ଶ୍ରୀ କ୍ଷେତ୍ର ରେ ଘଟିବକୁ ଯାଉଛି ଏକ ବଡ଼ ଘଟଣା ।। ଶ୍ରୀ ଜଗନ୍ନାଥ ନବାକୁ ଯାଉଛନ୍ତି କଳ୍କୀ ଅବତାର

0

ଆପଣ ମାନେ ସମସ୍ତେ ମାଳିକା ବିଷୟରେ ତୋ ଜାଣିଥିବେ । ଏଥିରେ ଅନେକ ସୁନ୍ଦର କଥା ମହାପୁରୁଷ ପାଞ୍ଚ ସଖା ଲେଖିଛନ୍ତି । ଅହି ସବୁ ତଥ୍ୟ ବହୁ ବର୍ଷ ପୁରୁଣା ପୋଥି ରୁ ସଂଗ୍ରହ କରାଯାଇଛି । ଏଥିରେ ମହାପୁରୁଷ ଜସବନ୍ତ , ମହାପୁରୁଷ ହାଡ଼ିଦାସ୍ , ମହାପୁରୁଷ ଜଗନ୍ନାଥ ଏବଂ ମହାପୁରୁଷ ଅଚ୍ୟୁତ ଙ୍କ କିଛି ଲେଖା ଅଛି । ତେବେ ଆସନ୍ତୁ ଜାଣିବା ଏଥିରେ କଣ ଲେଖା ହୋଇଛି । ଏହି ବହିଟିକୁ ଅନେକ ବର୍ଷ ହେଇଯିବଣି ଏବଂ ଏହା କଳିଯୁଗର ଆଗତ ଭବିଷ୍ୟତକୁ ଜଣାଇ ଥାଏ ।

ତେବେ ଏହି ମାଳିକା ରେ ଜଗନ୍ନାଥ ଧାମ ତଥା ଶ୍ରୀକ୍ଷେତ୍ର ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି । ଯେଉଁ ଗୁଡ଼ିକ ଅନେକ ସତ ହୋଇଛି ଏବଂ ଆଗକୁ ଅନେକ ଘଟଣା ଘଟିବା କୁ ଯାଉଛି । ମାଳିକା ରେ ଶ୍ରୀକ୍ଷେତ୍ର କୁ ନେଇ ଅନେକ କଥା ଲେଖା ହୋଇଛି ଯେପରିକି ଶ୍ରୀକ୍ଷେତ୍ର ରୁ ପଥର ଖସିବ, ବଡ଼ ଦାଣ୍ଡ ବାଇଶି ପାହାଚ ରେ ମୀନ ଖେଳିବ, ଶ୍ରୀ ଜଗନ୍ନାଥ ଙ୍କ କର୍ଣପଟ ଛେଦନ ହେବ ଇତ୍ୟାଦି ।

ପଞ୍ଚସଖା ଙ୍କ ସମୟରେ ଭାରତ ସମଗ୍ର ବିଶ୍ଵରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରି ପାରିଥିଲା । ସେହି ସମୟରେ ପୃଥିବୀର ତଥା ଭାରତର ଅନେକ ସନ୍ଥ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ କରି ପାରିଥିଲେ । ଶ୍ରୀକ୍ଷେତ୍ର ରେ ଘଟୁଥିବା ଅନେକ ଘଟଣା ଗୁଡ଼ିକୁ ମହାପୁରୁଷ ମାନେ କଳି ଭାଗବତ, କଳି କଳ୍ପଗିତା ଆଦି ରେ ବର୍ଣ୍ଣନା କରିଛନ୍ତି । ମହାପୁରୁଷ ଜସବନ୍ତ ତଥା ମହାପୁରୁଷ ଜଗନ୍ନାଥ ମଧ୍ୟ ଶ୍ରୀକ୍ଷେତ୍ର ବିଷୟରେ ଅନେକ ତଥ୍ୟ ବର୍ଣ୍ଣନା କରିଛନ୍ତି ।

ଏହା କିନ୍ତୁ ସତ ଯେ ଆଜି ପର୍ଯ୍ୟନ୍ତ ମାଳିକା ର ଅନେକ ତଥ୍ୟ ସତ୍ୟ ହୋଇଛି । ଏହାର ଗୋଟିଏ ସୁନ୍ଦର ଉଦାହରଣ ହେଉଛି ଏବର୍ଷ ର ରଥ ଯାତ୍ରା । ରଥ ଯାତ୍ରା ଏଥର ନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ହାଇ କୋର୍ଟ ଏହାକୁ ସମ୍ପୂର୍ଣ୍ଣ ଭାବରେ ମନା କରିଦେଇଥିଲେ । କିନ୍ତୁ ପରେ ସୁପ୍ରିମ କୋର୍ଟ ସ୍ଵୟଂ ଏହାକୁ ଅନୁମତି ପ୍ରଦାନ କରିଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତ ଭକ୍ତ ଙ୍କ ହୃଦୟରେ ବାସ କରନ୍ତି ଏବଂ ଭକ୍ତ ଙ୍କ ହ୍ରୁଦୟ ର କଥା ପ୍ରଭୁ କିପରି ବା ଶୁଣି ନଥାନ୍ତେ ।

ବଳରାମ ଦାସ ସିନା ରଥ ଅଟକାଇ ଦେଇଥିଲେ କିନ୍ତୁ ଏସବୁ ପ୍ରଭୁ ଙ୍କ ର ଲୀଳା ଥିଲା । ସେହିପରି ସେ ଯଦି ଚାହିଁ ନଥାନ୍ତେ ତେବେ ରଥ ଆଗକୁ ହିଁ ବଢ଼ି ନଥାନ୍ତା । ତେବେ ଏହି ସବୁ ବିଷୟରେ ମଧ୍ୟ ମାଳିକା ରେ ଲେଖା ହୋଇଥିଲା । ଯାହାକି ବର୍ତ୍ତମାନ୍ ଗୋଟେ ଗୋଟେ କରି ସବୁ ସତ ହେଉଛି । ଅନେକ ସାଧୁ ସନ୍ଥ ମାନେ ମଧ୍ୟ ଶ୍ରୀକ୍ଷେତ୍ର ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି ।

ଆପଣ ମାନେ ସମସ୍ତେ ଜାଣି ରଖିବା ଦରକାର ଯେ ଭଗବାନ୍ ଶ୍ରୀ ଜଗନ୍ନାଥ ହିଁ କଳ୍କୀ ଅବତାର ଗ୍ରହଣ କରି ଧରା ପୃଷ୍ଠ କୁ ଅବତାରୀତ ହେବେ । ତେବେ ପ୍ରଭୁ ଶ୍ରୀ ଜଗନ୍ନାଥ ଯାଜପୁର ନିକଟସ୍ଥ କୌଣସି ଏକ ସ୍ଥାନରେ ଜନ୍ମ ଗ୍ରହଣ କରିବେ । ଆପଣ ମାନେ ଜାଣିଥିବେ ଯେବେ ଯେବେ ପୃଥିବୀରେ ଅଧର୍ମ ର ବୃଦ୍ଧି ଘଟିଥାଏ ସେବେ ସେବେ ଧର୍ମ ସ୍ଥାପନ ନିମନ୍ତେ ଭଗବାନ୍ ଧରା ପୃଷ୍ଠ କୁ ଅବତାରୀତ ହୋଇଥାନ୍ତି । ତେବେ ତାଙ୍କ ଲୀଳା ଅପ୍ରମ୍ପାର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.