ସୁଶାନ୍ତ ସିଂଙ୍କ ପିତା ,ସୁଶାନ୍ତ ସିଂଙ୍କ ସହ ତାଙ୍କର ଏକ୍ସ ଜିଏଫ୍ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କ ଉପରେ | କଣ କହିଲେ ଦେଖନ୍ତୁ

0

ସୁଶାନ୍ତ ସିଂ ରାଜପୁତ ଙ୍କ ନିଧନରେ ସବୁଠାରୁ ଅଧିକ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବାପା କେ କେ ସିଂ।ଇତିମଧ୍ୟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦଶ ଦିନରୁ ଅଧିକ ସମୟ ବିତି ଗଲାଣି। ହେଲେ ପରିବାର ଠାରୁ ଆରମ୍ଭ କରି ବନ୍ଧୁ, ପ୍ରଶଂସକ ଏହାକୁ ଗ୍ରହଣ କରି ପାରୁ ନାହାନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଘୁରି ବୁଲୁଛି। ଏଇ ଯେମିତି ଏକ ଫଟୋ ଯାହା ତାଙ୍କ ବାପା ସୁଶାନ୍ତ ଫଟୋ ଆଗରେ ବସି ଲୁହ ଗଡାଉ ଛନ୍ତି। ସୁଶାନ୍ତଙ୍କୁ ହରାଇ ତାଙ୍କ ବାପା କେତେ ଭାଙ୍ଗି ପଡ଼ିଛନ୍ତି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

ସୁଶାନ୍ତ ତାଙ୍କ ବାପା କୃଷ୍ଣ କୁମାର ସିଂଙ୍କ ଏକମାତ୍ର ପୁଅ ଥିଲେ। ଏଣୁ ପୁଅଙ୍କୁ ହରାଇବାର ଦୁଃଖକୁ ସେ ଭୁଲି ପାରୁ ନାହାନ୍ତି। ସୁଶାନ୍ତ ଙ୍କୁ ହରାଇ ସେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ସୁଶାନ୍ତ ଙ୍କ ବାପା ଏବେ ସୁଶାନ୍ତ ଙ୍କ ପୂର୍ବ ପ୍ରେମିକା ଅଙ୍କିତା ଙ୍କ ବିଷୟରେ ମୁହଁ ଖୋଲିଛନ୍ତି।ସେ ସୁଶାନ୍ତ ଓ ଅଙ୍କିତା ଙ୍କ ସମ୍ପର୍କ କୁ ନେଇ କହିଛନ୍ତି ଯେ ଅଙ୍କିତା କେବଳ ମୁମ୍ବାଇରେ ନୁହେଁ ପାଟନାରେ ମଧ୍ୟ ତାଙ୍କୁ ଭେଟିବାକୁ ଆସିଛନ୍ତି।

ସେ କହିଛନ୍ତି ଅଙ୍କିତା ବହୁତ୍ ଭଲ ଝିଅ। ସୁଶାନ୍ତ ଓ ଅଙ୍କିତା ଙ୍କ ଯୋଡ଼ି କୁ ନେଇ ବହୁତ୍ ଖୁସି ଥିଲେ ତାଙ୍କ ପିତା।ସୁଶାନ୍ତଙ୍କ ପିତା କହିଛନ୍ତି ଯେ ସେ ତାଙ୍କ ବିବାହ ବିଷୟରେ ତାଙ୍କ ସହ କଥା ହୋଇଥିଲେ।ସେ କହିଥିଲେ ଯେ ସେ କରୋନାରେ ତା ବିବାହ କରିବେ ନାହିଁ, ପୁଣି ଆଉ ଏକ ଫିଲ୍ମ ଆସୁଥିଲା, ଯେତେବେଳେ ସେ ଏହାକୁ ସମ୍ପୂର୍ଣ୍ଣ କରିବେ, ସେତେବେଳେ ଫେବୃଆରୀ-ମାର୍ଚ୍ଚରେ ସେ ବିବାହ କରିବେ। ସୁଶାନ୍ତ ସିଂ ରାଜପୁତ ଜୁନ ୧୪ ଦିନ ତାଙ୍କ ବାନ୍ଦ୍ରା ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ଗତ କିଛି ମାସ ଧରି ସେ ଡିପ୍ରେସନରେ ଥିଲେ।


ତେବେ ଅଙ୍କିତା ଓ ସୁଶାନ୍ତ ଙ୍କ ବ୍ରେକପ ପରେ ସେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ପାରୁ ନଥିଲେ।ହେଲେ ପୁଅ ର ବ୍ୟକ୍ତିଗତ ନିଷ୍ପତ୍ତିରେ ସେ କିଛି କହିବାକୁ ଚାହୁଁ ନଥିଲେ ବୋଲି କହିଛନ୍ତି।ତେବେ ସୁଶାନ୍ତ ଙ୍କ ମୃତ୍ୟୁ ପରେ ବମ୍ବେରେ ଅନ୍ତେଷ୍ଟିକ୍ରିୟା ସରିବା ପରେ ଘରକୁ ଫେରିଯାଇଥିଲେ ସୁଶାନ୍ତଙ୍କ ବାପା। ପରେ ବିହାରରେ ତାଙ୍କ ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ସେଠାରେ ଏକ ଚଉକି ଉପରେ ସୁଶାନ୍ତଙ୍କ ବାପା ବସିଥିବା ଦେଖାଯାଉଛି। ପ୍ରଶଂସକମାନେ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହେଉଛି।

ଚଳଚ୍ଚିତ୍ର ‘କାଇ ପୋ ଚେ’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ସୁଶାନ୍ତ। ଏହାପରେ ଅନେକ ସଫଳ ଫିଲ୍ମ ସେ ଭେଟି ଦେିଛନ୍ତି। ଆଗାମୀ ଦିନରେ ତାଙ୍କର ଫିଲ୍ମ ’ଦିଲ ବିଚାରା’ ରିଲିଜ ହେବାକୁ ଯାଉଛି। କେ.କେ ସିଂ ତାଙ୍କ ମୃତ୍ୟୁ ପରେ ପୁଅ ବିଷୟରେ ଏକ ବଡ଼ କଥା କରିଛନ୍ତି। ଗୁରୁବାର ଦିନ ଏକ ମନୋରଞ୍ଜନ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ପିତା କେ.କେ ସିଂ କହିଛନ୍ତି ଯେ ସୁଶାନ୍ତ ୨୦୨୧ ମସିହାରେ ବିବାହ କରିଥାନ୍ତେ । ଏହା ସହିତ ସେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ମଧ୍ୟ କହିଥିଲେ।

Leave A Reply

Your email address will not be published.