ସୁପ୍ରିମକୋର୍ଟ ଙ୍କ ଆଶ୍ଚର୍ଯ୍ୟକର ରାୟ ; ପୈତୃକ ସମ୍ପତ୍ତି ଉପରେ ଝିଅଙ୍କର ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ରହିଛି । ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟରେ …

0

ପୈତୃକ ସମ୍ପତି କୁ ନେଇ ଏକ ବଡ ରାୟ ଶୁଣାଇ ଛନ୍ତି ସୁପ୍ରିମ କୋର୍ଟ। ଏହି ରାୟ ଅନୁ ସାରେ ଏବେ ପୈତୃକ ସମ୍ପତି ଉପରେ ଉଭୟ ପୁଅ ଓ ଝିଅ ମାନଙ୍କ ର ସମାନ ଅଧିକାର ରହିବ। ବାପ ର ସମ୍ପତି ଉପରେ କେବଳ ପୁଅ ନୁହଁ ବରଂ ଝିଅ ମାନଙ୍କ।ର ମଧ୍ୟ ଅଧିକାର ରହିବ। ଏନେଇ ଏକ ବଡ଼ ନିଷ୍ପତି ନେଇ ଛନ୍ତି ସୁପ୍ରିମ କୋର୍ଟ।

ତେବେ ପୂର୍ବରୁ ଏହି ନିୟମ ଥିଲେ ମଧ୍ୟ ଏହି ନିୟମ ରେ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲା। ଏହି ନିୟମ ଟି 2005 ରେ ଲାଗୁ ହୋଇ ଥିଲା। କିନ୍ତୁ ସାଧାରଣ ଜନତା ଙ୍କ ମନରେ ସନ୍ଦେହ ଥିଲା ଯେ ଯଦି ଏହି ନିୟମ 2005 ମସିହା ରେ ଲାଗୁ ହେବା ପୂର୍ବରୁ ଉତ୍ତରାଧି କାରୀ ମାନଙ୍କ ର ପିତା ଙ୍କ ର ମୃତ୍ୟୁ ହୋଇ ଯାଇ ଥାଏ ତେବେ ଏହି କ୍ଷେତ୍ର ରେ ଏହି ନିୟମ ଲାଗୁ ହେବ କି ନାହିଁ। ଦୀର୍ଘ 15 ବର୍ଷ ଧରି ଏହି ବାବଦ ରେ ଦ୍ବନ୍ଦ୍ୱ ଲାଗି ଥିବା ବେଳେ ଆଜି ଏହା ର ଅନ୍ତ ଘଟିଛି।
ଆଜି କାର ନିଷ୍ପତି ଅନୁ ଯାୟୀ ଯଦି ଏହି ନିୟମ 2005 ମସିହା ରେ ଲାଗୁ ହେବା ପୂର୍ବରୁ ପିତା ଙ୍କ ର ମୃତ୍ୟୁ ଘଟି ଥାଏ ତାହାଲେ ମଧ୍ୟ ସେହି ସମ୍ପତି ଗୁଡିକ ଉପରେ ପୁଅ ପରି ଝିଅ ମାନଙ୍କ ର ସମାନ ଅଧିକାର ରହିବ। ଏମାନେ ପୈତୃକ ସମ୍ପତି ରୁ ପୁଅ ମାନଙ୍କ ପରି ସମାନ ଭାଗ ପାଇ ପାରିବେ।

ତେବେ ସମ୍ପତି ଦୁଇ ପ୍ରକାର ର ହୋଇ ଥାଏ। ଗୋଟେ ହେଉଛି ପୈତୃକ ସମ୍ପତି ଆଉ ଗୋଟେ ହେଉଛି ବାପା କିଣିଥିବା ସମ୍ପତି। ତେବେ ଜଣେ ବାପା ଚାହିଁଲେ ସେ କିଣିଥିବା ସମ୍ପତି କୁ ନିଜ ଇଚ୍ଛାରେ କାହାକୁ ବି ଦେଇ ପାରିବେ। କିନ୍ତୁ ପୈତୃକ ସମ୍ପତି ଅର୍ଥାତ ତାଙ୍କ ପୂର୍ବରୁ ରହି ଥିବା ସମ୍ପତି କୁ ନିଜ ଇଚ୍ଛାରେ କାହାରିକୁ ଦେଇ ପାରିବେ ନାହିଁ। ଏହା ଛଡା ବାପା ନିଜ ର ସମ୍ପତି କାହାକୁ ଦେବା ପୂର୍ବରୁ ଯଦି ତାଙ୍କ ର ମୃତ୍ୟୁ ହୋଇ ଥାଏ ତେବେ ସେହି ସମ୍ପତି ଉପରେ ପୁଅ ଓ ଝିଅ ମାନଙ୍କ ର ସମାନ ଅଧିକାର ରହିବ।

ତେବେ ଏହା ସୁପ୍ରିମ କୋର୍ଟ ଙ୍କ ର ଐତିହାସିକ ନିଷ୍ପତି ଅଟେ। ଏହି ନିୟମ ଅନୁ ଯାୟୀ ଏବେ ଝିଅ ମାନେ ମଧ୍ୟ ପୈତୃକ ସମ୍ପତି ର ସମାନ ଅଧିକାର ପାଇ ପାରିବେ। ଏହା ଛଡା ଯଦି କୌଣସି କାରଣ ବସତ ଝିଅ ର ମୃତ୍ୟୁ ହୋଇ ଥାଏ ତେବେ ତାଙ୍କର ସନ୍ତାନ ମାନେ ଚାହିଁଲେ ମଧ୍ୟ ଏହି ସମ୍ପତି ରୁ ସମାନ ଭାବରେ ଅଧି କାର ପାଇ ପାରିବେ। ଓ ଯେତିକି ସମ୍ପତି ପାଇବା ଯୋଗୁଆ ସେତିକି ଦାବି କରି ନେଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.