୍ରଦ୍ଧା କହିଛନ୍ତି। ସେ ସବୁବେଳେ ଅନ୍ୟର ଚିନ୍ତା କରୁଥିଲେ ଏବଂ ସେମାନଙ୍କୁ ଖୁସିରେ ଦେଖିବାକୁ ଚାହୁଁଥିଲେ। ତାଙ୍କ ଭଳି ଜଣେ ଦୟାପୂର୍ଣ୍ଣ ସାହସୀ ଏବଂ ପରିଶ୍ରମୀ କଳାକାର ସିନେମା ଜଗତ ପାଇଁ ଗର୍ବ ଆଉ ଗୌରବର ପ୍ରତୀକ। ଶ୍ରଦ୍ଧା କପୁର ସୁଶାନ୍ତ ଙ୍କ ସହ କରିଥିବା ଛିଛୋରେ ଫିଲ୍ମ୍ ବହୁତ୍ ଲୋକ ପ୍ରିୟ ହୋଇ ପାରିଥିଲା।

ଏହି ଫିଲ୍ମ୍ ର ସୁଟିଂ ବେଳର କିଛି ଭାବ ବିହ୍ଵଳିତ ପୂର୍ଣ୍ଣ ଭିଡିଓ କୁ ସେ ଏବେ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ଆଖିରେ ଲୁହ ଆସି ଯାଉଛି।ତାଙ୍କର ସ୍ନେହ ମମତା ଭଲ ପାଇବା ଆଦି କୁ ସେ ଆଉ ଅଟକାଇ ପାରୁ ନାହାଁନ୍ତି। ତାଙ୍କର ସ୍ମୃତି କୁ ମନେ ପକାଇ ସେ ଏବେ ତାକୁ ଝୁରିବାରେ ଲାଗିଛନ୍ତି।ତେବେ ଏବେ ଏବେ ସୁଶାନ୍ତ ଙ୍କ ଏକ ଭିଡିଓ ସାମ୍ନା କୁ ଆସିଛି ଯାହା ବହୁତ୍ ସ୍ମରଣୀୟ ଭିଡିଓ ଅଟେ।ଏହି ସବୁ ଭିଡ଼ିଓ ସ୍ମୃତି ଭାବରେ ଏବେ ତାଙ୍କୁ ମନେ ପକାଇବା ପାଇଁ ଦର୍ଶକ ମାନଙ୍କୁ ବାଧ୍ୟ କରିବ।

ଶ୍ରଦ୍ଧା କପୁରଙ୍କ ସହିତ କିଛି ସମୟ ଅତିବାହିତ କରିଥିବାର ଭିଡିଓ ଏବେ ସାମ୍ନା କୁ ଆସିଛି।ଯେଉଁଥିରେ ସେ ବହୁତ୍ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି।ଏହା କୁ ସେ ପୋଷ୍ଟ କରି ନିଜେ ମଧ୍ୟ କାନ୍ଦି ପକାଇଛନ୍ତି । କେବଳ ଶ୍ରଦ୍ଧା କପୁର ନୁହନ୍ତି ବହୁତ୍ ଅଭିନେତ୍ରୀ ମଧ୍ୟ ସୁଶାନ୍ତ ଙ୍କ ସ୍ମୃତି କୁ ମନେ ପକାଇ ଏବେ ସବୁ ଭିଡ଼ିଓ ପୋଷ୍ଟ କରିବାରେ ଲାଗିଛନ୍ତି ସୋସିଆଲ ମିଡିଆରେ।

କିଛିଦିନ ତଳେ କୀର୍ତ୍ତି ଶାନନ୍ ମଧ୍ୟ ତାଙ୍କର ସୁଶାନ୍ତ ସିଁ ରାଜପୁତ ଙ୍କୁ ନେଇ ଏକ ଭିଡିଓ ସେୟାର କରିଥିଲେ।କୀର୍ତ୍ତି ସାନନ୍ ଓ ସୁଶାନ୍ତ ଙ୍କ ଶେଷ କୃତ୍ୟ ରେ ପହଞ୍ଚିଥିବା ଏହି ଅଭିନେତ୍ରୀ ମଧ୍ୟ ଏକଦା ସୁଶାନ୍ତ ଙ୍କ ସହିତ ବହୁତ୍ ଅନ୍ତରଙ୍ଗ ହୋଇ ପାରିଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.